-+91-9937148622 |
prerana_bgr@rediffmail.com |
Monday 16th February 2026 |
R.N.I. Regd No. ODIODI/2010/46693
Breaking News
09-Aug-2024
ଲୋଇସିଂହା, (ବିନୋଦ ଦୀପ) ଆଜି ଆଦିବାସୀ କଲ୍ୟାଣ ସଂଘ ଶାଖା ଲୋଇସିଂହା ଓ ଆଗଲପୁର ଆନୁକୂଲ୍ୟରେ ଶ୍ରୀଯୁକ୍ତ ଦଶରଥ ଛତ୍ରିଆ ଙ୍କ ସଭାପତିତ୍ୱ ରେ ବିଶ୍ୱ ଆଦିବାସୀ ଦିବସ ମହା ସମାରୋହରେ ପାଳନ ହୋଇଯାଇଛି l ଉକ୍ତ ପାଳନ ଉତ୍ସବ ରେ ହଜାର ହଜାର ଆଦିବାସୀ ଭାଇ ଓ ଭଉଣୀ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଲୋଇସିଂହା ଅଗ୍ରେସନ ଭବନ ଠାରୁ ଶୋଭାଯାତ୍ରା ରେ ବାହାରି 18 ଦଫା ସମ୍ବଳିତ ଦାବୀପତ୍ର ମହାମହିମ ରାଷ୍ଟ୍ରପତି, ଭାରତ ସରକାର, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ସରକାର ଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋଇସିଂହା ଙ୍କ ଜରିଆରେ ପ୍ରେରିତ କରାଗଲା l ଉକ୍ତ ସଭାରୁ ଫେରି ଆଦିବାସୀ ଲୋଇସିଂହା ଭବନ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ମୁଖ୍ୟଅତିଥି ଭାବେ ଲୋଇସିଂହା ସିଏଚସି ମୁଖ୍ୟ ପ୍ରତିମା ସୋରେନ ଯୋଗ ଦେଇଥିବା ବେଳେ ଜିଲ୍ଲା ଆଦିବାସୀ କଲ୍ୟାଣସଂଘ ସଭାପତି ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଭୋଇ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ l ଅନ୍ୟ ଅତିଥିବୃନ୍ଦ ହେଲେ ଶ୍ରୀ ବଳଦେବ ଭୋଇ, ଆଗଲପୁର ବ୍ଲକ ସଭାପତି ଭୁବନେଶ୍ୱର ଧରୁଆ, ବିନୋଦବିହାରୀ ମଲ୍ଲିକ, ବାଳକୃଷ୍ଣ ଧରୁଆ, ମାଧବ ଭୋଇ, ରୁକ୍ମଣ ଧରୁଆ, ପବିତ୍ର ଧରୁଆ, ଗୋକୁଳାନନ୍ଦ ଭୋଇ ଉକ୍ତ ସଭାରେ ସହଯୋଗ କରିଥିଲେ l ଶ୍ରୀଯୁକ୍ତ ଦେବରାଜ ଭୋଇ, ଲଳିତମୋହନ ପୁଟ୍ଟl, ହୃଷିକେଶ ମଲ୍ଲିକ, ସୁରେଶ ଭୋଇ, ବୀରେନ୍ଦ୍ର ପୁଟ୍ଟl, ରାଜେଶ ଭୋଇ, ଗୋବର୍ଦ୍ଧନ ଧରୁଆ, ଫକୀର ପଧାନ, ଗୋବିନ୍ଦ ଭୋଇ, ଗଣ୍ଡରାମ ପଧାନ, ସ୍ୱତନ୍ତ୍ର କନ୍ଦା, ଗୁଣସାଗର ବରିହା, ଲୋଇସିଂହା ଆଦିବାସୀ ସଂଘ ସମ୍ପାଦକ ଶ୍ରୀଯୁକ୍ତ ଗୋପାଳ ପଧାନ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସର୍ବଶେଷରେ ଏସଡ଼ିସି ଅଧ୍ୟକ୍ଷ ବଲାଙ୍ଗୀର ବ୍ରଜମୋହନ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ମଞ୍ଚକୁ ପରିଚାଳନା କରିଥିଲେ ସତ୍ୟ ଦଳପତି l