-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଦେଶ ବିଦେଶ

ଦିଲ୍ଲୀ ହାଉଜଖାସ ମନ୍ଦିରରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଆୟୋଜନ

20-Apr-2025



ନୁଆଦିଲ୍ଲୀ(ପ୍ରେରଣା ଖବର): ନୁଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ମହାସମାରୋହରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ରର ଶୁଭାରମ୍ଭ ହୋଇଛି। ଏପ୍ରିଲ ୧୮ ତାରିଖ ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ଏହି ପବିତ୍ର ପାର୍ବଣ ଉପଲକ୍ଷେ ଉତ୍ସବସ୍ଥଳ ମନ୍ଦିରର ବେସମେଣ୍ଟକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖାଯାଇଥିଲା। ପ୍ରଖ୍ଯାତ ଆଧ୍ୟାତ୍ମିକ ପ୍ରବଚକ ବାବା ସତ୍ୟାନନ୍ଦ ଦାସ ମହାରାଜ ଏହି ପଞ୍ଚରାତ୍ରରେ  ସ୍କନ୍ଦପୁରାଣକୁ ଆଧାର କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ଦର୍ଶନ, ମହିମା ଏବଂ ଅଲୌକିକ ଲୀଳା ସମ୍ପର୍କରେ ବହୁ ସାରଗର୍ଭକ ତଥ୍ୟ ଉପରେ ଆଲୋକପାତ କରିବେ ବୋଲି ଜଣାଯାଇଛି। ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବାସଙ୍ଘର ଆନୁକୁଲ୍ୟରେ ଆୟୋଜିତ ଏହି ଧାର୍ମିକ ଅନୁଷ୍ଠାନକୁ ସୁରଖୁରରେ ସମ୍ପନ୍ନ କରାଯିବାରେ ସଙ୍ଘର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ରବୀନ୍ଦ୍ରନାଥ ପ୍ରଧାନ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। ପଞ୍ଚରାତ୍ରର ପ୍ରଥମ ଦିବସରେ ସ୍ଥାନୀୟ ବିଧାୟକ ସତୀଶ ଉପାଧ୍ୟାୟ ଏବଂ ଦ୍ଵିତୀୟ ଦିବସରେ କସ୍ତୁରବା ନଗରର ବିଧାୟକ ନୀରଜ ବସୋୟା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବରେ ଏହି ପ୍ରବଚନ ପର୍ଯ୍ୟାୟକୁ ଉଦଘାଟନ କରିଥିଲେ। ଉଭୟ ସନ୍ଧ୍ୟାରେ ଉପସ୍ଥିତ ଥିବା ଅନ୍ୟ ସମ୍ମାନିତ ଅତିଥିବୃନ୍ଦଙ୍କ ମଧ୍ୟରେ ବେଙ୍ଗାଲୁରୁ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଶ୍ଵବିଦ୍ୟାଳୟର କୁଳାଧିପତି ଡ଼ଃ ଏଚ୍. ଆର. ନଗେନ୍ଦ୍ର, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ଉଦୟ ଇଣ୍ଡିଆ ଗ୍ରୁପର ସମ୍ପାଦକ ଦୀପକ ରଥ ଓ ପଣ୍ଡିତ ଅଶୋକ ଆଚାର୍ଯ୍ୟ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। 

