-+91-9937148622 |

prerana_bgr@rediffmail.com |

  Thursday 29th October 2026 |

| | | |

R.N.I. Regd No. ODIODI/2010/46693

Breaking News

କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ୮୦ଲକ୍ଷ ମୂଳ ଅନୁସୂଚିତ ଜାତିର ସ୍ୱାର୍ଥ ବନାମ ରାଜନୈତିକ ସ୍ୱାର୍ଥ ରକ୍ଷା - କେକେଡି ହଟାଓ ଦାବି ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରାଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||     

HOME   ଜିଲ୍ଲା

ଖଲିଆପାଲି ରାଇସ୍ ମିଲ୍ ରେ ଯୋଗାଣ ବିଭାଗର ତନାଘନା :  ଯୋଗାଣ ଅଧିକାରୀ ମୁହଁ ଲୁଚାଇଲେ,  କିଛି ଗଡବଡ ଥିଲା  ?

10-Nov-2024



ବଲାଙ୍ଗୀର/ସୋନପୁର(ମଳୟ ମିଶ୍ରଙ୍କ ରିପୋର୍ଟ):   ଚଳିତ ଖରିଫଋତୁରେ ଧାନକିଣା ଆରମ୍ଭ ହେବା ପୂର୍ବରୁ ସରକାରଙ୍କ ସକ୍ରିୟତା ସହ କ୍ଷମତାସୀନ ଦଳର ଦଳୀୟ ପାଣ୍ଠି ଅସୁଲି (?) ଓ ନୂତନ ସରକାରଙ୍କ ଧାର୍ଯ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ୍ ଅନ୍ତର୍ଗତ ଖଲିଆପାଲିର ଏକ ରାଇସ୍ ମିଲ୍ ରେ ୯ ତାରିଖରେ ଯୋଗାଣ ବିଭାଗ ତରଫରୁ ଯାଞ୍ଚ କରାଯାଉଥିଲା । ତେବେ ଆସନ୍ନସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଫିସ୍ ର ଅତିରିକ୍ତ ଯୋଗାଣ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ  ଆସି ପହଞ୍ଚିଥିଲେ । ସେତେବେଳେ କେତେକ ବରିଷ୍ଠ ସାମ୍ବାଦିକ ସେଠାରେ ଦୈବାତ୍ ପହଞ୍ଚିଯିବାରୁ ମିଲ୍ ମାଲିକ ଗେଟ୍ ବାହାରକୁ ବାହାରିଆସି  ଅନୁନୟ ବିନୟ ହୋଇ ସେମାନଙ୍କୁ ଭିତରକୁ ଛାଡି ନ ଥିଲେ ।   ସେହିପରି ଯୋଗାଣ ଅଧିକାରୀମାନେ ମୁହଁ ଲୁଚାଇ ମିଲ୍ ଭିତରକୁ ପଶିଯାଇଥିଲେ । କିଛି ଗଡବଡ ଥିଲା ? 

ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ ଯେ , ବର୍ଷ ତମାମ୍ ଏହି ମିଲ୍ ର ଟାର୍ଗେଟ୍ ଓ ଷ୍ଟକ୍ ଆଦି ସହିତ ମିଲିଂରେ ବହୁତ ଅନିୟମିତତା ରହିଆସୁଛି । ଏପରିକି ଏହି ମିଲ୍ ଟି  ବଲାଙ୍ଗୀର- ସମ୍ବଲପୁର ମୁଖ୍ୟସଡକରୁ ବୁର୍ଡା ରାସ୍ତାଦେଇ ଅର୍ଜୁନପୁର - ସୋନପୁରକୁ ଭିତରିଆ ରାସ୍ତା ହୋଇଥିବାରୁ ଏହି ମିଲ୍ ଓ ଏହି ରାସ୍ତାରେ ପଡୁଥିବା ବଲାଙ୍ଗୀର ଜିଲ୍ଲାର ଅନ୍ୟାନ୍ୟ ମିଲ୍ ଗୁଡିକ ପ୍ରକୃତରେ ଧାନ କିଣି ମିଲିଂ କରି ଚାଉଳ ପ୍ରସ୍ତୁତ ନ କରି ବିଭିନ୍ନ ସରକାରୀ ଯୋଜନାର ଚାଉଳ ଚୋରାରେ କିଣି କଷ୍ଟମ୍ ମିଲିଂ ବୋଲି ଦର୍ଶାଇ ଆସୁଥିବା ଅଭିଯୋଗ କରାଯାଉଛି ।  ଏହି ଅର୍ଜୁନପୁର- ବୁର୍ଡା ଚୋରାଚାଲାଣ ରାସ୍ତାର ପାର୍ଶ୍ବବର୍ତ୍ତୀ ମିଲ୍ ଗୁଡିକରେ ଅଭିଯୋଗ ହେଉଥିବା ଏଭଳି ସନ୍ଦେହଜନକ ଅନିୟମିତତା ବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ।  ବଲାଙ୍ଗୀର ବା ସୁବର୍ଣ୍ଣପୁରର ଯୋଗାଣ ବିଭାଗ- ମିଲର୍ସ - ବେପାରୀ ଓ କଳାବଜାରୀଙ୍କର ମିଳିତ ମଧୁଚନ୍ଦ୍ରିକାରେ ବର୍ଷ ବର୍ଷ ଧରି ଏଭଳି ବେଆଇନ୍ କାର୍ଯ୍ୟକଳାପ ଚାଲିଥିବା ଜଣାପଡିଛି ।  ଉକ୍ତ ମିଲ୍ ଗୁଡିକର ବିଦ୍ୟୁତ୍ ବିଲ୍ , ମିଲିଂ କାପାସିଟି ସହିତ ବଏଲିଂ ରିପୋର୍ଟ ଇତ୍ୟାଦିର ସମୟ ସମୟରେ ଅଚାନକ ଚଢାଉ କରି ତଦନ୍ତ କରାଗଲେ , ଏହା ଧରାପଡିବ ବୋଲି ଚର୍ଚ୍ଚା ହେଉଛି । 

