-+91-9937148622 |
prerana_bgr@rediffmail.com |
Thursday 29th October 2026 |
R.N.I. Regd No. ODIODI/2010/46693
Breaking News
15-Jan-2021
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ସମ୍ବାଦ ସାହିତ୍ୟ ଘର ତରଫରୁ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଏକ ମକର କବିତା ଆସର ଓ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇ କଳା,ସାହିତ୍ୟ ଓ ସଂସ୍କୃତି ବିହୀନ ମଣିଷ ଅସଂପୂର୍ଣ୍ଣ ଅଟେ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବରେ ରସରାଜ ଅଚ୍ୟୁତ ପୁରୋହିତ ଯୋଗ ଦେଇ କରୋନା କାଳରେ ସାମାଜିକ ଦୂରତା ନାଁ ରେ କିପରି ମଣିଷ ମଣିଷ ମଧ୍ୟରେ ଭାବର ସଂପର୍କ ଛିନ୍ନ ହୋଇଯାଇଛି ତାହାକୁ ବ୍ୟଙ୍ଗ ମାଧ୍ୟମରେ ଉପସ୍ଥାପନ କରି ଦର୍ଶକଙ୍କୁ ଖୁବ ହସାଇ ଥିଲେ । ସମ୍ମାନିତ ଅତିଥି ଭାବରେ ପୁଇଁତଳା ବିଇଓ ନେପାଳ ଚନ୍ଦ୍ର ବାଗ ମଞ୍ଚାସୀନ ରହି ନିଜର ବକ୍ତବ୍ୟ ରଖିଥିଲେ । ସମ୍ବାଦ ସାହିତ୍ୟ ଘର ପୁଇଁତଳା ଶାଖାର ସଭାପତି ଦିଗାମ୍ବାର ନାଏକ ନିଜର ସଭାପତିତ୍ୱ ଅଭିଭାଷଣ ରଖିଥିଲେ । ସଭା ପ୍ରାରମ୍ଭରେ ପୁଇଁତଳା ସାହିତ୍ୟ ଘରର ସଂପାଦକ ନବକିଶୋର ବେହେରା ସଭାର ଉଦ୍ଦେଶ୍ୟ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଆଗାମୀ ଦିନରେ ପୁଇଁତଳା ସାହିତ୍ୟ ଘରକୁ ଆହୁରି ସଂପ୍ରସାରଣ କରିବା, ସଭ୍ୟ ସଂଖ୍ୟା ବୃଦ୍ଧି ଏବଂ ପୁଇଁତଳା ବ୍ଲକର ବିଭିନ୍ନ ସ୍ଥାନରେ ସାହିତ୍ୟ ସଭା ମାନ ଆୟୋଜନ କରିବା ଉପରେ ଆଲୋଚନା କରିଥିଲେ । ସାପ୍ତାହିକ ପ୍ରେରଣାର ସଂପାଦକ ରଘୁ ନନ୍ଦନ ସିଂହ ସଭାକୁ ସଂଯୋଜନା କରିଥିଲେ । ଶେଷରେ ପୁଇଁତଲା ବ୍ଲକ ସମ୍ବାଦ ପ୍ରତିନିଧି ବାରଣ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ କବୟିତ୍ରୀ ସବିତା ମହରାଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବି ସତ୍ୟାନନ୍ଦ ବିଶ୍ୱାଲ, କସ୍ତୁରୀ ରଥ, ସୁଭ୍ରାଂଶୁ ଶେଖର ପଣ୍ଡା, ସୁରଥ ନାଏକ, ଗଣେଶ ବାରିକ, କୁମୁଦିନୀ ପୃଷ୍ଟି, ଭକ୍ତଚରଣ ନାୟକ ପ୍ରମୁଖ କବିତା ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାଲପଡା ନାଗରିକ କମିଟିର ସଭାପତି ଯୁଧିଷ୍ଟିର ମିଶ୍ର, ସାମ୍ବାଦିକ ଦେବାଶିଷ ବହିଦାର, ଜୟକୃଷ୍ଣ ବେହେରା, ପବିତ୍ର ଦାସ, ଗୋପାବାନ୍ଧୁ ପଟେଲ, ଦିଲୀପ ବହିଦାର, ସଚିଦାନନ୍ଦ ବଗର୍ତ୍ତି, ନବୀନ ପଶାୟତ, ପ୍ରକାଶ ତରିଆ ପ୍ରମୁଖ ସହଯୋଗ କରିଥିଲେ ।