ପ୍ରଥମ, ଦ୍ଵିତୀୟ ଓ ତୃତୀୟ ରାତ୍ରରେ ବାବା ସତ୍ୟାନନ୍ଦ ଦାସ ମହାରାଜ ତାଙ୍କର ପ୍ରବଚନରେ ବେଦବ୍ୟାସଙ୍କ ଦ୍ୱାରା ରଚିତ ସ୍କନ୍ଦପୁରାଣକୁ ଉଦ୍ଧାର କରି  ପୁରୁଷୋତ୍ତମ କ୍ଷେତ୍ରର ମହାତ୍ମ୍ୟ, ଶ୍ରୀଜଗନ୍ନାଥଙ୍କର ଦାରୁ କଳେବର ଧାରଣର ରହସ୍ୟ, ମାଳବ ଦେଶର ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ବ୍ରହ୍ମ ଜିଜ୍ଞାସା ଏବଂ ଚତୁର୍ଦ୍ଧାମୂର୍ତ୍ତି ନୀଳାଚଳ ଧାମରେ ବିରାଜମାନ କରୁଥିବାର ସୂଚନା ଜଟିଳ ସନ୍ୟାସୀ ବେଶରେ ଇନ୍ଦ୍ରଦ୍ୟୁମ୍ନଙ୍କୁ ପ୍ରଦାନ କରିବା ଆଦି ଉପାଖ୍ୟାନଗୁଡ଼ିକୁ ବେଶ ପ୍ରାଞ୍ଜଳ ଏବଂ ନିଖୁଣ ଭାବରେ ବର୍ଣ୍ଣନା କରିଥିଲେ। ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର କୁଳ ପୁରୋହିତ ବିଦ୍ୟାପତିଙ୍କର ନୀଳାଚଳ ଆଗମନ, ବିଶ୍ଵାବସୁଙ୍କ ସହିତ ମିତ୍ରତା ସ୍ଥାପନ ଏବଂ ନୀଳ ମାଧବଙ୍କର ଦିବ୍ୟ ଦର୍ଶନ ସାରି ମହାପ୍ରଭୁଙ୍କର ଆଜ୍ଞାମାଳକୁ  ଧାରଣ କରି ମାଳବକୁ ପ୍ରତ୍ୟାବର୍ତ୍ତନ ଆଦି ଘଟଣାବଳୀର ଉପସ୍ଥାପନା ଅତ୍ୟନ୍ତ  ଭାବୋଦ୍ଦୀପକ ଥିଲା। ପରେପରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଉତ୍କଳ ପ୍ରାନ୍ତରେ ପଦାର୍ପଣ କରି  ସହସ୍ର ଅଶ୍ଵମେଧ ଯଜ୍ଞ ସମାପନ କରିବା ପରେ ଭଗବାନ ଦାରୁବ୍ରହ୍ମଙ୍କର ଆବିର୍ଭାବ ଘଟିବାର ବିଷୟବସ୍ତୁକୁ ଶତାଧିକ ଭକ୍ତଙ୍କର ସମ୍ମୁଖରେ ବାବା ସତ୍ୟାନନ୍ଦ ଖୁବ ସରଳ ଓ ସୁନ୍ଦର ଭାବରେ ବ୍ୟାଖ୍ୟାନ କରିଥିଲେ। ଶ୍ରୀ ଜଗନ୍ନାଥ ପଞ୍ଚରାତ୍ରକୁ ସଫଳତାର ସହିତ ଆୟୋଜନ କରିବାରେ ଅଶୋକ ପ୍ରଧାନ, ବାଳକୃଷ୍ଣ ପଣ୍ଡା,  ନିର୍ମଳ ଧଳ,

ଗୋବର୍ଦ୍ଧନ ଧଳ, ବିଭୁ ସାହୁ,  ମନ୍ଦିରର ପରିଚାଳକ ରଶ୍ମୀ ରଞ୍ଜନ ବେହେରା ଏବଂ ସହ ପରିଚାଳକ ଶଶିକାନ୍ତ ସାହୁ ପ୍ରମୁଖ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ। ବିଭିନ୍ନ ରାତ୍ରରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରଫେସର ସତ୍ୟ ଦାଶ, ଲକ୍ଷ୍ମୀନାରାୟଣ ବେବର୍ତ୍ତା,  ଅସିତ କର, ପ୍ରିୟତମା କର, ଚକ୍ରପାଣି ପରିଡ଼ା, ଅର୍ଚ୍ଚନା ପରିଡ଼ା, ବିପିନ ଦଳେଇ, ସଞ୍ଜୟ ମିଶ୍ର ଏବଂ ପ୍ରସନ୍ନ ପରିଡ଼ା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like