-+91-9937148622 |
prerana_bgr@rediffmail.com |
Sunday 31st May 2026 |
R.N.I. Regd No. ODIODI/2010/46693
Breaking News
06-Dec-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ) : ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ଶୁକ୍ରବାର ବୀରମହାରାଜପୁର ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି l ଧନୁଯାତ୍ରା ଆୟୋଜକ କମିଟି ସଭାପତି କିଶୋର ହୋତା ଙ୍କ ନେତୃତ୍ବରେ ରେ ତୃତୀୟ ଥର ପାଇଁ ଆସନ୍ତା ୨ ଜାନୁୟାରୀ ୨0୨୫ ଠାରୁ ୮ ଜାନୁୟାରୀ ୨0୨୫ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି lଏହି ଅବସରରେ ଭୂମି ପୂଜନ ସହ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା l ପୂଜକ ରବିଚନ୍ଦ୍ର ପୁରୋହିତ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୟମ୍ଭୁ ନାଥ ଖଣ୍ଡଗିରି, ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ନାରାୟଣ ଲୁହା, ଚମ୍ପମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା, ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ, ବ୍ଲକ କଳାକାର ସଙ୍ଘ ସଭାପତି ରାମକୃଷ୍ଣ ହୋତା, ଆଇନଜୀବୀ ପ୍ରଦୀପ ମିଶ୍ର, ଯୁଧିଷ୍ଠିର ସାହୁ, ଆଶ୍ରୟ ମହାନନ୍ଦ, ମେଘନାଦ ଭୋଇ ଶୁଭମ ପ୍ରୀତମ ହୋତା, ଚିନ୍ମୟ ସାହୁ, ରାଧା ଚରଣ. ମେହେର, ସୁରୁବାବୁ ସାହୁ,ପ୍ରକାଶ ପଧାନ, କିଶୋର ଭୋଇଙ୍କ ସମେତ ଯାତ୍ରା କମିଟି ର ସମସ୍ତ ସଦସ୍ୟ ସାମିଲ ଥିଲେ l ଚଳିତ ବର୍ଷ ଏକ ସ୍ମରଣିକା ପ୍ରକାଶ ପାଇବା ସହ ମିନବଜାର ସାଙ୍ଗକୁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଧନୁଯାତ୍ରା ଆୟୋଜକ କମିଟି ସଭାପତି କିଶୋର ହୋତା ସୂଚନା ପ୍ରଦାନ କରିଛନ୍ତି l