-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
25-Sep-2020
ବଲାଙ୍ଗିର: କିସ୍ କୋଭିଟ ହସ୍ପିଟାଲ କୁ ଦିନକୁ ଅନେକ ରୋଗୀଙ୍କୁ ଇନ୍ଦ୍ରାନଗର ବିଏସ୍ ଏନ୍ ଏଲ୍ ଛକ ରୁ ଜେଆଇ ଟିଏମ୍ କଲେଜ ଦେଇ ନେବା ଆଣିବା କରୁଛନ୍ତି। ଏହି ରୋଡ ଦେଇ ଶତାଧିକ ଲୋକ ସକାଳ ଭ୍ରମଣ ପାଇଁ ଯାଇଥାଆନ୍ତି। ହେଲେ ଆଜି ଅନେକ ସ୍ଥାନରେ ପିପିଇ କିଟ୍ ପଡିବା ଦେଖିବାକୁ ମିଳିଛି । ଫଲରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କିଏ ଏହି ପିପିଇ କିଟ୍ ଫିଙ୍ଗୁଛି ତାହା ଅଜଣା। ପିପିଇ କିଟ୍ ବ୍ୟବହାର ପରେ ଡିସ୍ପପୋଜ କରିବା ଉଚିତ୍। ଏହା ପ୍ରଶାସନ ର ଅପାରଗତା ନା ବ୍ୟବହାର କାରୀଙ୍କ ସଂକୀର୍ଣ୍ଣ ମନୋଭାବ ଏଠି ପ୍ରଶ୍ନବାଚୀ।