-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଲୋକସଭାରେ ଭାଜପାର ବାଜିମାତ... ବଲାଙ୍ଗୀର ଓ ସୋନପୁରେ ବିଜେଡି,ବାକି ୫ଟିରେ ବିଜେପି ଜିତିଲା, ମୁଖ୍ୟମନ୍ତ୍ରୀ ନବୀନ ବି ହାରିଲେ

04-Jun-2024



ବଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀର ଲୋକସଭା ସମେତ ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ବିଜେପିର ସୁନାମୀ ଦେଖାଦେଇଛି । ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଭାଜପାର ସଂଗୀତା କୁମାରୀ ସିଂଦେଓ ଲକ୍ଷାଧିକ ଭୋଟରେ ବିଜୟୀ ହୋଇଛନ୍ତି । ସଂଗୀତା ବିଜେଡିଦଳର ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇଙ୍କୁ ୧ଲକ୍ଷ ୨୫ହଜାର ଭୋଟରେ ହରାଇଛନ୍ତି । ଚଳିତ ୨୦୨୪ ନିର୍ବାଚନରେ ଓଡିଶାରେ ମୋଦୀ ହାୱା ରହିଥିଲା । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱକର୍ମା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଛତିଶଗଡର ମନ୍ତ୍ରୀଗଣ ଆସି ଭାଜପା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କଣ୍ଟାବାଞ୍ଜିରେ ବିଜେଡିଦଳରୁ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଜପାର ଲକ୍ଷ୍ମଣ ବାଘଙ୍କ ଠାରୁ ୧୫ହଜାରରୁ ଉର୍ଦ୍ଧ୍ୱ ଭୋଟରେ ହାରିଯାଇଛନ୍ତି। ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ପ୍ରାର୍ଥି ହେଲାପରେ ବିଜେଡି ଶିବିର ଚଳଚଞ୍ଚଳ ହୋଇପଡିଥିଲା ଓ ବିଜେଡି ପ୍ରାର୍ଥୀ ମାନେ ବହୁ ଭୋଟରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଫଳ ଓଲଟା ହେଲା। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିର ଜଣେ ସାଧାରଣ ଯାବଦ ପରିବାରର ବ୍ୟକ୍ତି ଠାରୁ ହାରିଯାଇଛନ୍ତି। ନବୀନ ପଟ୍ଟନାୟକଙ୍କୁ ଅପ୍ରତିଦ୍ୱନ୍ଦି ନେତା ଭାବରେ ଲୋକେ ଜାଣୁଥିଲେ। କିନ୍ତୁ ଜଣେ ସାଧାରଣ ବ୍ୟକ୍ତି ଅସାଧାରଣ କାମ କରି ନବୀନଙ୍କୁ ହରାଇ ଦେଲା l ଏହା ମଧ୍ୟ ଓଡିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ। ଠିକ ସେହିପରି ଟିଟିଲାଗଡରେ କ୍ୟାବିନେଟ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଭାଜପାର ନବୀନ ଜୈନ ୧୭,୭୦୦ ଭୋଟରେ ପରାସ୍ତ କରିଛନ୍ତି । ଗତ ଦୁଇଥର ହେଲା  ଟୁକୁନି ସାହୁ ଜିଣିଥିଲେ। କିନ୍ତୁ ଚଳିତଥର ଟୁକୁନୀଙ୍କ ଭଳି ଜଣେ ହେଭିୱେଟ ନେତ୍ରୀଙ୍କୁ ଜଣେ ବ୍ୟବସାୟୀ ନବୀନ ଜୈନ ହରାଇ ଦେଲେ। ବଲାଙ୍ଗୀର ସଦର ଆସନରେ ବିଜେଡିର କଳିକେଶ ନାରାୟଣ ସିଂଦେଓ ତାଙ୍କ ପ୍ରତିଦ୍ୱନ୍ଦି କଂଗ୍ରେସର ସମରେନ୍ଦ୍ର ମିଶ୍ରଙ୍କୁ ୧୩,୪୧୦ ଭୋଟରେ ହରାଇଛନ୍ତି । ଗତ ୨୦୧୪ ଓ ୨୦୧୯ରେ ବଲାଙ୍ଗୀର ସଦର ଆସନରେ କଂଗ୍ରେସର ନରସିଂହ ମିଶ୍ର ଜିଣିଥିଲେ । କିନ୍ତୁ ଏଥର ନରସିଂହ ମିଶ୍ରଙ୍କ ବଦଳରେ ତାଙ୍କ ସାନପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ଲୋଇସିଂହା ନିର୍ବାଚନ ମଣ୍ଡଳିରେ ଭାଜପା ବିଧାୟକ ଡ.ମୁକେଶ ମହାଲିଙ୍ଗ ପୁଣିଥରେ ରିପିଟ କରିଛନ୍ତି । ମୁକେଶ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ନୀହାର ବେହେରାଙ୍କୁ ୧୯,୬୬୮ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସେହିପରି ପାଟଣାଗଡରେ ଭାଜପାର ପୂର୍ବତନ ରାଜ୍ୟସଭାପତି ତଥା ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ସରୋଜ ମେହେରଙ୍କ ଠାରୁ ମାତ୍ର ୧ହଜାର  ଭୋଟରେ ବିଜୟୀ ହୋଇଛନ୍ତି । କନକବର୍ଦ୍ଧନ ୧୯୯୫ ମସିହାରି ୨୦୧୪ ପର୍ଯ୍ୟନ୍ତ ନିର୍ବାଚିତ ହୋଇ ବିଧାୟକ ହୋଇଆସୁଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ସରୋଜ ମେହେରଙ୍କ ଠାରୁ ୧୩ ହଜାର ଭୋଟରେ ହାରିଯାଇଥିଲେ । କିନ୍ତୁ ଏଥର ମୋଦୀ ହାୱାରେ କନକବର୍ଦ୍ଧନ ଜିଣିଯାଇଛନ୍ତି । ସୋନପୁର ନିର୍ବାଚନମଣ୍ଡଳିରେ ବିଜେଡି ମନ୍ତ୍ରୀ ନିରଂଜନ ପୂଜାହାରୀ ତାଙ୍କ ସ୍ଥିତି ବଜାୟ ରଖିଛନ୍ତି । ନିରଂଜନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଭାଜପାର ପ୍ରମୋଦ ମହାପାତ୍ରଙ୍କ ଠାରୁ ୧୫,୦୯୨ ଭୋଟରେ ବିଜୟୀ ହୋଇଛନ୍ତି । ବୀରମହାରାଜପୁର ନିର୍ବାଚନମଣ୍ଡଳିରେ ମଧ୍ୟ ବିଜେପି ବାଜିମାତ କରିଛି । ସେଠାରେ ବିଜେଡିର ପ୍ରାର୍ଥିଥିବା ପୂର୍ବତନମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ବିଜେପି ପ୍ରାର୍ଥୀ ଇଂ.ରଘୁନାଥ ଜଗଦଲା ପରାସ୍ତ କରିଛନ୍ତି । ରଘୁନାଥ ୨୧,୯୪୬ଟି  ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026

You Might Also Like