-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
08-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଲୋକଙ୍କ ସେବାରେ ଉତ୍ସର୍ଗୀକୃତ ଏଚିଭର୍ସ ଫାଉଣ୍ଡେସନ ସବୁବେଳେ ଆଗଧାଡିରେ ରହି ଆସୁଥିବା ବେଳେ, କେତେବେଳେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଚାଲିଛି। ଏଚିଭର୍ସ ଫାଉଣ୍ଡେସନର ଏଇ ନିରନ୍ତର ପ୍ରୟାସ ପାଇଁ ସାରା ବରଗଡ଼ ଜିଲ୍ଲାରେ ଏକ ଚର୍ଚ୍ଚିତ ଅନୁଷ୍ଠାନ ଭାବେ ଲୋକଙ୍କ ପାଖରେ ବେଶ ପ୍ରଶଂସନୀୟ। ବରଗଡ଼ ନିକଟସ୍ଥ ବରଡୋଲ ରାସ୍ତା କଡରେ ଏକ ୭୦ ବର୍ଷିୟ ଅଜଣା ବୃଦ୍ଧ ଦିର୍ଘ ୩।୪ ଦିନ ଧରି କିଛି ଖାଦ୍ୟ ନଖାଇବା ଫଳରେ ଚେତା ଶୂନ୍ୟ ଅବସ୍ଥା ପଡ଼ିରହିଥିଲା।ସେଇ ରାସ୍ତା ଦେଇ ଏଚ୍ୟୁଭର୍ସ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ସାମାଜିକ କର୍ମୀ ଶ୍ରୀଯୁକ୍ତ ଦିବାକର ମାଝୀ ଯାଉଥିବା ବେଳେ, ଏଭଳି ବୃଦ୍ଧାଙ୍କ ଆଡକୁ ଦୃଷ୍ଟି ଗୋଚର ହୋଇଥିଲା।ସେ ତୁରନ୍ତ କାଳବିଳମ୍ବ ନକରି ସ୍ଥାନୀୟ ପୋଲିସର ସହଯୋଗରେ ସରକାରୀ ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି କରିଥିଲେ। ଏଭଳି ଲୋକମାନଙ୍କ ସେବାରେ ଲାଗିଥିବା ଫାଉଣ୍ଡେସନର ଅଧ୍ୟକ୍ଷ ତଥା ସାଥିଙ୍କ କାର୍ଯ୍ୟକ୍ରମକୁ ଲୋକେ ସାଧୁବାଦ ଜଣାଇଛନ୍ତି।