-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
22-Jul-2024
(ଡୋଲେଶ୍ଵର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ହେମକାନ୍ତ ସାଏ ଯୋଗ ଦେଇ ୪୯ ଗୋଟି ଅଭିଯୋଗ ଶୁଣାଣି କରି ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ। ସେଥିଧ୍ୟରୁ ୪୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୬ ଗୋଟି ଗୋଷ୍ଠିଗତ ଶୁଣାଣି ହୋଇଥିଲା। ଏହି ଉପଲକ୍ଷେ ୫ ଜଣ ଦିବ୍ୟାଙ୍ଗ ନାଗରିକଙ୍କ ସନ୍ତାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଛନ୍ତି। ଲତିକା ପ୍ରିୟଦର୍ଶିନୀ ସରାଫ ଏବଂ ଜସମିତା ସରାଫ ଙ୍କୁ ୨୬ ହଜାର ୬୨୫ ଟଙ୍କା ତୁଲିକା ହୋତା ଙ୍କୁ ୫୦ ହଜାର ଟଙ୍କା ପ୍ରିୟଙ୍କା କୁଲାଥିଆ, ଗୋପାଳ କୁଲଥିଆ ଙ୍କୁ ମଧ୍ୟ ୫୦ ହଜାର ଟଙ୍କା ଦିବ୍ୟାଙ୍ଗ ଅଭିଭାବକ ସନ୍ତାନ ଙ୍କ ଛାତ୍ର ବୃତ୍ତି ଭାବରେ ୨ ଲକ୍ଷ ୩ ହଜାର ୮୫୦ ଟଙ୍କା ସହଯୋଗ ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଛନ୍ତି।ଏହି ବୈଠକ ରେ ପୋଲିସ ଆରକ୍ଷୀ ଅଧିକ୍ଷକ ଜିଆର ରାଘବେନ୍ଦ୍ର, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦଙ୍କ, ଖଡିଆଳ ବିଡ଼ିଓ ବିରସେନ ବେହେରା, ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।