-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
06-Mar-2025
ବଲାଙ୍ଗୀର (ଦେବାଶିଷ ବହିଦାର): ୨୦୨୨ରେ ସଂଘଟିତ ସୁଧୀର ବେହେରା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଏହି ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତିନି ଅଭିଯୁକ୍ତ ହେଲେ ସଞ୍ଜୀବ ମୁଗ୍ରୀ, ବିଶାଳ ସୁନା ଓ ଶିବ ନାଗ। ଆଡିଶନାଲ ସେସନ୍ସ ଜଜ ତିନି ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଲେଖା ଜରିମାନା ଏବଂ ଅନାଦେୟରେ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ଏହି ମାମଲାକୁ ଆଡିଶନାଲ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ପାଢ଼ୀ ପରିଚାଳନା କରିଥିଲେ। ବଲାଙ୍ଗୀର ସହର ନିକଟସ୍ଥ ସଦାଇପାଲିଠାରେ ସୁଧୀର ବେହେରାଙ୍କୁ ଅଭିଯୁକ୍ତ ମାନେ ମରଣାନ୍ତକ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
●●●●●●●■■■■■●●●●●●●