-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||     

HOME   ଜିଲ୍ଲା

ଗୋଚର ଜମିରେ ବାଲିର ପାହାଡ଼: ପ୍ରଶାସନ ତଦନ୍ତ କରିବାକୁ ସାଧାରଣରେ ଦାବି

08-Feb-2025



ଯାଜପୁର/ବରୀ(ରଞ୍ଜିତ ମହାନ୍ତି): ସରକାର ବଦଳି ଥିଲେ ମଧ୍ୟ  ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲଘୁ ଖଣିଜ ପଦାର୍ଥର ବ୍ୟାପକ ଚୋରା ଚାଲାଣ କିନ୍ତୁ ବନ୍ଦ ହେଉନାହିଁ । ବିଭିନ୍ନ ନଦୀରୁ ବାଲି ଚୋରା ଚାଲାଣ କମିବା ବଦଳରେ ବଢି ଚାଲିଛି  । ବାଲିର ବ୍ୟାପକ ଚୋରା ଚାଲାଣ ଦ୍ୱାରା ସରକାର ବ୍ୟାପକ ରାଜସ୍ୱ ହରାଇ ଚାଲିଛନ୍ତି । ହେଲେ ଏଥିପ୍ରତି ପ୍ରଶାସନ ପଦକ୍ଷେପ ଗ୍ରହଣ କରୁନାହିଁ । ପ୍ରଶାସନର ଦୁର୍ବଳତାର ସୁଯୋଗ ନେଇ ପ୍ରଭାବଶାଳୀ ବ୍ୟକ୍ତି ଶହ ଶହ ଟ୍ରିପ ବାଲି ନଦୀରୁ ବେଆଇନ ଭାବେ ଉତ୍ତୋଳନ କରି ତାକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା ବେଳେ ସରକାର କିନ୍ତୁ ରାଜସ୍ୱ ହରାଇ ଚାଲିଛନ୍ତି । ଏ ନେଇ ପ୍ରଶାସନ ପଦକ୍ଷେପ ନେବା ବଦଳରେ ଚୁପ ବସିବା ଚିନ୍ତାର ବିଷୟ ହୋଇଛି। ବାଲି ମାଫିଆଙ୍କ ଆଗକୁ ପ୍ରଶାସନ ଯିବାକୁ ସାହସ ଜୁଟାଇ ପାରୁ ନଥିଲା ବେଳେ କେହି ଯଦି ନିଜ ଘର କାମ ପାଇଁ ନଦୀରୁ ବାଲି ଉଠାଉଛି ତେବେ ତା ନାଁରେ ମାମଲା ରୁଜୁ କରୁଥିବା ଅଭିଯୋଗ ହେଉଛି । ବରୀ ବ୍ଲକରେ ପ୍ରବାହିତ ବିଭିନ୍ନ ନଦୀରୁ ବ୍ୟାପକ ବାଲି ଚୋରା ଚାଲାଣ ହେଉଥିଲା ବେଳେ ଉଦୟନାଥପୁର ପଞ୍ଚୟତର ପୁଣ୍ଟିଆ ପଡ଼ିଆରେ ଗଦା ହୋଇଥିବା ଶହ ଶହ ଟ୍ରିପ ବାଲି କାହାର ବୋଲି ପ୍ରଶ୍ନ ହୋଇଛି । ଏହି ପଡ଼ିଆଟି ଗୋଚର ଜମି ବୋଲି ମଧ୍ୟ ଅଭିଯୋଗ ହୋଇଛି । ହେଲେ ଏହି ଗୋଚର ଜମି ଏବେ ବାଲି ଗଦାରେ ପରିଣତ ହୋଇଛି । ଜନୈକ ପ୍ରଭାବଶାଳୀ ବ୍ୟକ୍ତି ଏହି ବିପୁଳ ପରିମାଣ ବାଲି ଗଦା କରି ରଖି ବିକ୍ରି କରୁଥିଲା ବେଳେ ବରୀ ପ୍ରଶାସନ ଏହା ଜାଣି ମଧ୍ୟ ଅଜଣା ବସିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ବାଲି ବ୍ୟବସାୟରୁ ବେଶ କିଛି ଅର୍ଥ ଭାଗବଣ୍ଟା ହେଉଥିବାରୁ ପ୍ରଶାସନ ଚୁପ ରହିଥିବା ଅଭିଯୋଗ ହେଉଛି । ଏହି ବାଲି ନିକଟସ୍ଥ ଚିଙ୍ଗୁଡ଼ିଆ ନଦୀରୁ ଜେସିବି ସାହାଯ୍ୟରେ ଉତ୍ତୋଳନ ହୋଇ ରଖାଯାଇଛି ବୋଲି ଜଣା ଯାଇଛି । ଏ ନେଇ ଜିଲ୍ଲାପାଳ ତଦନ୍ତ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026

You Might Also Like