-+91-9937148622 |

prerana_bgr@rediffmail.com |

  Sunday 16th March 2025 |

| | | |

R.N.I. Regd No. ODIODI/2010/46693

Breaking News

ଡେଲାଙ୍ଗରେ ଆଠଦେଶ ଠାକୁରଙ୍କ ଦୋଳଯାତ୍ରା ଓ ହୋଲି ମହୋତ୍ସବ ପାଳିତ    (15-Mar-2025)       ||      ପୋଖରୀରେ ବୁଡ଼ି ପ୍ରାଣ ହରାଇଲା ବାଳକ   (15-Mar-2025)       ||      କୁରୁକୁପା ଗ୍ରାମରେ ଅନୁଷ୍ଠିତ ୧୬ପ୍ରହର ନାମ ଯଜ୍ଞ ପୁନଃଶ୍ଚରଣ   (15-Mar-2025)       ||      ବିଜେପୁର ଆଦର୍ଶ ବିଦ୍ୟାଳୟ ପ୍ରଵେଶିକା ପରୀକ୍ଷା:ଜାରିଂ କ୍ଲଷ୍ଟରର ବିନି ନାଏକ ବ୍ଲକ ଟପ୍ପର   (15-Mar-2025)       ||      ସୋନପୁର ବିବେକା ନନ୍ଦ କଲୋନୀ ରେ ହୋଲି ଉତ୍ସବ ପାଳନ - ଦିବଂଗତ ଆତ୍ମା ପ୍ରତି ସାମୁହିକ ଶ୍ରଦ୍ଧା ସୁମନ   (15-Mar-2025)       ||      ଛୁରୀ ମାଡରେ ଠିକାଦାରଙ୍କ ମୃତ୍ୟୁ   (15-Mar-2025)       ||      ଘର ବାହୁଡିରେ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ   (15-Mar-2025)       ||      ନିର୍ଝରିଣୀ ତରଫରୁ ଫଗୁଣ ଆସର ଅନୁଷ୍ଠିତ     (15-Mar-2025)       ||      ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Mar-2025)       ||      କଣ୍ଟାମାଳ: କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ    (15-Mar-2025)       ||      ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ନିଆରା ଲୋଲି ଉତ୍ସବ ପାଳନ   (15-Mar-2025)       ||      ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Mar-2025)       ||      ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣଙ୍କ ସହ ନାଚିଲେ ଡାବୁଗାଁ ବିଧାୟକ   (15-Mar-2025)       ||      ଦୁର୍ଗମ ଜଙ୍ଗଲ ଘାଟି ପାହାଡ଼ ଚଢିଲେ ରାଇକିଆ ବିଡ଼ିଓ : ପ୍ରାଥମିକ ସୁବିଧା ସୁଯୋଗ ନିଶ୍ଚୟ ପ୍ରଦାନ କରାଯିବ    (15-Mar-2025)       ||      ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ   (15-Mar-2025)       ||      ରାଜ୍ୟସ୍ତରୀୟ ଦୋଳ ମହୋତ୍ସବ ସପ୍ତମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ    (15-Mar-2025)       ||      ବୁଢୀ ଜାଗୁଳାଇ ମେଳଣ ପାଳିତ   (15-Mar-2025)       ||      ଆଗଲପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶିବିର ଆଗାମୀ ସୋମବାର ଅନୁଷ୍ଠିତ ହେବ   (14-Mar-2025)       ||      ପ୍ରାରମ୍ଭ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ    (14-Mar-2025)       ||      ସୟାଁ ଠାରେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ରାଜ୍ୟସ୍ତରୀୟ କିସାନ ମହାପଞ୍ଚାୟତ                           (14-Mar-2025)       ||     

