-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
06-Mar-2025
ବରୀ ବ୍ଲକ ପ୍ରଶାସନ ପକ୍ଷରୁ ପୂର୍ବାହ୍ନରେ ଉଦୟନାଥପୁର ପଞ୍ଚାୟତ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନ ଅଭିଯୋଗ ଶୁଣାଣିରେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲିକ ଯୋଗଦେଇ ଲୋକ ମାନଙ୍କ ଅଭିଯୋଗ ପଚାରି ବୁଝିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ବରୀ ବିଡ଼ିଓ ଅସିତ୍ କୁମାର ମହାନ୍ତି, ଏ ବିଡ଼ିଓ ମହେଶ୍ବର ସେଠୀ, ସରପଞ୍ଚ, ସବିତ ସାମଲ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରି ଲକ୍ଷ୍ମୀକାନ୍ତ ମହାରଣା,
ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରି ରଞ୍ଜିତ କୁମାର ଜେନା, ଡିଇଓ ଆଲୋକ ଅଧିକାରିଙ୍କ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭରତ କୁମାର ମଲିକ, ଏଡିଇଓ ଉପେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନା କରିଥିଲେ। ଆଜିର ଅଭିଯୋଗ ପ୍ରକୋଷ୍ଠକୁ ସମୁଦାୟ ୧୦୧ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ଜଣା ପଡ଼ିଛି। ସରପଞ୍ଚଙ୍କ ପ୍ରତିନିଧି ପ୍ରସନ୍ନ ସାମଲ ଉପସ୍ଥିତ ରହି ଶିବିର ପରିଚାଳନାର ସମସ୍ତ କରିଥଲେ।
■ରଞ୍ଜିତ ମହାନ୍ତି