ଉଲ୍ଲେଖନୀୟ ଯେ , ସୁବର୍ଣ୍ଣପୁର ଜିଲ୍ଲାର କେତେକ ରାଇସ୍ ମିଲ୍ ଉପରେ ସାଂସଦ ସଙ୍ଗୀତା ସିଂଦେଓ , ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଓ ଜିଲ୍ଲାପାଳ ଅନ୍ୟା ଦାସ ପ୍ରମୁଖ ସଦଳବଳେ ଯାଇ କିଛିଦିନତଳେ ସନ୍ଧ୍ୟାରେ ଚଢାଉ କରି ସିଲ୍ କରିଦେଇଥିଲେ ଓ ଦିନକ ପରେ ତଦନ୍ତ କମିଟି ଗଠନ କରି ଷ୍ଟକ୍ ଯାଞ୍ଚ ଠିକ୍ ଠାକ୍ ବାହାରିଥିବା ଦର୍ଶାଇ ସିଲ୍ ଖୋଲାଯାଇଥିବା ଘଟଣାର ଚର୍ଚ୍ଚା ହୋଇଥିଲା । ଏଥିରେ ଅନ୍ୟ ରାଇସ୍ ମିଲ୍ ଗୁଡିକ ମଧ୍ୟରେ ଛନକା ପଶି ଯାଇଥିଲା । ଏହା ସହିତ ରାଇସ୍ ମିଲ୍ ଗୁଡିକରୁ ବିଜେପି ଦଳର ନେତାନେତ୍ରୀମାନେ ୫ ରୁ ୭ ଲକ୍ଷ ଟଙ୍କା ଚାନ୍ଦା ନେଉଥିବା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପ୍ରେସ୍ ବିବୃତି ପରେ ବିଜେପି ଦଳ ବା ସାଂସଦଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ପ୍ରକାଶ ପାଇନାହିଁ । ତେବେ ଏହାପରେ ମିଲର୍ସ , ଯୋଗାଣ ବିଭାଗ ଓ ସରକାରଙ୍କ ଭିତରେ ଛାନିଆ ପଶିଯାଇଛି । ଏଣୁ ଯୋଗାଣବିଭାଗ ପକ୍ଷରୁ ଲୁଚାଣିଆ ଭାବରେ ଉପରୋକ୍ତ ମିଲ୍ ଗୁଡିକର ଷ୍ଟକ୍ ଓ ଅନ୍ୟାନ୍ୟ ଅନିୟମିତତାକୁ ସଜଡା ଯାଉଥିବା କୁହାଯାଉଛି । 

ସେ ଯାହାହେଉ ,ଏଭଳି ରାଇସ୍ ମିଲ୍ ଗୁଡିକ ଚଳିତ ଖରିଫ ଋତୁରେ ୩୧୦୦ ଟଙ୍କା ଧାନ କୁଇଣ୍ଟାଲ ପ୍ରତି କିଣିବାର ବ୍ୟବସ୍ଥା ସଠିକ୍ ଭାବରେ ଚାଲି ଚାଷୀଙ୍କୁ ଉପଯୁକ୍ତ ପାଉଣା ମିଳିବା ପ୍ରତି ସରକାରଙ୍କ ଆଭିମୁଖ୍ଯକୁ ଯୋଗାଣ ବିଭାଗ କିପରି ତୁଲାଉଛି , ଦେଖିବାକୁ ବାକି ରହିଲା  ! 


News Comment




Photo in News

Advertisment
Lastest News
  ଜିଲ୍ଲା  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
୮୦ଲକ୍ଷ ମୂଳ ଅନୁସୂଚିତ ଜାତିର ସ୍ୱାର୍ଥ ବନାମ ରାଜନୈତିକ ସ୍ୱାର୍ଥ ରକ୍ଷା - କେକେଡି ହଟାଓ ଦାବି ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରାଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026
  ଜିଲ୍ଲା  
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   29-Oct-2026
  ଜିଲ୍ଲା  
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ   29-Oct-2026
  ଜିଲ୍ଲା  
ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   29-Oct-2026
  ଜିଲ୍ଲା  
ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ   29-Oct-2026
  ଜିଲ୍ଲା  
ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   28-Oct-2026

You Might Also Like