-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||     

HOME   ରାଜ୍ୟ

ଛତୁ ଫୁଟିଲା ପରି ହାୟର ସେକେଣ୍ଡାରୀ ସ୍କୁଲ୍ ବନାମ କଲେଜ  ! ସଇଁନ୍ତଳା ଘରୋଇ ଭୂତକଲେଜ ତନାଘନା

02-Aug-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) ଏଇ କିଛିଦିନ ହେଲା ଚାଲିଛି ସଇଁନ୍ତଳା ବିବିନାଛକରେ ଆରମ୍ଭ ହୋଇଥିବା ଏକ ଘରୋଇ ହାୟର ସେକେଣ୍ଡାରୀ ସ୍କୁଲ୍ ଓ ବେଲଗାଁ'ର କଲେଜରେ ଅଭିଯୋଗକ୍ରମେ ଘନଘନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ପ୍ରଶାସନ ଓ ଶିକ୍ଷାବିଭାଗର ତନାଘନା ।  ଅଭିଯୋଗ ଅନୁଯାୟୀ, ଗତବର୍ଷରୁ ଏହି ତଥାକଥିତ ହୃଷିକେଶ -ପ୍ରିୟାବତୀ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଏଣ୍ଡ୍ ଟେକ୍ନୋଲୋଜି କଲେଜରେ ବନାମ ହାୟର ସେକେଣ୍ଡାରୀ ସ୍କୁଲ୍ ରେ ଶ୍ରେଣୀଗୃହ ଓ ଆନୁସଙ୍ଗିକ ଭିତ୍ତିଭୂମି ନଥାଇ ପ୍ରଥମବର୍ଷର ଛାତ୍ରଛାତ୍ରୀଙ୍କର ନାମଲେଖାଯାଇ ବେଲଗାଁ ଉତ୍କଳମଣୀ ଗୋପବନ୍ଧୁ କଲେଜରେ ପାଠପଢା ଯାଉଥିବା ଏବଂ ଏହି କଲେଜର ଜଣେ ଅଧ୍ୟାପକ କିଶୋର ସାହୁ ଉପରୋକ୍ତ ଘରୋଇ କଲେଜ ଖୋଲି ଏସବୁ କେଳେଙ୍କାରୀର ଅଭିଯୁକ୍ତ ବୋଲି  ଚର୍ଚ୍ଚା ପ୍ରକାଶ ପାଇଛି। ଏପରିକି ସ୍ଥାନୀୟ ବାସିନ୍ଦା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏହା କ୍ରମଶଃ ଜନଆନ୍ଦୋଳନର ରୂପ ନେଉଥିବା ଆଶଙ୍କାରୁ ଏଥିରେ ପ୍ରଶାସନ ହସ୍ତକ୍ଷେପ କରିଛି। ପ୍ରଥମେ ଟିଟିଲାଗଡ ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ ଓ ପରେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲକରଙ୍କର ତଦନ୍ତ ପରେ ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ପ୍ରଧାନ ଆସି ବିଶଦ ତଦନ୍ତ ପୂର୍ବକ ବୟାନ ରେକର୍ଡ କରି ଅଭିଯୋଗ ଗ୍ରହଣ କରିଛନ୍ତି । ବିଶେଷକରି ଏହି ତଥାକଥିତ ଘରୋଇ କଲେଜରେ ଆଡମିଶନ୍ ନେଇଥିବା ଛାତ୍ରଛାତ୍ରୀମାନେ ବେଲଗାଁ କଲେଜରେ ପଢୁଥିବାରୁ ଉକ୍ତ କଲେଜ କର୍ତ୍ତୃପକ୍ଷ ଅଡୁଆରେ ପଡିଯାଇଛନ୍ତି । ଅପରପକ୍ଷରେ ଏହି ଘରୋଇ କଲେଜରେ ଅଧ୍ୟାପକ/ଅଧ୍ୟାପିକା କିମ୍ବା ଅଧ୍ୟକ୍ଷଙ୍କୁ ଛାତ୍ରଛାତ୍ରୀମାନେ ଦେଖି ନଥିବା ଓ ଏହାର ଅଧ୍ୟକ୍ଷ ବେଲଗାଁ କଲେଜର ଅଧ୍ୟାପକ କିଶୋର ସାହୁ ବୋଲି ଅଭିଯୋଗ ହୋଇଛି। କିଶୋର ସାହୁ ତାଙ୍କ ପୁଅର ନାମରେ ଏହି କଲେଜ ବନାମ ହାୟର ସେକେଣ୍ଡାରୀ ସ୍କୁଲ୍ ଖୋଲିଛନ୍ତି ବୋଲି କୁହାଯାଇଛି। ବିବିନାଛକରେ ମାତ୍ର ଗୋଟିଏ ଛୋଟ ଘର ତିଆରି ହୋଇଥିବା ଓ ବାକି ଶ୍ରେଣୀଗୃହ ଆଦି ନିର୍ମାଣାଧୀନ ଥିବା ଦେଖିବାକୁ ମିଳିଛି । ତେଣୁ 'ଏହି ଆଡମିଶନ୍ ନେଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ'ଣ ହେବ ?' ବୋଲି ଅଭିଭାବକ, ସ୍ଥାନୀୟ ନେତୃସ୍ଥାନୀୟ ଲୋକେ ଓ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ତନାଘନା ହେବାରୁ ତରବର ହୋଇ ଏହି ଘରୋଇ କଲେଜ ପକ୍ଷରୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତର ଅବ୍ୟବହିତ ପୂର୍ବରୁ ଏକ ଟ୍ରାକ୍ଟରରେ  ଛାତ୍ରଛାତ୍ରୀଙ୍କ ପାଇଁ ବେଞ୍ଚ ଟେବୁଲ ବୁହାହୋଇ ଅଣାଯାଉଥିବା ଓ  କିଶୋର ସାହୁ ଫୋନ୍ କରି ପିଲାମାନଙ୍କୁ ପଢିବାକୁ ଆସିବାକୁ ଅନୁରୋଧ କରୁଥିବା କୌତୁହଳ ସୃଷ୍ଟି କରିଥିଲା ।

