-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
03-Nov-2024
କୋକସରା (ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା ,ଧର୍ମଗଡ଼ ବ୍ଲକ ତରାପୁର ପଞ୍ଚାୟତ, ଫୁଲିମୁଣ୍ଡା ଗ୍ରାମର ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଛତ୍ରିଆ ଓ ପ୍ରତିମା ଛତ୍ରିଆ ଙ୍କ ଏକମାତ୍ର ଝିଅ ସୁଶ୍ରୀ ଅମ୍ବିକା ଭାରତୀ ଛତ୍ରିଆ ଚଳିତ ବର୍ଷ ପ୍ରକାଶିତ ଓଏଏସ ପରୀକ୍ଷାରେ 463 ରେଙ୍କ ରଖି କଳାହାଣ୍ଡି ଜିଲ୍ଲା ତଥା ଧର୍ମଗଡ଼ ବ୍ଲକ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଗାଁ ପାଇଁ ଗୌରବ ଆଣିଥିବାରୁ ଅମ୍ବିକା ଙ୍କୁ ଫୁଲିମୁଣ୍ଡା ଛତ୍ରିଆ ପରିବାର ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ତାଙ୍କୁ ଗାଁ ମୁଣ୍ଡ ରୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଗାଁ ପରିକ୍ରମା କରିବା ସମୟରେ ଅନେକ ସ୍ଥାନରେ ମହିଳା ମାନେ ବନ୍ଧା ପଣା କରିଥିଲେ।
ଏକ ସମ୍ବର୍ଦ୍ଧନା ସଭା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଡବାପା ଧନମତଛତ୍ରିଆ, ହେମ ଛତ୍ରିଆ,ରାମl ରାଓ ଛତ୍ରିଆ, ଦେବରାଜ ଛତ୍ରିଆ, ଗଗନେ ସେଠିଆ, ସରସ୍ବତୀ ଛତ୍ରିଆ, ଲଷ୍ମୀ ଛତ୍ରିଆ, ମିତ୍ରଭାନୁ ଛତ୍ରିଆ, ସୁନନ୍ଦା ଛତ୍ରିଆ, ରୋହିତ ଛତ୍ରିଆ, ମରୁଆ ଛତ୍ରିଆ, ମିନତୀ ଛତ୍ରିଆ, ସାମ୍ବାଦିକ ଲଖଣ ଠାକୁର, ବନ୍ଧୁ ବାନ୍ଧବ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏବଂ ଗଗନେ ସେଠିଆ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।