-+91-9937148622 |

prerana_bgr@rediffmail.com |

  Wednesday 10th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ବଲାଙ୍ଗୀର : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସଘନ ସଂଶୋଧନ କାର୍ଯ୍ୟକ୍ରମ    (10-Jun-2026)       ||      *ସଫଳ ଓ ସୁଶାସନ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରି କଣ୍ଟାମାଳ ବ୍ଳକ ରକ୍ସା ଗାଁ ରେ ପୂଜା ଅର୍ଚ୍ଚନା*-   (10-Jun-2026)       ||      ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-Jun-2026)       ||      *କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ପଲିଥିନ ବଣ୍ଟନ*   (10-Jun-2026)       ||      ଟୋକନ୍ ସମସ୍ୟା: ଶୁକ୍ରବାର ସୁଦ୍ଧା ସମାଧାନ ନହେଲେ ରାସ୍ତାରୋକ କରିବ ଓଡ଼ିଶା ରାଜ୍ୟ କୃଷକ ସଂଗଠନ   (10-Jun-2026)       ||      ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-Jun-2026)       ||      କୁସଙ୍ଗ ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ଧରୁଆଙ୍କୁ ଭବ୍ୟ ସ୍ୱାଗତ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ଜନ ନେଗୀଙ୍କୁ ସମ୍ବର୍ଦ୍ଧନା    (10-Jun-2026)       ||      ଗାନ୍ଧୀ ନଗର ପଡା ରାସ୍ତା ଦୁର୍ଘଟଣା ପ୍ରସଙ୍ଗ: କଠୋର କାର୍ଯ୍ୟାନୁଷ୍ଠାନ ଓ ଆର୍ଥିକ ସହାୟତା ଦାବିରେ ଥାନାର ଦ୍ୱାରସ୍ଥ ହେଲା ବିଜେଡ଼ି    (10-Jun-2026)       ||      *ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ*   (10-Jun-2026)       ||      ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ   (10-Jun-2026)       ||      ଦୁର୍ଘଟଣାରେ ମାଁ ଝିଅ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରଙ୍କୁ ଭେଟିଲେ ନରସିଂହ♦️ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ସାହାଯ୍ୟ ପାଇଁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ   (10-Jun-2026)       ||      ସମାଜସେବୀ ଶ୍ରୀଧର ସାହୁ ଙ୍କୁ ନର୍ଲା ପ୍ରେସ ଆଶ୍ସୋସିଏସନ ଦ୍ୱାରା ସମ୍ମାନିତ   (10-Jun-2026)       ||      ବଲାଙ୍ଗୀର ସହରରେ କ୍ରମବର୍ଦ୍ଧିଷ୍ଣୁ ରାସ୍ତା ଦୁର୍ଘଟଣା ଜନିତ ସମସ୍ୟାକୁ ନେଇ,   ଏନ୍‌ଏଚ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତ କଲା ବଲାଙ୍ଗୀର ଜିଲା ସିଭିଲ ସୋସାଇଟି   (10-Jun-2026)       ||      *ନୂଆପଡ଼ା ଜିଲ୍ଲାରେ ରବି ଧାନ ଅଧିଗ୍ରହଣ ଜୋରଦାର: ଗୋଟିଏ ଦିନରେ ୨୧ ହଜାର କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ, ବିଭିନ୍ନ ମଣ୍ଡିରେ ଧାନ ନ ଉଠିବା ଅଭିଯୋଗ*   (10-Jun-2026)       ||      *ନୂଆପଡ଼ା ଜିଲ୍ଲାର ମନିଜର ଆର୍ଯ୍ୟଙ୍କୁ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ସଦସ୍ୟ ଭାବେ ମନୋନୀତ*   (10-Jun-2026)       ||      ସମାଜସେବୀଙ୍କ ସ୍ମୃତିଚାରଣ ସଭା   (10-Jun-2026)       ||      *ଆଧାର କାର୍ଡ ନଥିବା ଓ ବିଦ୍ୟାଳୟରେ ଆଦୌ ନାମ ଲେଖା ନଥିବା ଅନାଥ ପିଲାଙ୍କୁ ବୟସ ଆଧାରରେ ଶିଶୁଙ୍କ ନାମ ଲେଖା ନିଶ୍ଚିତ କରିଛନ୍ତି ସିଆରସିସି*   (10-Jun-2026)       ||      ବାରିଯୋର ରେ ଚେକଡେମ ପାଇଁ ଦାବି କଲେ ଲୋକେ ♦️ବିଜୁଳି ସମସ୍ୟା ସମାଧାନ ପାଇଁ କାମ ହେଲା ଆରମ୍ଭ   (10-Jun-2026)       ||     

