-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
15-Mar-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ସୋନପୁର ବିବେକା ନନ୍ଦ ନଗର ଠାରେ ହୋଲି ଉତ୍ସବ , ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦିବଙ୍ଗତ ଆତ୍ମା ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇ ଏକ ନିଆରା ଢଙ୍ଗ ରେ ପାଳନ ହୋଇ ଯାଇଛି l ଦୀର୍ଘ ୧୯ ବର୍ଷ ଧରି ଖୁବ୍ ଧୁମ୍ ଧାମରେ ପାଳିତ ହୋଇ ଆସୁଥିବା ଏହି କାର୍ଯ୍ୟକ୍ରମ ରେ ଏହି କଲୋନୀ ର ସମସ୍ତ ପରିବାର ସଦସ୍ୟ ମିଶି ରଙ୍ଗ ଖେଳ ସହିତ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସାମିଲ୍ ହୁଅନ୍ତି !
ଆଜି ମଧ୍ୟ ରଙ୍ଗ ଖେଳ ସହିତ କଲୋନୀ ର ଛୋଟ ଛୋଟ ପିଲା ମାନଙ୍କୁ ଓ ଅଭିଭାବକ ଙ୍କୁ ନେଇ ସନ୍ଧ୍ୟା ରେ ନାଚ ଗୀତ ଓ ମ୍ୟୁଜିକ୍ ଚେଆର୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l କଲୋନୀ ର ଦିବଂଗତ ଆତ୍ମା ଙ୍କ ପ୍ରତି ସାମୁହିକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରଯାଇଥିଲା l କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l