-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
09-Feb-2025
ଅତାବିରା(ଆକାଶ ମିଶ୍ର): ଅତାବିରା ବ୍ଲକ ଅନ୍ତର୍ଗତ ଖଲିଆ ପାଲି ଗ୍ରାମରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିବସୀୟ ଗୀତା ଯଜ୍ଞ ଆଜି ପୂର୍ଣ୍ଣାହୁତି ସହ ସମ୍ପନ୍ନ ହୋଇ ଯାଇଛି।ପ୍ରଥମ ଦିବସରେ ଗ୍ରାମର ଶତାଧିକ ମହିଳା,ବିବାହିତା ତଥା ଅବିବାହିତା କନ୍ୟାଙ୍କ ସମେତ କର୍ତ୍ତା ବାବୁଲାଲ ପାଣ୍ଡିଆ ଓ ଧର୍ମପତ୍ନୀ ଝରଣା ପାଣ୍ଡିଆ ଘଣ୍ଟା ଶଙ୍ଖ ହୁଳହୁଳି ସହ ଦୁଲୁ ଦୁଲି ବାଜା ର ତାଳେ ତାଳେ ଏକ ଭବ୍ୟ କଳସ ଶୋଭାଯାତ୍ରା ବାହାରି ଗ୍ରାମ ସୀମାନ୍ତ ରେ ଥିବା ନଳିଆ ପର୍ଯ୍ୟନ୍ତ ପହଞ୍ଚିଥିଲା ।ସେଠାରେ ପଣ୍ଡିତ ମାନଙ୍କ ମନ୍ତ୍ର ପାଠରେ ମନ୍ତ୍ରୀତ ପବିତ୍ର ଜଳ ଭର୍ତ୍ତି କରି ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ପୂଜା ମଣ୍ଡପରେ ପହଞ୍ଚିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜୟକୁମାର ଦାଶ ଓ ସାଥୀ ପଣ୍ଡିତଙ୍କ ଗୀତା ପାଠ କ୍ରମେ ଗୀତା ଯଜ୍ଞ ଆହୁରି ପ୍ରଦାନ କରାଯାଇଥିଲା ।ଗ୍ରାମର ସମସ୍ତ ପୁରୁଷ ମହିଳା ଯଜ୍ଞ ରେ ସାମିଲ ହୋଇ ଆହୁତି ପ୍ରଦାନ କରିଥିଲେ ।ସନ୍ଧ୍ୟାରେ ଗ୍ରାମର ସଙ୍କୀର୍ତ୍ତନ ହୋଇଥିଲା ।ଶ୍ରଦ୍ଧାଳୁ ମାନେ ଏହାକୁ ଖୁବ୍ ଉପଭୋଗ କରିଥିଲେ ।ସମସ୍ତ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ ।