-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||     

HOME   ଜିଲ୍ଲା

ପୌରାଞ୍ଚଳ ୱାର୍ଡ଼ କୋର୍ଡିନେଟରମାନଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ ତିନି ଦଫା ଦାବି ନେଇ ଚଳିତ ୨୯ ରେ ବିଧାନସଭା ଚାଲ ଅଭିଯାନ

22-Jul-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସହରାଞ୍ଚଳ ନାଗରିକ ମାନଙ୍କୁ ବିଭିନ୍ନ ପ୍ରକାର ସରକାରୀ ସେବା ଓ ସହାୟତା ଯୋଗାଇଦେବା ପାଇଁ ମିଶନ୍ ଶକ୍ତି ଗ୍ରୁପ ମାନଙ୍କ ଦ୍ୱାରା ଚୟନ କରାଯାଇଥିବା ୱାର୍ଡ଼ କୋର୍ଡିନେଟର ମାନଙ୍କୁ ଦୀର୍ଘ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେଲା ବିଧିବଦ୍ଧ ଭାବେ କାର୍ଯ୍ୟରେ ନିୟୋଜନ କରାଯାଉନି କିମ୍ବା ଦରମା ଦିଆଯାଉନି ବୋଲି ଅଭିଯୋଗ କରି ଆଜି ସାରା ରାଜ୍ୟରେ ୱାର୍ଡ଼ କୋର୍ଡିନେଟର ମାନେ ଏକ ଜୁଟ ହୋଇ ପ୍ରତିବାଦ କରିଛନ୍ତି। ନିଖିଳ ଓଡ଼ିଶା ପୌର ୱାର୍ଡ଼ କୋର୍ଡିନେଟର ୟୁନିଅନ୍‌ର  ଡ଼ାକରାରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ୱାର୍ଡ଼ କୋର୍ଡିନେଟର ମାନେ ବିଭିନ୍ନ ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦ ସମ୍ମୁଖରେ ବିକ୍ଷୋଭ କରିବା ସହ ତିନି ଦଫା ଦାବି ନେଇ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଛନ୍ତି। ଏପରିକି ସେମାନଙ୍କର ଚାକିରୀ ଜନିତ ଅନିଶ୍ଚିତତାକୁ ଦୂର କରି କାର୍ଯ୍ୟରେ ନିୟୋଜିତ କରିବା ଦାବିରେ ଆସନ୍ତା ଜୁଲାଇ ୨୯ ତାରିଖ ଦିନ ବଜେଟ୍ ଅଧିବେଶନ ସମୟରେ ବିଧାନସଭା ଘେରାଉ କରାଯିବ ବୋଲି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ ପ୍ରକାରେ ସହରାଞ୍ଚଳ ନାଗରିକମାନଙ୍କୁ ବିଭିନ୍ନ ସେବା ଯୋଗାଇବାକୁ ମନୋନୀତ ହେବା ପରେ ୱାର୍ଡ଼ କୋର୍ଡିନେଟର ମାନେ ପ୍ରାୟ ଏକ ବର୍ଷ ଧରି ଏକରକମ ଅନିଶ୍ଚିତତା ଓ ମାନସିକ ଚାପ ରେ ରହିଛନ୍ତି। ବିଧିବଦ୍ଧ ଭାବେ କାର୍ଯ୍ୟରେ ନିୟୋଜିତ କରି ନ ଥିଲେ ମଧ୍ୟ ରାଜ୍ୟର ଅନେକ ୟୁଏଲ୍‌ବିରେ ସେମାନଙ୍କୁ ବିଭିନ୍ନ ସରକାରୀ କାମରେ ଅନ ଔପଚାରିକ ଭାବେ ବିନା ଦରମାରେ ମାସ ମାସ ଧରି ନିୟୋଜିତ କରିଛନ୍ତି। ୟୁଏଲ୍‌ବି ପକ୍ଷରୁ ହୋଲଡ଼ିଂ ଟିକସ ଆଦାୟ ଠାରୁ ଆରମ୍ଭ କରି ନୂତନ ଭୋଟର ପରିଚୟ ପତ୍ର ଓ ରାସନ କାର୍ଡ଼ ପ୍ରସ୍ତୁତି, ଟ୍ରେଡ଼୍ ଲାଇସେନ୍ସ୍‌, ମାସିକ ଭତ୍ତା ବଣ୍ଟନ, ନୂତନ ଏସ୍‌ଏଚ୍‌ଜି ଗଠନ, ଏସ୍‌ଏଚ୍‌ଜି ଗୃପ ମାନଙ୍କର ଡ଼ାଟା ଏଂଟ୍ରି, ପରିମଳ ଅନୁଧ୍ୟାନ, ଷ୍ଟ୍ରିଟ୍ ଲାଇଟ୍ ଅନୁଧ୍ୟାନ, ଗ୍ରେ ୱାଟର ନୋଟିସ୍ ବଣ୍ଟନ, ପିଏଚ୍‌ଡ଼ି ପାଣି ସଂକ୍ରାନ୍ତୀୟ ତଥ୍ୟ ପ୍ରଦାନ, ଆଇଏଚ୍‌ଏଲ୍ ସର୍ଭେ ଆଦି ବିଭିନ୍ନ ପ୍ରକାର ସରକାରୀ ସେବାରେ ନିୟୋଜିତ କରାଯାଉଥିଲେ ମଧ୍ୟ ସେମାନଙ୍କୁ ପ୍ରତି ମାସରେ ନିଜର ନିର୍ଦ୍ଧାରିତ ଦରମା ବା ପରି ପୋଷଣ କଥା ଛାଡ଼ନ୍ତୁ ଟଙ୍କାଟିଏ ବି ଦିଆଯାଉନି ବୋଲି ଅଭିଯୋଗ କରିଛି ସଂଘ । ୟୁଏଲବିର ନିର୍ବାହୀ ଅଧିକାରୀମାନେ ତୁମର ଦରମା ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ବା ଚିଠି ଆସିନି ବୋଲି କହି ଏଡ଼େଇ ଚାଲିଛନ୍ତି। ଏଭଳି ପରିସ୍ଥିତିରେ ୱାର୍ଡ଼ କୋର୍ଡିନେଟର ଭାବେ ନିୟୋଜିତ ରାଜ୍ୟର ସହସ୍ରାଧିକ ଶିକ୍ଷିତ ଯୁବତୀ ନିଜର ୟୁନିଅନ୍ ମାଧ୍ୟମରେ ଗତ ମାସରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ମଧ୍ୟ ସମାଧାନ ପାଇଁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନି। ଏହି ପରିପ୍ରେକ୍ଷୀରେ ସେମାନେ ନିଜର ନ୍ୟାୟ ସଙ୍ଗତ ଦାବିକୁ ପୁଣିଥରେ ରାଜ୍ୟ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଚଳିତ ବିଧାନସଭାର ବଜେଟ୍ ଅଧିବେଶନ ସମୟରେ ୨୯ ତାରିଖ ଦିନ “ବିଧାନସଭା ଚାଲ” ଅଭିଯାନର ଡ଼ାକରା ଦେବାକୁ ବାଧ୍ୟ ହୋଇଛନ୍ତି। ଆଜି ୟୁନିଅନ୍ ପକ୍ଷରୁ ଏନଏସି, ପୌରପାଳିକା ସମ୍ମୁଖରେ ନିଜ ଦାବୀ ସପକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରି ନିର୍ବାହୀ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ନିଜର ଦାବୀକୁ ମନେପକାଇ ଦେବାକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ରାଜ୍ୟର ସମସ୍ତ ୟୁଏଲ୍‌ବିର ୱାର୍ଡ଼ କୋର୍ଡିନେଟର ମାନଙ୍କୁ ତୁରନ୍ତ ବିଧିବଦ୍ଧ ଭାବେ ତାଙ୍କ ପାଇଁ ନିର୍ଦ୍ଧାରିତ କାମରେ ନିୟୋଜିତ କରାଯିବାକୁ , ୱାର୍ଡ଼ କୋର୍ଡିନେଟର ମାନଙ୍କ ଦରମା ସମ୍ପର୍କରେ ରହିଥିବା ସମସ୍ତ ଅସ୍ପଷ୍ଟତାକୁ ଦୂର କରି ପ୍ରତି ମାସରେ ନିର୍ଦ୍ଧାରିତ ଦରମାକୁ ନିୟମିତ ଭାବେ ପ୍ରଦାନ କରାଯିବାକୁ ଏବଂ ଯେଉଁ ୟୁଏଲବି ମାନେ ପୂର୍ବରୁ ୱାର୍ଡ଼ କୋର୍ଡିନେଟର ମାନଙ୍କୁ କାମରେ ନିୟୋଜିତ କରି କୌଣସି ପାରଶ୍ରମିକ ବା ଦରମା ଦେଇନାହାନ୍ତି, ସେମାନଙ୍କୁ ତୁରନ୍ତ ନିଜସ୍ୱ ପାଣ୍ଠିରୁ ଉପରୋକ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯିବା ତିନି ଦଫା ଦାବୀ ନେଇ ସଂଘ ଆଜି ରାଜ ରାସ୍ତା କୁ ଓହ୍ଲାଇଛି ବୋଲି ସଂଘ ର ନେତ୍ରୀ ମାନେ ମତ ରଖିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026

You Might Also Like