-+91-9937148622 |

prerana_bgr@rediffmail.com |

  Thursday 29th October 2026 |

| | | |

R.N.I. Regd No. ODIODI/2010/46693

Breaking News

ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||     

HOME   ଜିଲ୍ଲା

ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ ହେଲେ ଧନକଉଡ଼ା ବ୍ଲକର ୯୩ ଜଣ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀ

05-Nov-2024



ସମ୍ବଲପୁର:(ନିରଞ୍ଜନ ତ୍ରିପାଠୀ)- ଆଜି ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲର ମନମୋହନ ପଟ୍ଟନାୟକ ପ୍ରେକ୍ଷାଳୟରେ ଧନକଉଡ଼ା ବ୍ଲକ୍ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଅଭିମୁଖୀ କରାଇବା ଉଦ୍ଦେଶ୍ୟରେ ଏକ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧନକଉଡ଼ା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ ମୁଖ୍ଯଅତିଥି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମୀନାରାଣୀ ମଙ୍ଗଳ, ସ୍ବତନ୍ତ୍ର ଅତିଥି, ପ୍ରାକ୍ତନ ଶିକ୍ଷା ମଣ୍ଡଳାଧୀଶ ଡଃ ଗିରିଧାରୀ ହୋତା, ମୁଖ୍ୟବକ୍ତା, ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀମତୀ ଲୋକିତା ଦାଶ,ଅବସରପ୍ରାପ୍ତ ଶିକ୍ଷକ ହରି ନାରାୟଣ ପଣ୍ଡା ତଥା ଧନକଉଡ଼ା ବ୍ଲକ୍ ଗୋଷ୍ଠୀ ସଂସାଧନ ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କରିଥିଲେ।
ଶିକ୍ଷକ ଅସିମ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ସ୍ବତନ୍ତ୍ର ଅତିଥି ଶ୍ରୀମତୀ ମୀନାରାଣୀ ମଙ୍ଗଳ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ପିଲାମାନେ ଏହି ଜାତିର ଭବିଷ୍ୟତ। ସେମାନେ ଦିନର ଅଧିକାଂଶ ସମୟ ପିତାମାତାଙ୍କ ସହିତ ରହିଥାନ୍ତି। ତେଣୁ ସେମାନଙ୍କ ଲାଳନପାଳନ କରିବା ସହିତ ସେମାନେ ଦୈନନ୍ଦିନ କିପରି ବିଦ୍ୟାଳୟକୁ ଆସିବେ ସେଥିପ୍ରତି ଯତ୍ନଶୀଳ ହେବେ। ସେମାନଙ୍କ ମଧ୍ୟରେ ଯେପରି କୌଣସି ନକାରାତ୍ମକ ଭାବର ଉଦ୍ରେକ ନ ହୁଏ, ସେଥିପ୍ରତି ଉଭୟ ଅଭିଭାବକ ଓ ସେମାନଙ୍କର ଦାୟିତ୍ୱରେ ଥିବା ଶିକ୍ଷକଶିକ୍ଷୟିତ୍ରୀ ସତର୍କତା ଅବଲମ୍ବନ କରିବେ। ଯଦ୍ୱାରା ଆଜିର ଏହି ଅଭିନବ ପ୍ରୟାସ ସଫଳ ହୋଇପାରିବ।ମୁଖ୍ଯଅତିଥି ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ ନିଜର ବକ୍ତବ୍ୟରେ ଅନେକ ମହାପୁରୁଷ ଓ ବର୍ତ୍ତମାନ ସମାଜରେ ଶୀର୍ଷ ସ୍ଥାନରେ ଅବସ୍ଥାପିତ ବ୍ଯକ୍ତିତ୍ବଙ୍କ ଉଦାହରଣ ଦେବା ସହିତ ଶିଶୁର ଭବିଷ୍ୟତ ନିର୍ମାଣରେ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ,ସମାଜ ଓ ସାମାଜିକ ପରିବେଷ୍ଟନୀର ଉତ୍ତରଦାୟିତ୍ୱ ରହିଛି ବୋଲି ଅଭିହିତ କରିଥିଲେ। ଶିକ୍ଷାହିଁ ମଣିଷକୁ ସମାଜରେ ସ୍ବତନ୍ତ୍ର ପରିଚୟ ଦେଇଥାଏ। ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଶିକ୍ଷା ହିଁ ଏକମାତ୍ର ସାଧନ ଓ ଶ୍ରେଷ୍ଠ ଉପାଦାନ ବୋଲି ସେ ମତପୋଷଣ କରିଥିଲେ। ମୁଖ୍ୟବକ୍ତା ଡଃ ଗିରିଧାରୀ ହୋତା ନିଜର ଅଭିମତରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ସି.ଆର୍.ସି.ସି, ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ଛାତ୍ରଛାତ୍ରୀଙ୍କ ପ୍ରତି ଉଦାର ତଥା ଉତ୍ତମ ବ୍ୟବହାର ପ୍ରଦର୍ଶନ ଦ୍ବାରା ବିଦ୍ୟାଳୟ ପ୍ରତି ଆକର୍ଷିତ କରାଯାଇ ପାରିବ ବୋଲି ପ୍ରକାଶ କରିଥିଲେ। ପିଲା ଯଦି ଶିକ୍ଷାଗ୍ରହଣ ପାଇଁ ଆକର୍ଷିତ ନୁହେଁ,ସେ ବିଦ୍ୟାଳୟ ଆସିବ ନାହିଁ। ବିଦ୍ୟାଳୟରେ ପିଲାଟି ତା ମନରେ ଥିବା ସଂଶୟକୁ  ନିର୍ଭୟରେ ବ୍ଯକ୍ତ କରିପାରିଲେ ଏବଂ ଆମେ ତାହାକୁ ସହୃଦୟତାର ସହିତ ସମାଧାନ କରିପାରିଲେ ଆମର ସଫଳତା ନିଶ୍ଚିତ ହେବ।ପଛଧାଡ଼ିରେ ବସୁଥିବା ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉନ୍ନତି ହିଁ ଆମର ମୌଳିକ ଲକ୍ଷ୍ଯ ହେବା ଉଚିତ୍। ଏହା ହୋଇପାରିଲେ ଆଜିର ଏହି ପ୍ରୟାସର ସଫଳତା ସୁନିଶ୍ଚିତ। ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀମତୀ ଲୋକିତା ଦାଶ ଏହି କାର୍ଯ୍ୟକ୍ରମରେ ନିଜର ସହଭାଗିତା ଓ ସଫଳତା କାମନା କରିଥିଲେ।ପରିଶେଷରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧନକଉଡ଼ା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ୯୩ ଜଣ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀ ଓ ସେମାନଙ୍କର ପିତାମାତା ଉପସ୍ଥିତ ରହିଥିଲେ ଏବଂ ଆଗାମୀ ଦିନରେ ସେମାନଙ୍କ ପୁଅଝିଅ ଯେପରି ପ୍ରତିଦିନ ବିଦ୍ୟାଳୟକୁ ଆସି ପାଠ ପଢ଼ିବେ ସେଥିପାଇଁ ଅଭିଭାବକମାନେ ସଂକଳ୍ପବଦ୍ଧ ହୋଇଥିଲେ।କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ସି.ଆର୍.ସି.ସି., ଶିକ୍ଷକଶିକ୍ଷୟିତ୍ରୀ ତଥା ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲର ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   28-Oct-2026
  ଜିଲ୍ଲା  
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   28-Oct-2026
  ଜିଲ୍ଲା  
ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   28-Oct-2026
  ଜିଲ୍ଲା  
ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   28-Oct-2026
  ଜିଲ୍ଲା  
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   28-Oct-2026
  ଜିଲ୍ଲା  
*ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   28-Oct-2026
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026

You Might Also Like