-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||     

HOME   ଜିଲ୍ଲା

ବିଜେପିର ବିଜୟ ସଂକଳ୍ପ ସମାବେଶ.. ଦୁର୍ନୀତିଗ୍ରସ୍ତ ଓଡିଶାସରକାର ବଦଳିବା ଦରକାର-ପ୍ରଧାନମନ୍ତ୍ରୀ ମୋଦୀ

11-May-2024



ବାଲାଙ୍ଗୀର(ପ୍ରେରଣା ଖବର): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବିଭିନ୍ନ ସ୍ଥାନରେ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି । ଓଡିଶାର କନ୍ଧମାଳ,ବଲାଙ୍ଗୀର ଓ ବରଗଡରେ ବିଜୟସଂକଲ୍ପ ସମାବେଶର ବିଶାଲ ଜନସଭାମାନଙ୍କରେ ବିଜେପି ସପକ୍ଷରେ ଭୋଟ ପ୍ରଚାର କରିଛନ୍ତି । ବଲାଙ୍ଗୀର ପଥରଚେପା ପଡିଆଠାରେ ଆୟୋଜିତ ଏହି ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଖୁବ ବର୍ଷିଛନ୍ତି । ଓଡିଶା ଏକ ଧନୀରାଜ୍ୟ,ପ୍ରାକୃତିକ ସମ୍ପଦରେ ଭରିରହିଛି କିନ୍ତୁ ଲୋକମାନେ ଗରୀବ କାହିଁକି ବୋଲି ଲୋକଙ୍କୁ ପ୍ରଶ୍ନ କରଛନ୍ତି । ରାଜ୍ୟରେ ଗତ ୨୪ବର୍ଷ ଧରି ଚାଲିଥିବା ଦୁର୍ନୀତିଗ୍ରସ୍ତ ନବୀନ ସରକାର ଯୋଗୁଁ ଓଡିଆ ଅସ୍ମିତା ବିପଦରେ ରହିଛି । ଗରୀବଙ୍କୁ ନ୍ୟାୟ ମିଳୁନାହିଁ । ବିଜେଡି ଦଳର ଲୋକଙ୍କ ପାଖରେ ବଙ୍ଗଳା ହୋଇଛି ଓ ବଡବଡ ଗାଡି ହୋଇଛି କିନ୍ତୁ ଗରୀବଙ୍କୁ ଉଚିତ ନ୍ୟାୟ ମିଳୁନାହିଁ କି ତାଙ୍କର ଅର୍ଥନୀତିରେ ପରିବର୍ତ୍ତନ ହେଉନାହିଁ । ଓଡିଶାରେ ଚାଲିଥିବା ସରକାର ଖଣିଖାଦାନ ଖାଇଯାଉଛି, ଧାନମଣ୍ଡିରେ ଦୁର୍ନୀତି ହେଉଛି ବୋଲି କହିଥିଲେ । ଓଡିଶାରେ ବିଜେପିସରକାର ଆସିଲେ ଚାଷୀଙ୍କୁ