HOME   ଜିଲ୍ଲା

ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ

09-Feb-2025



ଅତାବିରା(ଆକାଶ ମିଶ୍ର): ଆଜି ସୁଦୂର ବାଲେଶ୍ଵର ଜିଲ୍ଲା ବେତନଟୀ ବ୍ଲକର ବାଲେଶ୍ଵର ସୀମାନ୍ତରେ ଥିବା ଭଗବାନପୁର ଗ୍ରାମର  ମହାପାତ୍ର ବୈଠକ ବଙ୍ଗଳାରେ ବଣମଲ୍ଲୀ ସାହିତ୍ଯ ପରିଷଦର ସପ୍ତମ ବାର୍ଷିକ ଉତ୍ସବ ଓ ସାରସ୍ଵତ ସମାରୋହ ତଥା କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ,ଟୋପ ର ବିଜ୍ଞାନ  ଶିକ୍ଷୟିତ୍ରୀ , ପ୍ରକୃତ ବନ୍ଧୁ , ସମାଜସେବୀ ତଥା କବୟିତ୍ରୀ ଅନୁସୂୟା ଦେବତାଙ୍କୁ ବଣମଲ୍ଲୀ  ଶିକ୍ଷା ଗୌରବ ସମ୍ମାନ ରେ ସମ୍ବର୍ଦ୍ଧିତ  କରା ଯାଇଥିଲା । ନିଜର କାର୍ଯ୍ୟଦକ୍ଷତା, ସାମାଜିକ ପ୍ରତିବଦ୍ଧତା,ଛାତ୍ର ଛାତ୍ରୀଙ୍କ ପ୍ରତି ସ୍ନେହ ପ୍ରବଣତା, ପ୍ରକୃତି ପ୍ରେମୀ ତଥା ସମାଜ