ଅପରପକ୍ଷରେ ଯୋଗାଯୋଗ କରାଯାଇଥିଲେ ହେଁ, ଏ ସମ୍ପର୍କରେ କଲେଜର ମାଲିକ କିଶୋର ସାହୁଙ୍କ ମତାମତ ମିଳିପାରି ନାହିଁ। ଏହାର ତଦନ୍ତରିପୋର୍ଟ ସରକାରଙ୍କ ଗଣଶିକ୍ଷା ବିଭାଗକୁ ପଠାଇଦିଆଯିବ ବୋଲି ଜିଲ୍ଲାପାଳକହିଥିବା ପ୍ରକାଶ 

ତେବେ ଏବେ ଜିଲ୍ଲାର ଏହି ଅଞ୍ଚଳର ଏଭଳି ତଥାକଥିତ କଲେଜ ବନାମ ହାୟର ସେକେଣ୍ଡାରୀ ସ୍କୁଲ ବାବଦରେ ପ୍ରମୁଖ ଗଣମାଧ୍ୟମରେ ଘନଘନ ଖବର ପ୍ରସାରଣ, ରାଜନେତାଙ୍କର ସକ୍ରିୟତା ଓ ପ୍ରଶାସନ ତଥା ଶିକ୍ଷାବିଭାଗର ତତ୍ପରତା ପ୍ରକାଶ ପାଇଥିବା ବେଳେ କିଛିଦିନ ପୂର୍ବରୁ ଜିଲ୍ଲାର ଅନ୍ୟାନ୍ୟ ଏଭଳି ସ୍କୁଲ୍ ବା କଲେଜର ଅନିୟମିତତା ସମ୍ପର୍କରେ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ହେଁ, କେହି ସ୍ବରୋତ୍ତଳନ କରି ନଥିଲେ ବା ସରକାର ନୀରବଦ୍ରଷ୍ଟା ସାଜିଥିଲେ । ମୁଖ୍ୟତଃ ଗଣଶିକ୍ଷାବିଭାଗର ତ୍ରୁଟିପୂର୍ଣ୍ଣ ନୀତି ଓ ଏହି ବିଭାଗର ଦୁର୍ନୀତି ଯୋଗୁଁ ହିଁ ଏସବୁର ସୃଷ୍ଟି । 

ଦଶ/ବାର ଲକ୍ଷ ଟଙ୍କା ଜମା କରି ବିନା ଭିତ୍ତିଭୂମିରେ ବିଜ୍ଞାପନ ଦେଇ  ଲକ୍ଷାଧିକ ଟଙ୍କାର ଚାନ୍ଦା ସଂଗ୍ରହ କରି ଚାକିରୀ ବିକି ଚୁକ୍ତିଭିତ୍ତିକ ଅଧ୍ୟାପକ/ ଅଧ୍ୟାପିକା/ନନ୍ ଟିଚିଂ ଷ୍ଟାଫ୍ ନିଯୁକ୍ତି ଓ ନିଶ୍ଚିତ ପାସ୍ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ମୋଟାଅଙ୍କର ଫି' ସଂଗ୍ରହ କରି ଶେଷରେ ରାଜ୍ୟବାହାରର ଆନ୍ଧ୍ର, ଛତିଶଗଡ, ଝାଡଖଣ୍ଡ , ଆସାମ ଆଦି ରାଜ୍ୟର ଡିଷ୍ଟାନ୍ସ କୋର୍ସ ବା ଜାଲ୍ ସାର୍ଟିଫିକେଟ୍ ବିକ୍ରିକରି ଏଭଳି ଅନେକ ତଥାକଥିତ ବା ଜାଲ୍ ସ୍କୁଲ୍/କଲେଜ ଚାଲିଛି । ବାରମ୍ବାର ଅଭିଯୋଗ ପ୍ରକାଶ ପରେ ମଧ୍ୟ ପ୍ରଶାସନ, ଶିକ୍ଷାବିଭାଗ ବା ଗତସରକାର ଏସବୁ ପ୍ରତି ଆଖିବୁଜି ଦେଇଥିଲେ।

ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ୍ ର ଘୁନସର, ଦେଓଗାଁ ବ୍ଲକ୍ ର ଗଉଡଗୋଠ, ପୁଇଁତଳା ବ୍ଲକ୍ ର ବଇରାସର, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ ର ଫାସେଡ୍ ଓ ନୂଆପଡା ଜିଲ୍ଲାର ଏପରି ଏକାଧିକ ତଥାକଥିତ କଲେଜ ବନାମ ହାୟର ସେକେଣ୍ଡାରୀ ସ୍କୁଲ୍ ଅଦ୍ୟାବଧି ଗୋଚରରେ ରହିଛି ।  ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି ଶତାଧିକ ଜାଲ୍ ଓ ନକଲି ବା ଭୂତ କଲେଜ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଅନୁସନ୍ଧାନ କରାଗଲେ ସେସବୁର ପର୍ଦ୍ଦାଫାଶ୍ ହୋଇପାରିବ । ଅନ୍ତତଃ ତୃଣମୂଳ ସ୍ତରରେ ଉପଜିଲ୍ଲାପାଳମାନଙ୍କର ଚେତି ଶୋଇବା ବଦଭ୍ୟାସ ଛାଡୁ ଓ ସେମାନେ ନିଜ ନିଜ ଅଞ୍ଚଳର ତଥ୍ୟ ସରକାରଙ୍କୁ ଦିଅନ୍ତୁ। ଜିଲ୍ଲାପାଳମାନେ ସେମାନଙ୍କୁ ତାଗିଦ୍ କରନ୍ତୁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଶିକ୍ଷାବିଭାଗ ସେମାନଙ୍କର ଶିକ୍ଷାନୀତିର ସଂଶୋଧନ କରି ମନ୍ତ୍ରଣାଳୟ ବା ନିର୍ଦ୍ଦେଶାଳୟର ପରିଚାଳନା ସଜାଡନ୍ତୁ  !  ଏଇ ତଥାକଥିତ କଲେଜ ବନାମ ହାୟର ସେକେଣ୍ଡାରୀ ସ୍କୁଲ ବା ଭୂତକଲେଜ ଭାତହାଣ୍ଡିରୁ ଗୋଟିଏ ।

ଏମିତି ବିନା ଭିତ୍ତିଭୂମି ବା ଯା'ଚ୍ଛା'ତା ଜାଗାଘରରେ କେଉଁଠି ବାପ- ଅଜା ତ କେଉଁଠି ବାପ-ମାଆ ତ କେଉଁଠି ଦେବାଦେବୀ ଙ୍କ ନାଁ'ରେ ମିଶନଶକ୍ତି ଘର ଓ ଗାଁ' କମ୍ୟୁନିଟି ସେଣ୍ଟର ବା   ରାସ୍ତାକଡ ବଜାରର ଦୋକାନଘର ଷ୍ଟଲ୍ ରେ ଏସବୁ ତଥାକଥିତ କଲେଜ ବନାମ ହାୟର ସେକେଣ୍ଡାରୀ ସ୍କୁଲ ଛତୁ ଫୁଟିଲା ପରି ଅତ୍ର ତତ୍ର ଯତ୍ର ଖୋଲିଛି । କୋଉଠି କେତେ ଧରିବ, ଧର  !


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026

You Might Also Like