-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||     

HOME   ଜିଲ୍ଲା

ସମ୍ବଲପୁର ମହାନଗର ନିଗମ ର ଘୋଷଣା ହେଲା ପରେ ଆଜିଯାଏ ଦୀର୍ଘ 12 ବର୍ଷ ହେଲା ନିର୍ବାଚନ ହୋଇନାହିଁ କି ନିର୍ବାଚିତ ପ୍ରତିନିଧି ନାହିଁ

19-Jul-2024



ସମ୍ବଲପୁର:(ସଂଜୀବପାଣିଗ୍ରାହୀ) ସମ୍ବଲପୁର ମହାନଗର ନିଗମ ର ଘୋଷଣା ହେଲା ପରେ ଆଜିଯାଏ ଦୀର୍ଘ 12 ବର୍ଷ ହେଲା ନିର୍ବାଚନ ହୋଇନାହିଁ କି ନିର୍ବାଚିତ  ପ୍ରତିନିଧି ବି ନାହାନ୍ତି l ମହାନଗର ନିଗମ ରେ ବାବୁଗିରି ଚାଲିଥିବା ବେଳେ ମନୋମୁଖୀ କାର୍ଯ୍ୟ ଚାଲିଥିବା ସାମାଜିକ ଅନୁଷ୍ଠାନ ସକ୍ଷମ ର ସଂଯୋଜକ  ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି l ସୂଚନାଯୋଗ୍ୟ ଯେ ଧନୁପାଲି - ଧମା ରୋଡ଼ ରେ ଭତରା ସ୍ଥିତ 36 ନମ୍ବର ୱାର୍ଡ ଅନ୍ତର୍ଗତ ମହାନଦୀ ବିହାର ରାସ୍ତା ଓ ଡ୍ରେନ ର ନିର୍ମାଣ କାର୍ଯ୍ୟ ପାଇଁ ଅନୁଦାନ ଦିଆଯାଇଥିଲେ ମଧ୍ୟ ଆଜିଯାଏ ରାସ୍ତା ର ନିର୍ମାଣ ହୋଇନାହିଁ, ହେଲେ ଲାଗିଛି ଫଳକ l ମୁଖ୍ୟ ରାସ୍ତା ରୁ ମହାନଦୀ ବିହାର କୁ ସଂଯୋଗ କରୁଥିବା ରାସ୍ତା ଓ ଡ୍ରେନ ର ନିର୍ମାଣ ପାଇଁ ଏହି ବର୍ଷ ମାର୍ଚ୍ଚ ମାସ ଆରମ୍ବ ରୁ ଲାଗିଁସାରିଛି ଫଳକ ଯାହାର ବ୍ୟୟ ଅଟକଳ ହେଉଛି 14 ଲକ୍ଷ 43 ହଜାର 430 ଟଙ୍କା l ଫଳକ ରେ ନିର୍ଦ୍ଧିଷ୍ଟ ଭାବରେ ଉଲ୍ଲେଖ ଅଛି ଯେ  ରାସ୍ତା ରେ ଫେବର ବ୍ଲକ ପଡିବ  ଡ୍ରେନ ହେବ ତଥା ଡ୍ରେନ ରେ  କଂକ୍ରିଟ ସ୍ଲାବ ପଡିବ l ଯେଉଁ ନିର୍ମାଣ କାର୍ଯ୍ୟ ର ଆରମ୍ଭ ତାରିଖ 04/03/2024  ଏବଂ ନିର୍ମାଣ କାର୍ଯ୍ୟ ର ଶେଷ ତାରିଖ 03/05/2024 ବୋଲି ଉଲ୍ଲେଖ ଥିବା ସ୍ଥଳେ ଆଜିଯାଏ ଏକ ଇଞ୍ଚ ର ରାସ୍ତା ର ନିର୍ମାଣ କରାଯାଇନଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ କ୍ଷୋଭ ପ୍ରକାଶ କରିଛନ୍ତି l 
ଏହି ବିଷୟକୁ ଅନୁଧ୍ୟାନ କଲେ ସମ୍ୱଲପୁର ମହାନଗର ନିଗମ କର୍ତୃପକ୍ଷ କେତେ ସହରର ବିକାଶ ଦିଗରେ କେତେ ତତ୍ପର ଓ ଶୃଙ୍ଖଳିତ ତାହା ସ୍ୱଷ୍ଟ ଭାବରେ ପ୍ରତିଫଳିତ ହେଉଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି l ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ଯେ, ଯଦି ମହାନଗର ନିଗମ ପକ୍ଷରୁ ଫଳକ ଲାଗିଛି ତାହେଲେ ନିର୍ମାଣ କାର୍ଯ୍ୟ କାହିଁକି ହୋଇନାହିଁ ଏବଂ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟୟ ବରାଦୀ ଅର୍ଥ ଗଲା ଗୁଆଡେ ? ତାହା ନିଶ୍ଚିତ ଭାବରେ ଏକ ପ୍ରଶ୍ନବାଚୀ l 
ଭତରା ମହାନଦୀ ବିହାର ର ଏହି ଡ୍ରେନ ଓ ରାସ୍ତା ରେ ମୋଟେ ବ୍ୟବହାର ଉପଯୋଗୀ ନଥିବା ବେଳେ ଆଜି ବର୍ଷା ଋତୁ ର ପ୍ରକୋପ ବଢିଯାଇଛି ହେଲେ ମହାନଗର ନିଗମ ପକ୍ଷରୁ ରାସ୍ତା ର ନିର୍ମାଣ ପାଇଁ ଅର୍ଥ ବ୍ୟୟବରାଦ ହୋଇଥିଲେ ବି ଅଂଚଳବାସୀ ଙ୍କୁ କାହିଁକି ଉପେକ୍ଷା କରାଯାଉଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି l ସକ୍ଷମ ର ସଂଯୋଜକ ଶ୍ରୀ ପାଣିଗ୍ରାହୀ ମହାନଗର ନିଗମ ର ଏହି ଅବହେଳା ବିଷୟକୁ ସ୍ୱଚ୍ଛତାର ସହ ତର୍ଜମା କରିବା ସହ ଦୋଷୀ ର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଜଥା ଶୀଘ୍ର ଭତରା ମହାନଦୀ ବିହାର ର ରାସ୍ତା ଓ ଡ୍ରେନ ର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଶ୍ରୀ ପାଣିଗ୍ରାହୀ ଦାବୀ ଜଣାଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026

You Might Also Like