ସେବା ମୂଳକ ବିଭିନ୍ନ କ୍ଷେତ୍ରରେ  ପାରଦର୍ଶିତା  ଯୋଗୁଁ ସେ ବିଭିନ୍ନ  ସରକାରୀ ତଥା ବେସରକାରୀ  ଅନୁଷ୍ଠାନ ରୁ ପୁରସ୍କୃତ  ହୋଇଛନ୍ତି।ତାଙ୍କର ଏହି ସମସ୍ତ ପ୍ରତିଭାକୁ ସମ୍ମାନ ଜଣାଇ ବାଲେଶ୍ଵର ଜିଲ୍ଲାର ଦ୍ଵିତୀୟ ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ବଣମଲ୍ଲୀ ସାହିତ୍ୟ ସଂସଦ ପକ୍ଷରୁ ତାଙ୍କୁ ଶିକ୍ଷା ଗୌରବ ସମ୍ମାନ ପ୍ରଦାନ କରାଯାଇଛି। ଏହି  କାର୍ଯ୍ୟକ୍ରମରେ  ନୀଳମଣି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ତପନ କୁମାର ବେହେରା ଙ୍କ ସଭାପତିତ୍ବରେ ଉଦ୍ଘାଟକ ସମାଜସେବୀ ଭଗବାନ ମହାପାତ୍ର,ମୁଖ୍ଯ ଅତିଥି କଥାକାର ସରୋଜିନୀ ରଥ, ମୁଖ୍ୟବକ୍ତା ଡ଼ଃ କାଳୀପଦ ପଣ୍ଡା, ସମ୍ମାନିତ ଅତିଥି ଉଦଳା ଏନ୍ଏ ସିର ଅଧ୍ଯକ୍ଷା ଶ୍ରୀମତୀ ପ୍ରମିଳା ପଣ୍ଡା, ସମୀକ୍ଷକ ଡ଼ଃ ପ୍ରଦୀପ୍ତ କୁମାର ମିଶ୍ର,ସମ୍ମାନିତ ଅତିଥି ସମୟଚକ୍ର ର ସମ୍ପାଦକ ସର୍ବେଶ୍ଵର ଜେନା, ସଭାପତି ପ୍ରଭାତ କୁମାର ଆଚାର୍ଯ୍ୟ ପ୍ରମୁଖ  ମଞ୍ଚାସିନ ରହିଥିଲେ। ସାହିତ୍ୟ ଜାତୀୟ ଜୀବନର ପ୍ରତିଚ୍ଛବି,ଏକ ସମୟଖଣ୍ଡର ସତ୍ଯଶୀଳ ଇତିହାସକୁ ଚିତ୍ରଣ କରି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହ ସଂଯୋଗୀକରଣ କାର୍ଯ୍ଯ କରିଥାଏ ବୋଲି ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବାର୍ଷିକ ମୁଖପତ୍ର "ବଣମଲ୍ଲୀର ମହକ"ଲୋକାର୍ପଣ କରାଯିବା ସହ ଅନୁଷ୍ଠାନର ସଭାପତି ପ୍ରଭାତ କୁମାର ଆଚାର୍ଯ୍ୟଙ୍କ ଲିଖିତ ସୁବର୍ଣ୍ଣଶ୍ରୀ ପ୍ରକାଶିନୀ ଦ୍ଵାରା ପ୍ରକାଶିତ "ଆସ ଥରେ ବୁଲିଯିବା"କବିତା ଗ୍ରନ୍ଥ ଉନ୍ମୋଚନ ହୋଇଥିଲା।କବି ମଧୁସୂଦନ ମିଶ୍ର, ଡ଼ଃ ତାନଶ୍ରୀ ପାଣିଗ୍ରାହୀଙ୍କ କବିତା ସଂଯୋଜନାରେ ୭୦ ରୁ ଅଧିକ କବି କବିତା ପାଠ କରିଥିଲେ। ସମ୍ପାଦକୀୟ ବିବରଣୀ ହିମାଂଶୁ ଶେଖର ଜେନା ପାଠ କରିଥିଲେ। ସ୍ଵାଗତ ନୃତ୍ୟ ସୁହାନୀ ସାଇ ଜେନା ଓ ସ୍ଵାଗତ ସଙ୍ଗୀତ ଦିବ୍ଯାଙ୍ଶୀ ଜେନା ଗାନ କରିଥିଲେ।ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଧାରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସାରସ୍ଵତ ଉତ୍ସବରେ ଓଡିଶାର ବିଭିନ୍ନ ଜିଲ୍ଲା   ତଥା ପଶ୍ଚିମ ବଙ୍ଗ ରୁ କବି ଓ ଲେଖକ ଗଣ ଯୋଗଦେଇ ସମ୍ପୂର୍ଣ୍ଣ ଗ୍ରାମ୍ୟ ପରିବେଶରେ,ବନ୍ଧୁମିଳନ  ସହ ସାହିତ୍ୟ ଆଲୋଚନାର ଖୁବ୍ ଆନନ୍ଦ ଅନୁଭବ କରିଥିଲେ।ଶେଷରେ ସହ ସମ୍ପାଦିକା କବିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଖବର ପାଇ ଜିଲ୍ଲା ତଥା ବିଭିନ୍ନ ଜିଲ୍ଲାର ର  ଶିକ୍ଷକ ଶିକ୍ଷୟିତ୍ରୀ ତଥା ସାରସ୍ବତ ସ୍ରଷ୍ଟା ମାନେ ଶ୍ରୀମତୀ ଦେବତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡେଲାଙ୍ଗରେ ଆଠଦେଶ ଠାକୁରଙ୍କ ଦୋଳଯାତ୍ରା ଓ ହୋଲି ମହୋତ୍ସବ ପାଳିତ   15-Mar-2025
  ଜିଲ୍ଲା  
ପୋଖରୀରେ ବୁଡ଼ି ପ୍ରାଣ ହରାଇଲା ବାଳକ   15-Mar-2025
  ଜିଲ୍ଲା  
କୁରୁକୁପା ଗ୍ରାମରେ ଅନୁଷ୍ଠିତ ୧୬ପ୍ରହର ନାମ ଯଜ୍ଞ ପୁନଃଶ୍ଚରଣ   15-Mar-2025
  ଜିଲ୍ଲା  
ବିଜେପୁର ଆଦର୍ଶ ବିଦ୍ୟାଳୟ ପ୍ରଵେଶିକା ପରୀକ୍ଷା:ଜାରିଂ କ୍ଲଷ୍ଟରର ବିନି ନାଏକ ବ୍ଲକ ଟପ୍ପର   15-Mar-2025
  ଜିଲ୍ଲା  
ସୋନପୁର ବିବେକା ନନ୍ଦ କଲୋନୀ ରେ ହୋଲି ଉତ୍ସବ ପାଳନ - ଦିବଂଗତ ଆତ୍ମା ପ୍ରତି ସାମୁହିକ ଶ୍ରଦ୍ଧା ସୁମନ   15-Mar-2025
  ଜିଲ୍ଲା  
ଛୁରୀ ମାଡରେ ଠିକାଦାରଙ୍କ ମୃତ୍ୟୁ   15-Mar-2025
  ଜିଲ୍ଲା  
ଘର ବାହୁଡିରେ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ   15-Mar-2025
  ଜିଲ୍ଲା  
ନିର୍ଝରିଣୀ ତରଫରୁ ଫଗୁଣ ଆସର ଅନୁଷ୍ଠିତ     15-Mar-2025
  ଜିଲ୍ଲା  
ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   15-Mar-2025
  ଜିଲ୍ଲା  
କଣ୍ଟାମାଳ: କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ   15-Mar-2025
  ଜିଲ୍ଲା  
ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ନିଆରା ଲୋଲି ଉତ୍ସବ ପାଳନ   15-Mar-2025
  ଜିଲ୍ଲା  
ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   15-Mar-2025

You Might Also Like