-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
06-Dec-2024
ବୀରମହାରାଜପୁର , (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଛକ ଠାରେ ଡ଼ଃ ଵି ଆମ୍ବେଦକର ସେବାସଙ୍ଘ ସୁବଳୟା ଆନୁକୂଲ୍ୟରେ ଶୁକ୍ରବାର ବାବାସାହେବଙ୍କ ୬୮ ତମ ମହାପରୀ ନିର୍ବାଣ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଗଦାଧର ବାଦୀଙ୍କ ସଭାପତିତ୍ବରେ ରେ ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଗୁପ୍ତେଶ୍ୱର ଖୁରା ମୁଖ୍ୟବକ୍ତା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଚମ୍ପlମାଲ ସରପଞ୍ଚ ମହେନ୍ଦ୍ର ଜଗଦଳା ,ଭୀମ ଆର୍ମି ସଭାପତି ପ୍ରଦୀପ ଜାଲ, ଅନାଦି ଜଗଦଳା, ବୀରମହାରାଜପୁର ଏସସିଏସଟି ସିସି ସଭାପତି ଅଭିମନ୍ୟୁ ଲୁହା, ଜିଲ୍ଲା କୋଡିନେଟର ରାଜକିଶୋର ନାଏକ , ରେଢ଼ାଖୋଲ ଗଣ୍ଡା ସମାଜର ସଭାପତି ସଞ୍ଜୟ ସାଗର, ସାମାଜିକ କର୍ମୀ ସୁମନ୍ତ ଜଗଦଳା ପ୍ରମୁଖ ସାମ୍ମନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ଅଭିମନ୍ୟୁ ଲୁହା ସଭା ପରିଚାଳନା କରିଥିବା ବେଳେ ସଭାପତି ଶ୍ରୀ ବାଦୀ ଧନ୍ୟବାଦ ଅର୍ପଣ ଦେଇଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ।