-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||     

HOME   ଜିଲ୍ଲା

ଗୁଣିଗାରେଡି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ କଟୁରୀରେ ଆକ୍ରମଣ, ତିନି ଆସାମୀ ଗିରଫ କରି କୋର୍ଟ ଚାଲାଣ କଲା ଘଣ୍ଟାପଡ଼ା ପୋଲିସ

19-Sep-2024



କଣ୍ଟାମାଳ(ଜୟ କୁମାର ମହାରଣା): ଏବେ ବି ବଞ୍ଚି ରହିଛି ଅନ୍ଧବିଶ୍ୱାସ । ଗୁଣିଗାରେଡ଼ି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ କଲେ ଆସାମୀ । ଏପରି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ କୁଲୁତାଯୋର ଗ୍ରାମର ଖଲିଆପଡ଼ା ସାହିରେ।ସୂଚନାପ୍ରକାରେ କୁଲୁତାଯୋର ଗ୍ରାମର ପ୍ରାୟ ୫୦୦ମିଟର ଦୂରରେ ନିଜ ଜମି ପାଖରେ ସ୍ୱାମୀ ରଞ୍ଜିତ ମାଝୀ, ସ୍ତ୍ରୀ ମାନସୀ ମାଝୀ,ମାଆ ଶାନ୍ତି ମାଝୀ ଚାଷର ସୁବିଧା ପାଇଁ ଘର କରି ବେଶ ଆରାମରେ ରହୁଥିଲେ। ଅନତି ୨୦୦ ମିଟର ଦୂରରେ ଉକ୍ତ ଗ୍ରାମର ଇଲୁ ଓରଫ ଚନ୍ଦ୍ରଶେଖର ମାଝୀ( ୧୯)ଙ୍କ ପରିବାର ମଧ୍ୟ ନିଜ ଚାଷ ଜମି ଉପରେ ଘର କରି ରହୁଥିଲେ। ଆଉ ପାଖରେ ଅନ୍ୟ କେତେକ ବ୍ୟକ୍ତି ମଧ୍ୟ ନିଜ ଜମି ଉପରେ ଘର

କରି  ଖଲିଆପଡ଼ା ନାମରେ ନାମିତ କରିଥିଲେ।  ଇଲୁର ବାପାମାଆ ସହିତ ଜଣେ ମାଉସୀ ତାଙ୍କ ସହ ରହୁଥିଲେ। ସବୁ ଠିକ ଠାକ ଚାଲିଥିଲା। ହଠାତ ଇଲୁର ମାଉସୀ କୌଣସି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ହେଲେ ଯେତେ ଔଷଧ ଖାଉଥିଲେ ମଧ୍ୟ ଭଲ ହେଉ ନ ଥିଲେ। ଏପରିକି ସେ ଅନେକ ଡାକ୍ତରଖାନା ଯାଇ ନିରାଶ ହୋଇ ଚେରମୂଳୀ ଠୁ ଆରମ୍ଭ କରି ଡାକ୍ତର, କ୍ବାକ, ଗୁଣିଆ ର ବଶବର୍ତ୍ତୀ ହୋଇ କୌଣସିଥିରେ ଭଲ ନ ହେବାରୁ କିଏ ଗୁଣିଗାରେଡି କରିଥିବା ସନ୍ଦେହ କଲେ । ଶେଷରେ ମାଉସୀଙ୍କ ଦେହାନ୍ତ ହେବାରୁ ଇଲୁ କ୍ରୋଧାନ୍ୱିତ ହୋଇ ନିକଟରେ ବସବାସ କରୁଥିବା ରଞ୍ଜିତ ର ମାଆ ଉପରେ ସନ୍ଦେହ ଘନୀଭୂତ ହେଲା। ପ୍ରତିଶୋଧ ପରାୟଣ ହୋଇ ନିଜ ଗାଁର ଲଛମନ ମାଝୀ (୨୫)ଓ ନିକଟସ୍ଥ ଧରୁଆପଡ଼ାର ରାଜେନ୍ଦ୍ର ଧରୁଆ (୨୨)କୁ ସମସ୍ତ ବିଷୟ କହି ରଞ୍ଜିତର ମାଆକୁ ସବୁଦିନ ପାଇଁ ସଫା କରିଦେବା  ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ଅନୁଯାୟୀ ଗତ ସେପ୍ଟେମ୍ବର ୧୨ ତାରିଖ ଗୁରୁବାର ରାତିରେ ଖାଇ ପିଇ ସମସ୍ତେ ଶୋଇଥିବା ସମୟରେ ଏକ ଧାରୁଆ ଅସ୍ତ୍ର ଧରି ତିନିଜଣ ମିଶି ରଞ୍ଜିତ ଘରକୁ ଯାଇଥିଲେ ଓ ରଞ୍ଜିତ ତାର ସ୍ତ୍ରୀପୁଅ ଶୋଇଥିବା ଅବସ୍ଥାରେ ଇଲୁ ପ୍ରଥମେ ସ୍ତ୍ରୀ ମାନସୀର ହାତ ସଂଲଗ୍ନ କାନ୍ଧ ସନ୍ଧିରେ ଏକ ଚୋଟ ଦେବା ପରେ ରଞ୍ଜିତ ର ବାମହାତରେ ଓ ପିଠିରେ ଚୋଟ ପକାଇଲା ବେଳକୁ ସ୍ତ୍ରୀର ବୋବାଳି ରେ ସମସ୍ତେ ଫେରାର ମାରିଥିଲେ। ଭାଗ୍ୟବଶତଃ ମାଆ ଅଲଗା ଘରେ ଶୋଇଥିବାରୁ ଅଳ୍ପକେ ବଞ୍ଚିଗଲେ । ଏପରି ସ୍ଥଳେ ପାଟି ବୋବାଳି ଶୁଣି କିଛି ଲୋକ ପହଞ୍ଚି  ଗୁରୁତର ସ୍ୱାମୀସ୍ତ୍ରୀଙ୍କୁ ପ୍ରଥମେ କଣ୍ଟାମାଳ ଡାକ୍ତରଖାନା ପରେ

ସୋନପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ଗୁରୁତରଙ୍କ କେହି ନଥିବାରୁ ପୋଲିସ କୁ ଖବର ଦେଇ ପାରିନଥିଲେ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡ଼ା ପୋଲିସ ରଞ୍ଜିତ ର ଗାଁକୁ ଗଲାବେଳେ ଘରେ ତାଙ୍କର କେହି ନଥିଲେ କି ଗାଁରେ କିଛି ଲୋକଙ୍କୁ ପଚାରିବାରେ ଆମେ ଏ ବିଷୟରେ କିଛି ଜାଣି ନ ଥିବା କହିଥିଲେ। ଠିକ ଦୁଇ ଦିନ ପରେ ସୋନପୁରରେ ଚିକିତ୍ସିତ ହେଉଥିବା ଖବର ପାଇ ପୋଲିସ ଡାକ୍ତରଖାନା ଯାଇଥିଲେ।ସେଠାରେ ସେମାନଙ୍କୁ ପଚାରିବାରେ ଆମେ କିଏ କାହିଁକି ଏପରି ଘଟଣା ଘଟାଇଲା କିଛି କହିପାରିଲେ ନାହିଁ। ଶେଷରେ ଗତ ୧୫ ତାରିଖରେ ମାଆ ଶାନ୍ତି ମାଝୀ ଏକ ଏତଲା ଥାନାରେ ଦାୟର କଲା। ପୋଲିସ କେସ୍ ନଂ ୧୨୪/୧୬.୯.୨୪ ଏକ ମାମଲା ରୁଜୁ କରି ସନ୍ଦେହରେ ଇଲୁ ଓରଫ ଚନ୍ଦ୍ରଶେଖର କୁ ଆଣି ପଚରା ଉଚରା କରିଥିଲା।ଏଥିରେ ଇଲୁ ସମସ୍ତସତ କଥା କହିଥିଲା।ଇଲୁର ବୟାନ ଅନୁସାରେ ଉକ୍ତ ଗ୍ରାମର ସହଯୋଗୀ ଲଛମନ ଓ ରାକେନ୍ଦ୍ରକୁ ଗିରଫ କରି ତିନି ଜଣକୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026

You Might Also Like