-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
09-Feb-2025
ବଲାଙ୍ଗୀର(ଦେବାଶିଷବହିଦାର): ଆଜି ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟରତ ଓକିଲ ମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ଵ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି l ଓକିଲ ମାନଙ୍କ ମଧ୍ୟରେ ତିନୋଟି ଟିମ ଯଥା ଟିମ୍ 'ଏ', ଟିମ୍ 'ବି' ଓ ଟିମ୍ 'ସି' ଗଠନ କରାଯାଇ ଖେଳ ଆରମ୍ଭ ହୋଇଥିଲା l ପ୍ରଥମେ ଟିମ୍ 'ଏ' ଓ ଟିମ୍ 'ବି' ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା l ଏଥିରେ ଟିମ୍ 'ବି' ପରାସ୍ତ ହୋଇଥିଲା l ପରେ ଆଉ ଗୋଟିଏ ମ୍ୟାଚ ଟିମ୍ 'ବି' ଓ ଟିମ୍ 'ସି' ମଧ୍ୟରେ ଅନୁଷ୍ଠିତ ହୋଇ ଟିମ୍ 'ବି' ବିଜୟ ଲାଭ କରିଥିଲା l ଫାଇନାଲ ମ୍ଯାଚ ଟିମ୍ ଏ ଓ ଟିମ୍ ବି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ନିର୍ଦ୍ଧାରିତ ୦୬ ଓଭରରେ ଟିମ୍ 'ଏ', ର ଖେଳାଳୀ ୫୨ରନ୍ କରିବାରେ ସଫଳ ହୋଇଥିଲେ l ଏହାର ଜବାବରେ ଗ୍ରୁପ୍ 'ବି' ଦଳ ୫୩ ରନ୍ କରି ଗୋଟିଏ ରନ୍ ରେ ଟିମ୍ ଏ ଦଳକୁ ପରାସ୍ତ କରିଥିଲେ l ଟିମ୍ 'ଏ' ଦଳର କ୍ୟାପ୍ଟେନ ଦାୟିତ୍ଵ ସୁବାଷ ବେହେରା ତୁଲାଇ ଥିବା ବେଳେ ଟିମ୍ 'ବି' ଦଳ ରେ ବିଜୟ ରଥ ଓ ଟିମ୍ 'ସି' ଦଳ ପାଇଁ ନିଳାଦ୍ରୀ ସିଂହ କ୍ୟାପ୍ଟେନ ଦାୟିତ୍ଵ ତୁଲାଇଥିଲେ l ଟିମ୍ ଏ ର ନାନୁ ୧୭ ରନ୍ କରି ସର୍ବୋଚ୍ଚ ସ୍କୋରର ଘୋଷିତ ହୋଇଥିବା ବେଳେ ଟିମ୍ 'ବି' ର ସମୀର ଦାସ ୩୦ ରନ୍ କରି ସର୍ବୋଚ୍ଚ ସ୍କୋରର ଆଖ୍ୟା ପାଇଥିଲେ l ଆଜିର ଏହି କ୍ରିକେଟ୍ ମ୍ୟାଚ ରେ ଜିଲ୍ଲା ର ବହୁ ଓକିଲ ଓ କ୍ରିକେଟ୍ ପ୍ରେମୀ ଯୋଗ ଦେଇଥିଲେ l