-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||     

HOME   ଜିଲ୍ଲା

ସୋନପୁର ବିଡିଓ ଓ ସାମ୍ବାଦିକଙ୍କ ମଧ୍ୟରେ ଗଣ୍ଡଗୋଳ,  ଉଭୟଙ୍କ ପକ୍ଷରୁ ଥାନାରେ ଏତଲା : ସାମ୍ବାଦିକଙ୍କୁ ରାତିଅଧିଆ ଗିରଫ:  ପ୍ରତିବାଦରେ କେତେକ ସାମ୍ବାଦିକଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ:  ଅଭିଯୁକ୍ତ ବିଡିଓଙ୍କ ବିରୁଦ୍ଧରେ ମାମଲା ସତ୍ତ୍ୱେ ଗିରଫ କରୁନି ପୁଲିସ୍ 

03-Nov-2024



ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକସଂଘର ଦାବିପତ୍ର ପ୍ରଦାନ 

ସ୍ଥାନୀୟ ସାମ୍ବାଦିକ ଦୁଇଭାଗ : ରାଜ୍ୟବ୍ୟାପି ସାମ୍ବାଦିକସଂଘର ଆନ୍ଦୋଳନ: ବିଡିଓଙ୍କ ସପକ୍ଷରେ କର୍ମଚାରୀ ଓ ଲୋକପ୍ରତିନିଧି   

ବଲାଙ୍ଗୀର(ପ୍ରେରଣା ଖବର):   ଗତ ୧ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ୍ ର ବିଡିଓ ସୌମ୍ଯରଞ୍ଜନ ସ୍ବାଇଁ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ସୋନପୁରର ନିଉଜ୍-୧୭ ର  ସାମ୍ବାଦିକ ଧୀରେନ୍ ଦାନୀଙ୍କ ମଧ୍ୟରେ ସୋନପୁର ବ୍ଲକ୍ କାର୍ଯ୍ୟାଳୟର ବିଡିଓଙ୍କ ଅଫିସ୍ ପ୍ରକୋଷ୍ଠରେ ଏକ ବିଷୟକୁ ନେଇ ତୁ ତୁ ମେଁ ମେଁ ଉଚ୍ଚବାଚ୍ଚ ପରେ ହାତାହାତୀ ହୋଇ ଉଭୟେ ଉଭୟଙ୍କୁ ମୁଥ ମାରି ଆହତ କରିଥିବା ପରି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା । ଏ ସମ୍ପର୍କରେ ଉଭୟଙ୍କ ପକ୍ଷରୁ ସୋନପୁର ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା । ତେବେ ପୁଲିସ୍ ଦୁଇଟି ମାମଲା ଋଜୁକରି  ବିନା ଯଥେଷ୍ଟ ତଦନ୍ତରେ ସେହିଦିନ   ଅଭିଯୁକ୍ତ ସାମ୍ବାଦିକଙ୍କୁ ତାଙ୍କଘରୁ ଯାଇ ରାତିଅଧିଆ ଗିରଫ କରିଆଣି ପରଦିନ କୋର୍ଟଚାଲାଣ କରିଥିବା ବେଳେ ଅଭିଯୁକ୍ତ ବିଡିଓଙ୍କୁ ଅଦ୍ୟାବଧି ଗିରଫ କରି ନଥିବାରୁ ସ୍ଥାନୀୟ ସାମ୍ବାଦିକ ସଂଘ ପକ୍ଷରୁ ପୁଲିସ୍ ର ଏହି ହଠାତ୍ ରାତିଅଧିଆ ଗିରଫଦାରୀ ବିରୁଦ୍ଧରେ ପୁଲିସ୍ ଏସ୍ ପି ଓ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରାଯାଇଛି । 

ଏହି ଘଟଣାରେ ଏସ୍ ୟୁ ଜେ ରାଜ୍ୟ ସଂଘ ପକ୍ଷରୁ ବଲାଙ୍ଗୀର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଗସ୍ତ ଅବସରରେ ବିଡିଓଙ୍କୁ ତୁରନ୍ତ ଗିରଫ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଏହି ଘଟଣାକୁ ଅଯଥା ବଢାଇବାରେ ରାଜନୈତିକ ହସ୍ତକ୍ଷେପର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସଂଘର ବଲାଙ୍ଗୀର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ ଓ ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ । ଗିରଫ ଅଭିଯୁକ୍ତ ଧୀରେନ୍ ଦାନୀ ଏସ୍ ୟୁ ଜେର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଅଟନ୍ତି । ଅବଶ୍ୟ ଇତିମଧ୍ୟରେ ସେ କୋର୍ଟରୁ ଜାମିନ୍ ରେ ଆସିଛନ୍ତି । 

ବିଡମ୍ବନାର ବିଷୟ ଯେ ବିଭିନ୍ନ ଗଣମାଧ୍ୟମରେ ଉଭୟ ସପକ୍ଷ ଓ ବିପକ୍ଷରେ ଭିନ୍ନ ଭିନ୍ନ ଖବର ପରିବେଷଣ କରାଯାଇ ପ୍ରକୃତ ଘଟଣାକୁ ଭିନ୍ନରୂପ ଦିଆଯାଉଛି ।  ଅଦ୍ୟାବଧି ରାଜ୍ୟରେ ଅମଲାତାନ୍ତ୍ରିକ ପ୍ରଭାବ ଚାଲିଥିବା ଓ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ସାମ୍ବାଦିକଙ୍କ ଉପରେ ମିଥ୍ୟାମାମଲା ଋଜୁ କରିବାର ନିକୃଷ୍ଟ ପରମ୍ପରା ଜାରୀ ରହିଛି । ସୋନପୁରର ଏହି ଘଟଣା ତାହାର ଏକ ଜ୍ବଳନ୍ତ ଉଦାହରଣ । 

ଜଣେ କର୍ତ୍ତବ୍ୟରତ ବରିଷ୍ଠ ସାମ୍ବାଦିକଙ୍କୁ ସ୍ଥାନୀୟ ବିଧାୟକଙ୍କ ଇଙ୍ଗିତରେ ପୂର୍ବ ଆକ୍ରୋଶବଶତଃ  ତଦନ୍ତ ନିମନ୍ତେ ସମୟ ନଦେଇ ଏଭଳି ଆତଙ୍କବାଦୀ ପରି ଅପମାନଜନକ ଭାବରେ ରାତିଅଧିଆ ଗିରଫ କରିବା ଚର୍ଚ୍ଚା ହେଉଛି ।  ସେହିପରି ଠିକା ଓ ପିସି ଲୋଭରେ ଜଣେ ବାହାର ଅଞ୍ଚଳର ଅଫିସରଙ୍କୁ ପଦଲେହନ କଲାଭଳି ସ୍ଥାନୀୟ କେତେକ ନିର୍ବାଚିତ ଲୋକପ୍ରତିନିଧି ଏବଂ ଅର୍ଥଲାଳସୀ ତଥାକଥିତ ସାମ୍ବାଦିକ ସପକ୍ଷ କରୁଥିବା କ୍ଷୋଭର ବିଷୟ  ! 

ଏହି ଗଣ୍ଡଗୋଳର କାରଣ ସମ୍ପର୍କରେ ଜଣାଯାଇଛି ଯେ , ସୋନପୁର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀଙ୍କ ଖାଲିସ୍ଥାନରେ ଏହାପୂର୍ବରୁ ତରଭା ବିଡିଓ ଭାରପ୍ରାପ୍ତ ଦାୟିତ୍ୱରେ ଥିଲେ । ତାଙ୍କ ବଦଳି ପରେ ଏବେ ସୋନପୁର ବିଡିଓ ସେହି ସୋନପୁର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ଭାରପ୍ରାପ୍ତ ଦାୟିତ୍ୱରେ ରହିଛନ୍ତି ।  କିଛିବର୍ଷ ହେଲା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବାସଭବନ ପଛପଟର ଗୋଚର ଜମିକୁ କିଛିଲୋକ ଜବରଦଖଲ କରିଛନ୍ତି ଓ ଅଭିଯୁକ୍ତ ସାମ୍ବାଦିକ ଜଣକ ମଧ୍ୟ ସେମାନଙ୍କ ଭିତରୁ ଜଣେ । ତେବେ ଏଠାରେ ଏକ ରାସ୍ତା ଛଡାଯିବାକୁ  ଦଖଲକାରୀଙ୍କ ଆବେଦନକ୍ରମେ ଜିଲ୍ଲାପାଳଙ୍କ ଅନୁମୋଦନ ମିଳିସାରିବା ପରେ ଏହି ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ଦାକରେ ଥିବା ସୋନପୁର ବିଡିଓ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି ଏହି ରାସ୍ତାଦାବିକୁ ବାତିଲ୍ କରାଇ ଦେଇଥିବା ଏହି ଗଣ୍ଡଗୋଳର ମୂଳକାରଣ ବୋଲି କୁହାଯାଉଛି । 

ଏଣୁ ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଯଦି ଜିଲ୍ଲାପାଳ ତାହାକୁ ଅନୁମୋଦନ କରିଥିଲେ , ଜଣେ ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ତାହାକୁ ବାତିଲ୍ କରାଯିବାକୁ ଏବେ ଆଉଥରେ ଚିଠି ଲେଖିଥିଲେ କିପରି  ? 

ଏମିତିରେ ଦେଖିବାକୁ ଗଲେ, ସୁବର୍ଣ୍ଣପୁର ନୂତନ ଜିଲ୍ଲା ଗଠନ ପରେ ଏହି ପଟାଭାଡି ଅଞ୍ଚଳ ସମେତ ଜିଲ୍ଲା ଓ ଜିଲ୍ଲା ସଦର ମହକୁମାର ବହୁ ସରକାରୀ, ଗୋଚର, ଆଦାୟଯୋଗ୍ୟ ଅନାବାଦୀ ଜମି ଇତ୍ୟାଦିର ଜବରଦଖଲ ବୃଦ୍ଧି ପାଇଛି । ତେବେ ଅଭିଯୁକ୍ତ ସାମ୍ବାଦିକଙ୍କ ଅନୁଯାୟୀ, ସେ ଉକ୍ତଦିନ ବିଡିଓଙ୍କ ନିକଟକୁ ବ୍ଲକର ୫-ଟି ଓ ଅନ୍ୟାନ୍ୟ କାମର ଅନିୟମିତତା ଅଭିଯୋଗର ତଥ୍ୟ ମାଗିବାକୁ ଯାଇଥିଲେ ଓ ବିଡିଓ କିଛି ନବୁଝି ଆଗ ତାଙ୍କୁ ରାଗିଉଠି ଆକ୍ରମଣ କରିଥିଲେ 

ଅପରପକ୍ଷରେ ବିଡିଓଙ୍କ ପକ୍ଷରୁ ଦିଆଯାଇଥିବା ଏତଲାରେ ଅଭିଯୁକ୍ତ ସାମ୍ବାଦିକ ଜଣକ ପ୍ରଥମେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ବେକରୁ ସୁନାଚେନ୍ ଲୁଟି ନେଇଥିଲେ ଓ ସେଠାରେ ସେତେବେଳେ ଉପସ୍ଥିତ ଥିବା ବ୍ଲକ୍ ଅଧ୍ୟକ୍ଷ ପ୍ରହଲାଦ ନାଏକ ଏହାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ରହୁଛନ୍ତି । ଏଣୁ ଉଭୟଙ୍କର ଏତଲାରେ ଯେତେ ସତ୍ୟତା ଥାଉ ନଥାଉ, ପୁଲିସ୍ ଏହାର ତଦନ୍ତ ନିମନ୍ତେ ଆଦୌ ସମୟ ନ ଦେଇ ଏପରି ପକ୍ଷପାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଠିକ୍ ନୁହେଁ ବୋଲି ଜନସାଧାରଣଙ୍କ ପକ୍ଷରୁ ମତପ୍ରକାଶ ପାଇଛି । 

  ଅପରପକ୍ଷରେ ବିଡିଓଙ୍କ ସପକ୍ଷରେ ବ୍ଲକ୍ ର ବିଭିନ୍ନ କର୍ମଚାରୀ ସଂଘ ସମେତ ସରପଞ୍ଚ ଓ ସମିତିସଭ୍ୟ ସଂଘ ପକ୍ଷରୁ ସୁରକ୍ଷା ଦାବି କରି ଜିଲ୍ଲାପାଳ ଓ ଏସ୍ ପି ଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି । 

ସଂପ୍ରତି ରାଜ୍ୟବ୍ୟାପି ସାମ୍ବାଦିକଙ୍କ ବିରୋଧରେ ପୁଲିସ୍ ଓ ପ୍ରଶାସନର ଏତାଦୃଶ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଆନ୍ଦୋଳନ ବ୍ୟାପକ ହୋଇଛି। ମୁଖ୍ୟମନ୍ତ୍ରୀ ଏହାର ଉଚିତ୍ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026

You Might Also Like