-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ଜରାସିଂହାରେ ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ

09-Feb-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଐତିହାସିକ ଜରାସିଂହା ଗ୍ରାମଠାରେ ଆଜି ବଲାଙ୍ଗୀରର ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଙ୍ଗିଆଜାମ କମିଟିର ସଭାପତି ତଥା ପରିବେଶକର୍ମି ପ୍ରକୃତିବନ୍ଧୁ ଗୋପାଳ ହୋତାଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଓକିଲସଂଘର ସଭାପତି ଅମ୍ବରିଶ ତ୍ରୀପାଠୀ,ସମ୍ମାନୀତ ଅତିଥି ଭାବରେ ପଥରଚେପା ଆଦର୍ଶବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର,ବରିଷ୍ଠ ସାମ୍ବାଦିକ

ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଶିକ୍ଷାବିଦ ମନୋରଂଜନ ସାହୁ,ଜିଲ୍ଲାପରିଷଦ ସଭ୍ୟା ସୁମତି ସେଠ୍‌, ଆଇନଜୀବି ଭକ୍ତଚରଣ ନାଏକ, ଜରାସିଂହାର ବରିଷ୍ଠ ନାଗରିକ ଦୟାନିଧି ମେହେର ଓ ବିଏନଏଏ କ୍ଲବର ସଭାପତି କରୁଣାକର ମେହେର, କୁମାର ଷାଣ୍ଢ ଓ ଦେବପ୍ରସାଦ ମେହେର ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ । ଅତିଥିଗଣ ତାଙ୍କ ବକ୍ତବ୍ୟରେ ଜଙ୍ଗଲସୁରକ୍ଷା,ବନାଗ୍ନୀ ରୋକିବା, ବନୀକରଣ କରାଇବା ଓ ସର୍ବୋପରି ଆଗାମୀପିଢୀ ପାଇଁ ପରିବେଶକୁ ସୁରକ୍ଷା କରିବା ପାଇଁ ସମସ୍ତେ ଧ୍ୟାନଦେବାକୁ ଅନୁରୋଧ କରିଥିଲେ । ଟାଙ୍ଗିଆଜାମ କମିଟିର ସଭାପତି ଏଡଭୋକେଟ ଗୋପାଳ ହୋତା ପରିବେଶ ସୁରକ୍ଷାର ଆଧ୍ୟାତ୍ମିକ ଦିଗ ଉପରେ ବକ୍ତବ୍ୟ ରଖି ମାଟି, ପାଣି, ପବନ, ଆକାଶ ଓ ଅଗ୍ନୀ ଉପରେ ଲୋକଙ୍କୁ ବୁଝାଇଥିଲେ । ବୃକ୍ଷଦ୍ୱାରା କିଭଳି ଜଳଚକ୍ର,ପବନଚକ୍ର ଓ ଜୀବଚକ୍ର ପରିଚାଳିତ ହେଉଛି ସେଉପରେ ଲୋକଙ୍କୁ ବୁଝାଇଥିଲେ । ବୃକ୍ଷ ହିଁ ପୃଥିବୀପୃଷ୍ଠରେ ଜୀବଜଗତକୁ ବଞ୍ଚାରଖି ପାରିବ ବୋଲି କହି ତାହାର ସୁରକ୍ଷା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ । ସେହିପରି ଓଏଭିର ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ ସାହାରା ମରୁଭୂମୀ କିଭଳି ଏକ ଶସ୍ୟଶ୍ୟାମଳ ଅଞ୍ଚଳରୁ ମରୁଭୂମୀ ହେଲା,୩୦୦ ବର୍ଷ ପୂର୍ବରୁ ବିଶ୍ନୋଇମାନଙ୍କ ବୃକ୍ଷସୁରକ୍ଷା ପାଇଁ ବଳିଦାନ, ଚିଫକୋ ଆନ୍ଦୋଳନ ସହିତ ଆଜିର ଗନ୍ଧମାର୍ଦ୍ଦନ ଆନ୍ଦୋଳନ ଉପରେ ବକ୍ତବ୍ୟ ରଖିଥିଲେ । ଠିକ ସେହିପରି ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଦେଓଗାଁ ଅଞ୍ଚଳବାସୀ ସୁଲିଆଜଙ୍ଗଲଠାରୁ ଆରମ୍ଭ କରି ଭୀମଡୁଙ୍ଗୁରୀ,ମୁରସିଂହ,କିରିବାଞ୍ଜି ଓ ଚାନ୍ଦଲି ପାହାଡ ଅଞ୍ଚଳରେ ଜନସାଧାରଣ ସଚେତନ ହୋଇ ଜଙ୍ଗଲସୁରକ୍ଷା ସାଙ୍ଗକୁ କିଭଳି ପାହାଡ ସୁରକ୍ଷା କରୁଛନ୍ତି ତାହା ବର୍ଣ୍ଣନା କରିଥିଲେ । ଏହା ସହିତ ମହୋତ୍ସବ ଜରିଆରେ ଦେଓଗାଁ ଅଞ୍ଚଳରେ ଲୋକମାନେ ଜଙ୍ଗଲ ଓ ପାହାଡ ସୁରକ୍ଷା ସାଙ୍ଗକୁ ପରିବେଶ ସୁରକ୍ଷାରେ ସଫଳ ହୋଇଥିବାରୁ ତାହାକୁ ଉଚ୍ଚପ୍ରଶଂସା କରିଥିଲେ । ଶିକ୍ଷାବିଦ ମନୋରଂନ ସାହୁ ପରିବେଶ ଅସନ୍ତୁଳନ ଓ ବିଶ୍ୱତାପାୟନ ଉପରେ ବକ୍ତବ୍ୟ ରଖିଥିଲେ । ଆଇନଜୀବି ଅମ୍ବରିଶ ତ୍ରୀପାଠୀ ଓ ଭକ୍ତବନ୍ଧୁ ନାଏକ ଟାଙ୍ଗିଆଜାମ କମିଟିର ପରିବେଶଧର୍ମି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସଭାକାର୍ଯ୍ୟ ପୂର୍ବରୁ ଦେଓଗାଁ ଓ ଜରାସିଂହା ପଞ୍ଚାୟତର ୱାର୍ଡସଭ୍ୟ/ସଭ୍ୟା,ପଞ୍ଚାୟତସମିତି ସଭ୍ୟ/ସଭ୍ୟା,ସାମ୍ବାଦିକ ଓ ଜିଲ୍ଲାପରିଷଦ ସଭ୍ୟା ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କୁ ପାଦଧୋଇ ଉତ୍ତରିୟ ଦେଇ ପଞ୍ଚବଟି ବୃକ୍ଷ ଯଥା-ବର,ପିପ୍ପଳ,ଆମ୍ବ,ଜାମୁ ଓ ଅଁଳାଗଛ ରୋପଣ କରି ତାକୁ

