-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||     

HOME   ଜିଲ୍ଲା

ଖୋଲା ଖୋଲି ଭାବେ ଚ୍ୟାଲେଞ୍ଜ କଲା ସଂଯୁକ୍ତ କୃଷକ ସଂଗଠନ

04-Oct-2024



ବରଗଡ:(ନିରଞ୍ଜନ ତ୍ରିପାଠୀ)-ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ପକ୍ଷରୁ ଖୋଲା ଖୋଲି ଆହ୍ବାନ ଦେଲା ବରଗଡ଼ ଟାଉନ ଥାନା ଅଧିକାରୀ ଙ୍କୁ। ଯଦି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଙ୍କ ନାମରେ ଦେଇଥିବା ଏତେଲା ମୁତାବକ କିଛି ପ୍ରମାଣ ଅଛି ତାହାହେଲେ ସାର୍ବଜନୀନ କରନ୍ତୁ ନହେଲେ ନିସର୍ତ୍ତ କ୍ଷମା ମାଗି କେଶ ବାତିଲ କରନ୍ତୁ । ଯଦି କିଛି ପଦକ୍ଷେପ ନନେବେ ତାହାହେଲେ ଜିଲ୍ଲାପାଳ ଏବଂ ଏସ ପିଙ୍କୁ ଲିଖିତ ଭାବେ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛି। ଉତ୍ପନ୍ନ ଭୋଇଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସେଠାରେ ସମାଜ ସେବୀ, ସୂଚନା ଅଧିକାର କର୍ମୀ, କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ରକୁ ଯେପରି  ଟାଉନ ପୋଲିସ ଉଦ୍ଦେଶ୍ୟ ମୂଳକ ଭାବେ ଚରିତ୍ର ଚିତ୍ରଣ କରିଛି ତାହାକୁ ଘୋର ନିନ୍ଦା କରିଥିଲେ। ପରେ ସଂଗଠନ କର୍ମୀ ମାନେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ଏବଂ ଏସ ପି କାର୍ଯ୍ୟାଳୟରେ ପହଞ୍ଚି ସେମାନଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଏବଂ ଅତିରିକ୍ତ ଏସ.ପି ତପନ ମହାନ୍ତିଙ୍କୁ ଭେଟି ସଂଗଠନ ପକ୍ଷରୁ ଆନ୍ଦୋଳନ ପାଇଁ ଚରମ ବାଣୀ ଶୁଣାଇଛନ୍ତି।ଗଣତନ୍ତ୍ରର ତୃତୀୟ ସ୍ତମ୍ଭ ଭାବେ ପରିଚିତ ନ୍ୟାୟକ ବ୍ୟବସ୍ଥାକୁ ସଙ୍ଗଠନ ସବୁବେଳେ ବିଶ୍ୱାସ କରେ। ସେଥିପାଇଁ ପ୍ରତ୍ୟେକ ଜନ ଆନ୍ଦୋଳନ କରିବା ପୂର୍ବରୁ ଓକିଲ ମାନଙ୍କ ସହିତ ସଂଗଠନ ବିଚାରବିମର୍ଷ କରି ଆନ୍ଦୋଳନକୁ ଓହ୍ଲେଇ ଥାଏ। ବିଦ୍ୟୁତ ସମସ୍ୟା ପ୍ରସଙ୍ଗରେ ମଧ୍ୟ ଜିଲ୍ଲା ଓକିଲ ସଂଘର ସହମତି ନେଇ ଅହିଂସାତ୍ମକ, ଗଣତାନ୍ତ୍ରିକ ଶୋଷଣ ବିରୋଧ ରେ ଆନ୍ଦୋଳନ କରିଥିଲା। ହେଲେ ଉଦେଶ୍ୟ ମୂଳକ ଭାବେ ଟାଉନ ଥାନା ଅଧିକାରୀ ଉପ ଜିଲ୍ଲାପାଳ ଠାରେ କେଶ କରିବାରୁ ସଙ୍ଗଠନ ଓକିଲ ସଂଘର  ଆଶ୍ରୟ ନେଇଛି। ଆଜି ସଂଯୁକ୍ତ କୃଷକ ସଂଗଠନ ବରଗଡ଼ର ରାଜବୋଡାସମ୍ବର କୃଷକ ସଙ୍ଗଠନ, ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲଟ କୃଷକ ସଂଗଠନ ଘେଁସ, କୃଷକ ସଂଗଠନ ଦଶ ମାଇଲ, ବିଜେପୁର କୃଷକ ସଂଗଠନ, ସଂଯୁକ୍ତ କୃଷକ ସଂଗଠନ ବରପାଲି, ଭେଡେନ କୃଷକ ସଙ୍ଗଠନ, କୃଷକ ପରିବାର ଭଟଲି, ବାରପାହାଡ଼ କୃଷକ ସଂଗଠନ ଅମ୍ବାଭନା, ସଂଯୁକ୍ତ କୃଷକ ସଂଗଠନ ବରଗଡ଼, ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା, ସଂକଳ୍ପ ପରିବାର, କୋଶଲ ସେନା ପରି ଅନେକ ସଂଗଠନ ଓକିଲ ସଂଘ ବରଗଡ଼ଙ୍କୁ ଆସି ଉକ୍ତ ଆନ୍ଦୋଳନ ଏବଂ ରମେଶ ମହାପାତ୍ର ପ୍ରତି ଅବିଚାର ପ୍ରସଙ୍ଗରେ ଅବଗତ କରିବା ସହ ଆଇନଗତ ସାହାଯ୍ୟ ମାଗିଥିଲେ। ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫ, ସମ୍ପାଦକ କୁନା ଆଚାର୍ଯ୍ୟ, ଉପ-ସଭାପତି କାଳୀ ଚରଣ ଦାଶ, ବରିଷ୍ଠ ସଦସ୍ୟ ନିଧିବନ ବିହାରୀ ପ୍ରସାଦ ପଣ୍ଡା, ଲଲାଟେନ୍ଦୁ ବେହେରା, ଅନୁପ ଶତପଥି, ବେଲାରସେନ ସରାଫ, କିଶୋର ଦାସ, ଶଙ୍କର୍ଷଣ ମିଶ୍ର, ଶଶୀଭୁଷଣ ପଧାନ, ହୀରାଲାଲ ଭୋଇଙ୍କ ସମେତ ମହାପାତ୍ରଙ୍କ ଓକିଲ ସନକ ଦାସ ଏବଂ କୃଷକ ସଂଗଠନ ସହିତ ଏକ ଆଲୋଚନା ସଭା ବାର୍ ସମ୍ମିଳନୀ କକ୍ଷରେ ବସିଥିଲା। ସେଠାରେ ଓକିଲ ସଂଘ ପକ୍ଷରୁ ଏହି ଆନ୍ଦୋଳନକୁ ନୈତିତ ସମର୍ଥନ ଦେବାର ଘୋଷଣା କରିଥିଲେ। ରମେଶ ମହାପାତ୍ରଙ୍କ ଉପରେ ଉଦେଶ୍ୟ ମୂଳକ କେଶ ନିଃଶୁଳକ ଲଢ଼ିବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ଶୋଷଣ ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନ ମୌଳିକ ଅଧିକାର ଅଟେ ।ତାହାର କଣ୍ଠରୋଧ କରାଯାଇ ପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ପରେ ଏହି କେଶ ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଲଢ଼ା ଯାଇଥିବାର ସୂଚନା ଦେଇଥିଲେ। ୮ ତାରିଖ ପର୍ଯ୍ୟନ୍ତ ନିଜର ପକ୍ଷ ରିଖିବା ପାଇଁ ଉପ ଜିଲ୍ଲାପାଳ ମାଜିଷ୍ଟ୍ରେଟ ସମୟ ଦେଇଥିବା ପ୍ରକାଶ କରିଥିଲେ। ସଂଗଠନ ପକ୍ଷରୁ ଏହି ଆନ୍ଦୋଳନକୁ ସମର୍ଥନ ଓ ସହଯୋଗ କରିଥିବାରୁ ଭୂୟସୀ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ।
ସଂଗଠନର ଲିଙ୍ଗରାଜ ପଧାନ, ରୋହିତ ପଧାନ, ସୁବାଷ ସାମନ୍ତରାୟ, ଅରବିନ୍ଦ ପଣ୍ଡା, ସୁବାସ ପଧାନ, ତପନ ମିଶ୍ର, କାରଣ ସାହୁ, ନାରାୟଣ ମିଶ୍ର, ସୁଦାମ ପାତ୍ର, ସୁରେଶ ନିକେଣ୍ଟି, ବିରେନ କର, ଟିକେଲାଲ ମିଶ୍ର, ପ୍ରଭାତ ସାହୁ, ମୁରଲୀ ଭୋଇ, ରବି ଶଙ୍କର ପଧାନ, ଥବିର ସାହୁ, ଈଶାନ୍ତ ଭୋଇ, ବିକାଶ ଅଗ୍ରୱାଲ, ବୀରବଲ ମହାକୁଡ଼ ସମେତ ବ୍ଲକ ଅଧିକାରୀ ମାନେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026

You Might Also Like