-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
30-Mar-2025
ମା ଝାଡେଶ୍ୱରି ସ୍ନାତକ ମହାବିଦ୍ୟାଳୟ, ଧମାଠାରେ ଜାତୀୟ ସେବା ଯୋଜନା ତରଫରୁ ପ୍ରାଥମିକ ସହାୟତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଅନିଲ ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ ଜାତୀୟ ସେବା ଯୋଜନାର ସମ୍ବଲପୁର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ ପଧାନ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ପ୍ରାଥମିକ ସହାୟତାର ଗୁରୁତ୍ୱ ବିଷୟରେ ବୁଝାଇଥିଲେ । ମା ଉମାଦେବି ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କାଦୋଦରର ଅଧ୍ୟାପକ
ତଥା ରାଜ୍ୟ ପୁରସ୍କରପ୍ରାପ୍ତ ଯୁବ ରେଡ କ୍ରସ୍ ପରାମର୍ଶଦାତା ଉଦ୍ଧବ ପ୍ରଧାନ ପ୍ରାଥମିକ ସହାୟତା ବିଷୟରେ ତାଲିମ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ତନ୍ମୟା ବେହେରା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ପ୍ରମୋଦ ଦେହେରି ଅତିଥି ପରିଚୟ ପ୍ରଦାନ କରିଥିଲେ । ସୁଦୀପ୍ତା ଦାସ, ଅମ୍ରିତା ପଟ୍ଟନାୟକ, ସୁଶ୍ରୀ ପାଢୀ, ସୁନୀତା ସେଠ୍ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଗଣ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ସଂସାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।