-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
09-Feb-2025
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ଷ୍ଟାଡିୟମ ଠାରେ ଫୁଟବଲ ସଂଘ ତରଫରୁ ଷଷ୍ଠ ତମ ହନୁମାନ ମେମୋରିଏଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ତିନି ଦିନ ଚାଲିଥିବା ଟୁର୍ନାମେଣ୍ଟ ରେ ୮ ଟି ଦଳ ଭାଗ ନେଇଥିବା ବେଲେ ଫାଇନାଲ ମ୍ୟାଚ ଟି ବିଲେଇସର୍ଡl ଓ ଘସିଏନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଘସିଏନ ଦଳ ଟ୍ରାଏବେକାର ମାଧ୍ୟମରେ 3-2 ରେ ବିଜୟୀ ହୋଇଥିଲା l ବିଜେତା ଦଳ କୁ 10 ହଜାର ଟଙ୍କା ସହ ଟ୍ରଫି ଏବଂ ରଂନର୍ସ ଦଳ କୁ 7 ହଜାର ସହ ଟ୍ରଫି ପ୍ରଦାନ କରାଯାଇଥିଲା l ଆଜିର ଫାଇନାଲ ମ୍ୟାଚ ରେ ମୁଖ୍ୟଅତିଥି ଭାବେ ଯୁବନେତା ତଥା ସମାଜସେବୀ ମହମ୍ମଦ ଆକବର ଖାଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିବ କୁମାର ଅଗ୍ରୱାଲ ସମ୍ପାଦକ ଏଥଲେଟିକ ଏସୋସିଏସନ ଲୋଇସିଂହା ଷ୍ଟାଡିୟମ, ବିଭୁତିଭୂଷଣ ସାହାଣୀ ଟ୍ରଷ୍ଟବୋର୍ଡ ମେମ୍ବର ଲୋଇସିଂହା ଷ୍ଟାଡିୟମ ଯୋଗ ଦେଇଥିଲେ l ରେଫରୀ ଭାବେ ସଂଜୀବ ମହାରଣା, ଅଞ୍ଜନ ବେସ୍ରl, ସନ୍ଦୀପ ତରିଆ, ସନ୍ତୋଷ ଧରୁଆ, ବିଜୟ ରଣା, ମ୍ୟାଚ କମିଶନର ଭାବେ ସୁଦୟ କୁମାର ବାରିକ ହୋଇଥିଲେ l ଉକ୍ତ ମ୍ୟାଚ ଗୁଡିକ ଲୋଇସିଂହା ଷ୍ଟାଡିୟମ ଫୂଟବଲ ସଂଘ ଅର୍ଗାନାଇଜ କରିଥିବା ବେଳେ ସୁମିତ, ରମେଶ, ଉମେଶ, ଦେବା, ରିଙ୍କୁ, ପିଣ୍ଟୁ ସୁମନ୍ତ, ବିଷ୍ଣୁ ପ୍ରମୁଖ ମ୍ୟାଚ ଗୁଡିକ ରେ ସହଯୋଗ କରିଥିଲେ l