-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||     

HOME   ରାଜ୍ୟ

ମାମୁନୀ ପାଇଲେ ରାଜ୍ୟପାଳ ପୁରସ୍କାର ଡେଙ୍ଗ ବିଦ୍ୟାଳୟ ପାଇଁ ଗୌରବ ଆଣିଲେ

09-Mar-2025



ବଲାଙ୍ଗୀର, ତା.୦୯/୦୩ (ପ୍ରେରଣା ଖବର ) :  ଭୁବନେଶ୍ଵର ରାଜ ଭବନର ନୂଆ ଅଭିଷେକ ପ୍ରେକ୍ଷାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ରେଡ଼କ୍ରସ ପୁରସ୍କାର ବିତରଣ ଉତ୍ସବରେ ଓଡିଶାର ମହାମହିମ  ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସଭାପତି ଡ. ହରିବାବୁ କମ୍ଭମପାଟିଙ୍କ କରକମଳରେ ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ  ହାଇସ୍କୁଲର ଜୁନିୟର ରେଡ଼କ୍ରସ ସ୍ୱେଚ୍ଛାସେବୀ ମାମୁନୀ ପ୍ରଧାନ ରାଜ୍ୟର  ସର୍ବଶେଷ୍ଠ  ସ୍ୱେଚ୍ଛାସେବୀ ଭାବରେ  ରାଜ୍ୟପାଳ  ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁତ, ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର , ଯୁବ ରେଡକ୍ରସ୍ ଅଧିକାରୀ ଡ଼. ରମେଶ ଚନ୍ଦ୍ର ବେହେରା ଓ କନିଷ୍ଠ ରେଡକ୍ରସ୍ ଅଧିକାରୀ ଲକ୍ଷ୍ମଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ  । ଜୁନିୟର ରେଡ଼କ୍ରସ ସ୍ୱେଚ୍ଛାସେବୀ ଭାବରେ ମାମୁନୀ କରୋନା ସମୟରେ କାର୍ଯ୍ୟ,  ବୃକ୍ଷ ରୋପଣ, ସଡକ ସୁରକ୍ଷା, ବାଲ୍ୟବିବାହ କୁ ନାଁ  ସେଚେତନ କାର୍ଯ୍ୟକ୍ରମ, ତମାଖୁ କୁ ନାଁ  ସେଚେତନ କାର୍ଯ୍ୟକ୍ରମ, ପ୍ଲାଷ୍ଟିକ ମୁକ୍ତ ପରିବେଶ ସେଚେତନ କାର୍ଯ୍ୟକ୍ରମ ଆଦି  ବିଭିନ୍ନ ମାନବୀୟ କାର୍ଯ୍ୟ କରି ଆସୁଛନ୍ତି । କାର୍ଯ୍ୟକ୍ରମରେ ଓଡିଶାର ମହାମହିମ  ରାଜ୍ୟପାଳ ମାମୁନୀଙ୍କୁ  ସ୍ମାରକୀ, ପ୍ରଶଂସା ପତ୍ର ଦେବା ସହ ଅର୍ଥରାଶି ପ୍ରଦାନ କରିଥିଲେ ।  ପ୍ରକାଶଥାଉକି, ମାମୁନୀ ଜଣେ ମେଧାବୀ ଛାତ୍ରୀ ହେବା ସହ   ବିଭିନ୍ନ ପ୍ରତିଯୋଗିତାରେ ନିଜ ପାଇଁ ତଥା ସ୍କୁଲ ପାଇଁ ପୂର୍ବରୁ  ଗୌରବ ଆଣିଛନ୍ତି । ଡେଙ୍ଗ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ର ଓ ବିଦ୍ୟାଳୟର ଶିକ୍ଷକ ତଥା ରେଡ଼କ୍ରସ କାଉନସେଲର ରାମ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ମାମୁନୀ ଜୁନିୟର ରେଡ଼କ୍ରସ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଅଗ୍ରସର ହୋଇଛନ୍ତି । ରେଡ଼କ୍ରସ କାର୍ଯ୍ୟ ପାଇଁ ବିଦ୍ୟାଳୟର  ଶିକ୍ଷକ କୃପାସିନ୍ଧୁ ମିଶ୍ର, ସୁଦର୍ଶନ ଦାଶ,  ବିଶ୍ଵନାଥ ମେହେର, ମନରଞ୍ଜନ ପରିଡା, ଦେବେଶ ହୋତା,  ସମୀର ସେଠି, ଦୀପକ ସେନ ଧରୁଆ, , ଲିଙ୍ଗରାଜ ନନ୍ଦ, ହିଂମାଶୁ ଶେଖର ବିଶ୍ବାଳ, ଅବିନାଶ ଭୋଇ, ଶିକ୍ଷୟିତ୍ରୀ  ରେଣୁକା ସାହୁ, ଗାୟତ୍ରୀ ବାରିକ, ତପସ୍ୱିନୀ ପଟେଲ,  କାନ୍ତି ଭୋଇ, ଦ୍ରୌପଦୀ ଭୋଇ, ଶିବାନୀ ମଲ୍ଲିକ ପ୍ରମୁଖ ମାମୁନୀକୁ ବିଭିନ୍ନ ସମୟରେ ସହାୟତା ସହ ମାର୍ଗଦର୍ଶନ କରିଛନ୍ତି । ରାଜ୍ୟପାଳ ପୁରସ୍କାର ପାଇଁ ମାମୁନୀକୁ ବଲାଙ୍ଗୀର ଜିଲ୍ଲାର ଏଡିଏମ ପବିତ୍ର ବେହେରା, ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର, ଜିଲ୍ଲା ରେଡ଼କ୍ରସ ସଂପାଦକ ସସ୍ମିତା ପ୍ରଧାନ , ଡିଇଓ ପ୍ରଦୀପ କୁମାର ନାଗ, ଜିଲ୍ଲା ଜୁନିୟର ରେଡ଼କ୍ରସ ସମ୍ପାଦକ ପ୍ରଦୀପ  କୁମାର ପାତ୍ର, ବିଇଓ ମମତା ମହାଡୀକ ଜେଆରସିଓ ବିକାଶ ସାହୁ ତଥା ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ  ଶୁଭେଚ୍ଛା ଜଣାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026

You Might Also Like