ଜତ୍ନନେବାକୁ ଶପଥପାଠ କରାଯାଇଥିଲା । ମହିଳାମାନେ ଭାଇଜିଉଁତିଆ ଭଳି ଜିଉଁତିଆବାନ୍ଧି ବୃକ୍ଷସୁରକ୍ଷାର ଶପଥ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜରାସିଂହା ସମେତ ଆଖପାଖ ଅଞ୍ଚଳର ଶତାଧିକ ପୁରୁଷ/ମହିଳା ଯୋଗ ଦେଇଥିଲେ । ପ୍ରକାଶ ଯେ,ଟାଙ୍ଗିଆଜାମ କମିଟି ପକ୍ଷରୁ ପ୍ରତ୍ୟେକମାସ ୧ ତାରିଖରେ ଟାଙ୍ଗିଆବନ୍ଦ କରି ଗଛ ନକାଟିବାକୁ ଅନୁରୋଧ କରାଯାଉଛି । ଏହା ସହିତ ବର୍ଷାଦିନେ ଗାଁଗାଁରେ ଚାରା ବଣ୍ଟନ କରାଯାଇ ବନୀକରଣକୁ ପ୍ରୋତ୍ସାହିତ କରାଯାଉଛି । ପ୍ରତିବର୍ଷ ହଜାର ହଜାର ଗଛ ଲୋକଙ୍କୁ ବଣ୍ଟନ କରାଯାଇ ଆସୁଛି । କେବଳ ସେତକି ନୁହେଁ ଗ୍ରୀଷ୍ମଦିନେ ଜଙ୍ଗଲରେ ନିଆଁ ନଲଗାଇବା,ଜଙ୍ଗଲକୁ ସୁରକ୍ଷା କରିବା, ବନ୍ୟଜନ୍ତୁଙ୍କୁ ହତ୍ୟା ନକରିବା ବିଷୟ ନେଇ ଲୋକଙ୍କ ମଧ୍ୟରେ ସଚେତନା କାର୍ଯ୍ୟକ୍ରମ କରାଯାଇ ଆସୁଛି । ଏକ ଆଧ୍ୟାତ୍ମିକ ମାର୍ଗରେ ଲୋକଙ୍କୁ ବୃକ୍ଷ ଓ ପରିବେଶର ଉପକାରୀତା ବିଷୟରେ ବୁଝାଯାଉଥିବାରୁ ଲୋକଙ୍କ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରକାଶ ପାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like