-+91-9937148622 |

prerana_bgr@rediffmail.com |

  Thursday 29th October 2026 |

| | | |

R.N.I. Regd No. ODIODI/2010/46693

Breaking News

ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||     

HOME   ଜିଲ୍ଲା

ହତ୍ୟା ର ଗୁମର ଖୋଲିବାକୁ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

11-Nov-2024



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ସଲଣ୍ଡି ଗାଁ ର ଶତାଧିକ ପୁରୁଷ ଓ ମହିଳା ଜ୍ଞାନ ପ୍ରକାଶ ବେହେରା ଙ୍କ ହତ୍ୟା ର ଗୁମର ଖୋଲିବାକୁ ରାଜରାସ୍ତାକୁ ଓହ୍ଲାଇଥିଲେ। ସୂଚନା ଅନୁସାରେ ୧୪/୧୦/୨୪ ଦିନ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ସଲଣ୍ଡି ଗାଁ ର ଦୈତ୍ୟାରି ବେହେରାଙ୍କ ପୁଅ ଜ୍ଞାନ ପ୍ରକାଶ ବେହେରା (୨୭) ନିଜ ମୋଟରସାଇକେଲ (ଓ ଡି ୦୩ ୟୁ ୫୬୧୯) ଯୋଗେ ଘରୁ ବାହାରି କୁଆଡେ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରି ନପାଇବାରୁ ବେଲ ପଡ଼ା ଥାନା କୁ ୧୬/୧୦/୨୪ ଦିନ ଅଭିଯୋଗ କରିବା ପାଇଁ ଆସିଥିବା ବେଳେ ବେଲପଡା ପୋଲିସ ତାଙ୍କ ଅଭିଯୋଗ ପତ୍ର ରଖିନଥିଲେ ପୁଣି ସନ୍ଧ୍ୟା ସମୟରେ ଅଭିଯୋଗ ପତ୍ର ରଖିଥିବା ପୂର୍ବରୁ ଗୋଟିଏ ମୋଟରସାଇକେଲ ବେଲ ପଡ଼ା ଥାନା ଅନ୍ତର୍ଗତ ଥୁଣ୍ଡିବାହାଲ ଓ ଭାଲୁଖାଇ ମଝି ଜଙ୍ଗଲ ରୁ ପାଇଥିବାରୁ ସେ ବାଇକ୍ ଟି ଜ୍ଞାନ ପ୍ରକାଶ ବେହେରା ଙ୍କ ବୋଲି ଚିହ୍ନଟ କରାଯାଇଥିଲା। ସଲଣ୍ଡି ଗାଁ ର ଶହ ଶହ ଲୋକ ଉକ୍ତ ଜଙ୍ଗଲ କୁ ଯାଇ ଖୋଜାଖୋଜି କରିବା ପରେ ରାତିରେ କିଛି ପତ୍ତା ମିଳିନଥିବାରୁ ଫେରି ଆସିଥିଲେ। ପୁଣି ୧୭/୧୦/୨୪ ଦିନ ସକାଳୁ ଖୋଜାଖୋଜି କରିବା ପରେ ଜଙ୍ଗଲ ଭିତରେ ଏକ ମୃତଦେହ ମିଳିଥିଲା ଏବଂ ତାହା ଜ୍ଞାନ ପ୍ରକାଶ ବେହେରା ଙ୍କ ବୋଲି ଜଣାପଡିଥିଲା। ଘଟଣା ସ୍ଥଳରେ ବେଲ ପଡ଼ା ପୋଲିସ ଓ ବଲାଙ୍ଗିର ଫରେନ୍ସି ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରିବାର ବର୍ଗଙ୍କ ଠାରୁ ତାହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି ସୁରାକ ମିଳିନଥିଲା।ଫରେନ୍ସି ରିପୋର୍ଟ ଆସିବା ପରେ ହତ୍ୟା ବୋଲି ସ୍ପଷ୍ଟୀକରଣ ହେବାପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ବେଳେ ପରିବାର ଲୋକେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ବାରସ୍ଥ ହୋଇଥିଲେ। ତାପରେ ମଧ୍ୟ ପୋଲିସ ପ୍ରଶାସନ ଅପରାଧୀ ମାନଙ୍କୁ ଧରିବାରେ ଅସକ୍ଷମ ହେବାରୁ ଗାଁ ଲୋକେ ନ୍ୟାୟ ପାଇବା ଆଶାରେ ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ। ସଲଣ୍ଡି ଗାଁ ବସଷ୍ଟାଣ୍ଡ ତଥା ବଲାଙ୍ଗିର କଣ୍ଟାବାଞ୍ଜି ରାସ୍ତା ୪୨ ନମ୍ବର ରାଜପଥ କୁ ଆଜି ସକାଳ ୮:୩୦ ରୁ ରାସ୍ତାରୋକ କରିଥିଲେ।

ଘଟଣା ସ୍ଥଳରେ ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୁଝାରୀ,ବେଲପଡା ଥାନା ଅଧିକାରୀ ଅନନ୍ତ ପ୍ରଧାନ, ପାଟଣାଗଡ଼ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟା, ଖପ୍ରାଖୋଲ ପୋଲିସ ଓ ବଲାଙ୍ଗିର ରୁ ଦୁଇ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ରହି ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାଇଁ ଚେଷ୍ଟା କଲେ। କିନ୍ତୁ ଗ୍ରାମବାସୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆସିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯିବ ବୋଲି କହିଥିଲେ । 
ଶେଷରେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ପରିବାର ବର୍ଗଙ୍କୁ ବୁଝାସୁଝା କରି ଯଥାଶୀଘ୍ର ଆସାମୀ ମାନଙ୍କୁ ଧରାଯିବ ଏବଂ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକମାନେ ୩.୩୦ ସମୟରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ। ପରିବାର ବର୍ଗ ଓ ଗ୍ରାମବାସୀମାନେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କୁ ଉଚିତ ପଦକ୍ଷେପ ନେବାକୁ ଏକ ଲିଖିତ ଅଭିଯୋଗ ଦେଇଥିବା ବେଳେ ଉକ୍ତ ହତ୍ୟାକାଣ୍ଡ ର ତଦନ୍ତ ବେଲପଡା ପୋଲିସ ନକରି ସିଧା ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ଵାରା ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଅପରାଧୀ ମାନଙ୍କୁ ଧରିବେ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ ପ୍ରତିଶ୍ରୁତି ଦେଇଛନ୍ତି। ଯଦି କମ୍ ଦିନ ମଧ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକରାଯାଏ ତାହେଲେ ପୁଣି ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ କହିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ଏଭଳି ହତ୍ୟାକାଣ୍ଡ ରେ ପୋଲିସ ବିଭାଗ କିଭଳି ପଦକ୍ଷେପ ନେଉଛନ୍ତି ଓ ଆସାମୀମାନଙ୍କୁ ଗିରଫ କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   28-Oct-2026
  ଜିଲ୍ଲା  
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   28-Oct-2026
  ଜିଲ୍ଲା  
ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   28-Oct-2026
  ଜିଲ୍ଲା  
ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   28-Oct-2026
  ଜିଲ୍ଲା  
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   28-Oct-2026
  ଜିଲ୍ଲା  
*ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   28-Oct-2026
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026

You Might Also Like