-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||     

HOME   ଜିଲ୍ଲା

ଫ୍ରେଣ୍ଡସ କ୍ଳବ ତରଫରୁ ଦ୍ଵିତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ

08-Feb-2025



ବଲାଙ୍ଗିର(ପ୍ରେରଣା ଖବର) ବଲାଙ୍ଗିର  ସୁପରିଚିତ ଅନୁଷ୍ଠାନ ଫ୍ରେଣ୍ଡସ କ୍ଳବ ତରଫରୁ ଦ୍ଵିତୀୟ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଆସନ୍ତା ଫେବୃଆରୀ ୧୦ ତାରିଖ  ରୁ ୧୬ ତାରିଖ  ପର୍ଯ୍ୟନ୍ତ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆ ରେ ଆୟୋଜିତ ହେବାକୁ ଯାଉଛି l ଆଜି ଏହି ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ହୋଇଥିଲା l 
ଦିନ ଦିନକୁ ଫୁଟବଲ ପ୍ରତି ଲୋକଙ୍କ ଆଗ୍ରହ କମିବା, ଯୁବପିଢ଼ିଙ୍କ ମନରେ ଖେଳର ବୃଦ୍ଧି ବଢାଇବା, ସହର ମଧ୍ୟରେ ଥିବା ପି.ଆର ହାଇସ୍କୁଲ ଖେଳ ପଡିଆର ଉନ୍ନତି କରିବା, କ୍ରୀଡାରେ ଶାରୀରିକ, ମାନସିକ ସ୍ଥିତି ସଜାଗ ରୁହେ ସେହି ଲକ୍ଷ ନେଇ ଫ୍ରେଣ୍ଡସ କ୍ଳବ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନ କରୁଛି ବୋଲି ଆଜିର ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଭାପତି ଲୋଟସ ଷଡ଼ଙ୍ଗୀ l ତାହା ସହିତ ଫ୍ରେଣ୍ଡସ କ୍ଳବ ସହ ବଲାଙ୍ଗିରର ଯୁବ ପିଢ଼ି, ବୁଦ୍ଧିଜୀବୀ, ସମସ୍ତ ସାମାଜିକ ଅନୁଷ୍ଠାନ, କ୍ରୀଡାପ୍ରେମୀ ସମ୍ପୃକ୍ତ ଥିବା ସୂଚନା ଦେଇଥିଲେ l ଏହି ସପ୍ତାହେ ବ୍ୟାପି ଫୁଟବଲ ଟୁର୍ନାମେଣ୍ଟ  ରେ ବଲାଙ୍ଗିର,ଭୁବନେଶ୍ୱର, ବରଗଡ଼, ମୟୁରଭଞ୍ଜ, ସୁନ୍ଦରଗଡ଼, ଜରାସିଂହା, କୁଚିଣ୍ଡା ଏବଂ କଟକ ଭଳି ପ୍ରସିଦ୍ଧ ଲାଭ କରିଥିବା ଫୁଟବଲ ଟିମ ଅଂଶଗ୍ରହଣ କରୁଥୁବା ବେଳେ କୋଡିଏ ବର୍ଷ ଆଗରୁ ବଲାଙ୍ଗିରର ବହୁ ଖେଳାଳି ଆନ୍ତର୍ଜାତିକ ତଥା ରାଜ୍ୟସ୍ତରୀୟରେ ସୁନାମ ଆଣିଥିଲେ ତାହା ଏବେ କମିବାରେ ଲାଗିଛି ପୁଣି ଥରେ ଏଠାକାର ଖେଳାଳି ଙ୍କୁ ସେହି ପହଂଚାଇବା ତଥା ଖେଳର ମାନ ରଖିବା ପାଇଁ ଏହି ଫୁଟବଲ ମହାକୁମ୍ଭର ଆୟୋଜନ କରାଯାଇଛି  ବୋଲି ସମ୍ପାଦକ ଜଗନ୍ନାଥ ମିଶ୍ର କହିଥିଲେ ତାହାସହିତ ବଲାଙ୍ଗିର  ଜିଲ୍ଳାର କ୍ରୀଡା କ୍ଷେତ୍ରରେ  ଉଲ୍ଲେଖନୀୟ ଅବଦାନ ପାଇଁ ପୁରୁଣା ନୁଆଁ ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି କମିଟି ତରଫରୁ ନିଷ୍ପତି  ଦିଆଯାଇ ଥିବାର ସୂଚନା ଦେଇଛନ୍ତି l
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଫ୍ରେଣ୍ଡସ କ୍ଳବର ସଭାପତି ଲୋଟସ ଷଡ଼ଙ୍ଗୀ, ସମ୍ପାଦକ ଜଗନ୍ନାଥ ମିଶ୍ର, କୋଷାଧକ୍ଷ ରଂଜିତ ବେହେରା, ସଂଯୋଜକ ମନୋଜ ମିଶ୍ର, ମଧୁ ବନଛୋର, ପ୍ରଭାକର ମିଶ୍ର, ଆକାଶ ମିଶ୍ର, ଶରତ ନନ୍ଦ,ପବିତ୍ର ଖୁଣ୍ଟିଆ,ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ଅଭିମନ୍ୟୁ ପାଣ୍ଡେ, ମନୋଜ ଦୀପ, ସଂଜୀବ ସାହୁ, ବଦ୍ରି ନାରାୟଣ ମିଶ୍ର,କିଶୋର ଦଣ୍ଡସେନା, ନିଶାରକାନ୍ତ ନାଗ, କୈଳାଶ ମିଶ୍ର, ପୃଥ୍ୱୀରାଜ ବରାଡ଼,ଟିକୁ ପରିଛା, ଦେବେନ ପାତ୍ର, ଲିଜୁ ସାହୁ, ଶଙ୍କର ନାଗ, ପ୍ରଦୀପ ସିଂ, କୁନା ମନହୀରା, ମୁନା ପାଲ, କମ୍ବୁ ତ୍ରିପାଠୀ, ଲକ୍ଷ୍ମୀ ସ୍ୱାଇଁ,ପୂର୍ଣ୍ଣ ଚନ୍ଦ୍ର  ତ୍ରିପାଠୀ, ନିତ୍ୟା ପଧାନ ସୋନୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲାର ଅନେକ ଦର୍ଶକ ଖେଳାଳି ଓ କ୍ରୀଡ଼ା ପ୍ରେମୀ ଉପସ୍ଥିତ ରହି ଖେଳ ଓ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁରୋଧ କରାଯାଇଛି l ଶେଷରେ କୋଷାଧକ୍ଷ ରଂଜିତ ବେହେରା ଧନ୍ୟବାଦ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026

You Might Also Like