HOME   ରାଜ୍ୟ

ଆନ୍ତଃରାଜ୍ୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

30-Mar-2025



ଭୁବନେଶ୍ୱର : ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଶ୍ରୀ ଗଣେଶ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ୱାବଧାନ ରେ ,  ଏକ ପାଞ୍ଚ ଦିନିଆ ଆନ୍ତଃରାଜ୍ୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ନୀଳାଚଳ ପଲିଟେକ୍ନିକ୍ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି।  ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମଣିପୁର, ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ଓଡ଼ିଶା ଭଳି ବିଭିନ୍ନ ରାଜ୍ୟର ଜେଆରସି ପରାମର୍ଶଦାତା, ସ୍ୱେଚ୍ଛାସେବି ଏବଂ ରାଜ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।  ଜାତୀୟ ସଂହତିକୁ ପ୍ରୋତ୍ସାହିତ କରିବା, ଭାରତର ସଂସ୍କୃତିକୁ ବୁଝିବା  ଏବଂ ସ୍ୱେଚ୍ଛାସେବକମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ନିର୍ମାଣ କରିବା ଏହି ଶିବିରର ମୁଖ୍ୟ ଉଦ୍ୟେଶ୍ୟ ଥିଲା l ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ରେଡକ୍ରସର ଇତିହାସ, ବିପର୍ଯ୍ୟୟ ପରିଚାଳନା, ସନ୍ଧାନ ଏବଂ ଉଦ୍ଧାର, ପ୍ରାଥମିକ ଚିକିତ୍ସା, ବିଦ୍ୟାଳୟ ସୁରକ୍ଷା, ସଡ଼କ ସୁରକ୍ଷା, ସାଇବର ସୁରକ୍ଷା, ଏଚଆଇଭି ଏଡସ୍ ଇତ୍ୟାଦି ବିଭିନ୍ନ ବିଷୟ ଉପରେ  ପ୍ରଶିକ୍ଷଣ ଦିଆ ଯାଇଥିଲା। ଅଂଶଗ୍ରହଣକାରୀମାନେ ଓଡିଶା ରାଜ୍ୟର ସମୃଦ୍ଧ ଐତିହ୍ୟ ଜାଣିବା ପାଇଁ ଭଗବାନ ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର,  ଧଉଳି ସ୍ତୂପ ଇତ୍ୟାଦିର  ପରିଦର୍ଶନ ପାଇଁ ଯାଇଥିଲେ। ସେମାନେ  ନନ୍ଦନକାନନ ଯାଇ ବିଭିନ୍ନ ପ୍ରାଣୀ, ପକ୍ଷୀ, ସରୀସୃପ ଇତ୍ୟାଦି ବିଷରେ ବହୁ ତଥ୍ୟ ଗ୍ରହଣ କରିଥିଲେ । ବିଦାୟ ଦିବସରେ ପ୍ରବନ୍ଧ,  ଭାଷଣ, ରଙ୍ଗୋଲି, ଚିତ୍ରକଳା, ପ୍ରାଥମିକ ଚିକିତ୍ସା, ଗୋଷ୍ଠୀ ନୃତ୍ୟ, ଗୋଷ୍ଠୀ ଗୀତ, ପ୍ରଦର୍ଶନୀ ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା l ମେଜର ଡକ୍ଟର କଳ୍ପନା ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ନିସ୍ୱାର୍ଥପର ସେବାରେ ନିଜକୁ ହଜାଇ ଦେବାକୁ ପ୍ରେରଣା ଦେଇଥିଲେ। ମଣିପୁର ରାଜ୍ୟ ଶାଖାର ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର ନିଙ୍ଗାମ୍ବା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ପ୍ରେରଣା ଦେଇଥିଲେ। ନୈତିକ ମୂଲ୍ୟବୋଧକୁ ବୃଦ୍ଧି କରିବା ଏବଂ ଭଲ ମଣିଷ ସୃଷ୍ଟି କରିବା ପାଇଁ ରେଡକ୍ରସ୍ ହେଉଛି ସର୍ବୋତ୍ତମ ପ୍ଲାଟଫର୍ମ। ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ପରାମର୍ଶଦାତା, ସ୍ୱେଚ୍ଛାସେବକ ଏବଂ ରାଜ୍ୟମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଯୁବ ରେଡକ୍ରସ୍ ଅଧିକାରୀ ଡ଼ ରମେଶ ଚନ୍ଦ୍ର ବେହେରା ଅତିଥିମାନଙ୍କୁ ସ୍ୱାଗତ କରିଥିଲେl ନୀଳାଚଳ ପଲିଟେକ୍ନିକ୍ସ ସଚିବ ଶ୍ରୀ ସରୋଜ କୁମାର ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ। ଜୁନିଅର ରେଡକ୍ରସ୍ ଅଧିକାରୀ ଶ୍ରୀ ଲକ୍ଷ୍ମଣ ସ୍ୱାଇଁ ପାଞ୍ଚ ଦିନିଆ ଶିବିର ରିପୋର୍ଟ ବର୍ଣ୍ଣନା କରିଥିଲେ। ଯୁବ ରେଡ଼କ୍ରସ ର ରାଜ୍ୟ ସଂଯୋଜକ ଡକ୍ଟର ଗୋପାଳ କୃଷ୍ଣ ମିଶ୍ର  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଡକ୍ଟର ସତ୍ୟ ନାରାୟଣ ହୋତା ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶ୍ରୀ ଲିଲାପୁନିଆ ତିର୍ଥ ସ୍ୱାଇଁ , ଶ୍ରୀ ସୁରେନ୍ଦ୍ରନାଥ ସାମଲ, ରମା ରାଣୀ ସେନାପତି, ଶ୍ରୀ ବିନୟ ନାୟକ, ଶ୍ରୀ ପତିତପାବନ ନାୟକ ଏବଂ ରେଡ଼କ୍ରସର ଅନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   10-Jun-2026
  ଜିଲ୍ଲା  
ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   10-Jun-2026
  ଜିଲ୍ଲା  
ବଲାଙ୍ଗୀର : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସଘନ ସଂଶୋଧନ କାର୍ଯ୍ୟକ୍ରମ   10-Jun-2026
  ଜିଲ୍ଲା  
*ସଫଳ ଓ ସୁଶାସନ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରି କଣ୍ଟାମାଳ ବ୍ଳକ ରକ୍ସା ଗାଁ ରେ ପୂଜା ଅର୍ଚ୍ଚନା*-   10-Jun-2026
  ଜିଲ୍ଲା  
ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   10-Jun-2026
  ଜିଲ୍ଲା  
*କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ପଲିଥିନ ବଣ୍ଟନ*   10-Jun-2026
  ଜିଲ୍ଲା  
ଟୋକନ୍ ସମସ୍ୟା: ଶୁକ୍ରବାର ସୁଦ୍ଧା ସମାଧାନ ନହେଲେ ରାସ୍ତାରୋକ କରିବ ଓଡ଼ିଶା ରାଜ୍ୟ କୃଷକ ସଂଗଠନ   10-Jun-2026
  ଜିଲ୍ଲା  
ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   10-Jun-2026
  ଜିଲ୍ଲା  
କୁସଙ୍ଗ ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ଧରୁଆଙ୍କୁ ଭବ୍ୟ ସ୍ୱାଗତ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ଜନ ନେଗୀଙ୍କୁ ସମ୍ବର୍ଦ୍ଧନା   10-Jun-2026
  ଜିଲ୍ଲା  
ଗାନ୍ଧୀ ନଗର ପଡା ରାସ୍ତା ଦୁର୍ଘଟଣା ପ୍ରସଙ୍ଗ: କଠୋର କାର୍ଯ୍ୟାନୁଷ୍ଠାନ ଓ ଆର୍ଥିକ ସହାୟତା ଦାବିରେ ଥାନାର ଦ୍ୱାରସ୍ଥ ହେଲା ବିଜେଡ଼ି   10-Jun-2026
  ଜିଲ୍ଲା  
*ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ*   10-Jun-2026
  ଜିଲ୍ଲା  
ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ   10-Jun-2026

You Might Also Like