ଧାନକ୍ୱିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା ଦେବ ଓ ତାହା ଧାନବିକିବାର ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଖାତାରେ ପଡିବ । ବାହାର ରାଜ୍ୟର ଲୋକଙ୍କ ହାତରେ ଓଡିଶା ପରିଚାଳିତ ହେଉଛି । ତେଣୁ ଓଡିଶାର ଅସ୍ମିତାକୁ ବଞ୍ଚାଇବାକୁ ଓଡିଶାରେ ସରକାର ବଦଳିବା ଦରକାର । ଓଡିଶାରେ ଜଳସେଚନର ଅଭାବ ରହିଛି, ପାନୀୟଜଳ ସମସ୍ୟା ରହିଛି ଓ ଗରୀବମାନେ ପ୍ରଧାନମନ୍ତ୍ରୀ ଆବାସଘର ମଧ୍ୟ ଠିକରେ ପାଉନାହାଁନ୍ତି । କିନ୍ତୁ ଗତ ୧୦ବର୍ଷ ହେଲା କେନ୍ଦ୍ରରେ ଚାଲିଥିବା ଏନଡିଏ ସରକାର ଗରୀବଙ୍କୁ ମାଗଣାରେ ଖାଦ୍ୟଦେଉଛି, ମହିଳାଙ୍କ ପାଇଁ ପୋଷଣ ଯୋଜନା କରିଛି,ଆଗାମୀ ଦିନରେ ୩ଲକ୍ଷ ଦିଦିଙ୍କୁ ଲକ୍ଷପତି ଦିଦି କରିବାର ଅଛି, ପ୍ରତ୍ୟେକ ଚାଷିଙ୍କ ଜମିକୁ ଜଳସେଚନ,ପ୍ରତ୍ୟେକଘରକୁ ପାନୀୟଜଳର ବ୍ୟବସ୍ଥା କରାଇବାକୁ ସଂକଲ୍ପ ନେଇଛି ବୋଲି କହି ବିଜେପିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥିମାନଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୋଦୀ ସିଧାସଳଖ ର୍ଟାେଗଟ କରିଥିଲେ । ନବୀନ କେବେ କାହାରି ସହିତ ମିଶନ୍ତି ନାହିଁ ବୋଲି କଟାକ୍ଷ କରିବା ସହିତ ବଲାଙ୍ଗୀରର କଣ୍ଟାବାଞ୍ଜିକୁ ଯେତେବେଳେ ନବୀନ ପଟ୍ଟନାୟକ ଭୋଟ ମାଗିଆସିବେ ସେତେବେଳେ ବିନା କାଗଜଦେଖି ସେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିର ମାତ୍ର ୧୦ଗ୍ରାମର ନାମ କହିଦିଅନ୍ତୁ ବୋଲି ଲୋକେ ପ୍ରଶ୍ନ କରନ୍ତୁ ବୋଲି କହିଥିଲେ । ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଅଞ୍ଚଳରୁ ହଜାର ହଜାର ଲୋକ ଦାଦନ ଯାଉଛନ୍ତି । ବଲାଙ୍ଗୀର ଜିଲ୍ଲାର କପା ଦେଶର ଉନ୍ନତ କପା ଭାବରେ ପରିଗଣିତ । କିନ୍ତୁ ଏଠାରେ ତାହାର ଉପଯୋଗ ହେଉନାହିଁ । ଆସନ୍ତା ଦିନରେ ଏହି ଅଞ୍ଚଳର ଯୁବକମାନଙ୍କ ନିଯୁକ୍ତି ପାଇଁ ସରକାର ପଦକ୍ଷେପ ନେବ ବୋଲି ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି । ଠିକ ସେହିପରି ତାଙ୍କ ଅଭିଭାଷଣ ଆରମ୍ଭରେ ବଲାଙ୍ଗୀରର ନରସିଂହ ଗୁରୁ ଓ ପଶ୍ଚିମଓଡିଶାର ବିଶିଷ୍ଟବ୍ୟକ୍ତିଙ୍କୁ ଦିଆଯାଇଥିବା ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିବା ବିଷୟରେ କହିଥିଲେ । ଏହା ସହିତ ବୀରସୁରେନ୍ଦ୍ର ସାଏ,ଜୟୀ ରାଜଗୁରୁ,ବକ୍ସିଜଗବନ୍ଧୁ, ଡ.ହରେକୃଷ୍ଣ ମହତାଭ,ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଥିଲେ । କେନ୍ଦ୍ରର ଏନଡିଏ ସରକାର ଓଡିଶାର ଜଣେ ଆଦିବାସୀ ଝିଅକୁ ଦେଶର ରାଷ୍ଟ୍ରପତି କରିଛି । ସେହିପରି ଜି-୨୦ରେ କୋଣାର୍କଚକ୍ର ,ପାଇକସଂଗ୍ରାମର ସ୍ମୃତିକୁ ନେଇ ମୁଦ୍ରା ଓ ଡାକଟିକଟ ଉନ୍ମୋଚନ କରି ସ୍ଥାନୀୟକରି ଓଡିଶାର ଗୌରବ ବଢାଇଛି । କିନ୍ତୁ ଓଡିଶାରେ ଥିବା ସରକାର ଓଡିଆଙ୍କ ଅସ୍ମିତାକୁ ଜଳାଞ୍ଜଳି ଦେଇଛି । କିନ୍ତୁ ବିଜେପି ଏହା କରାଇଦେବା ନାହିଁ । ଓଡିଶାରେ ବିଜେପି ସରକାର ଆସିଲେ ଜଣେ ଓଡିଶା ଜନ୍ମହୋଇଥିବା ଓ ଖାଣ୍ଟି ଓଡିଆକୁ ମୁଖ୍ୟମନ୍ତ୍ରୀ କରିବ ବୋଲି ମୋଦୀ ଗ୍ୟାରେଣ୍ଟି ଦେଇଥିଲେ । ମୋଦୀଙ୍କ ଏହି

ଉଦବୋଧନ ପୂର୍ବରୁ ବଲାଙ୍ଗୀର ସାଂସଦ ସଂଗୀତାକୁମାରୀ ସିଂଦେଓ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଲୋସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ,ବଲାଙ୍ଗୀର ବିଧାୟକ ପ୍ରାର୍ଥି ଗୋପାଳଜୀ ପାଣିଗ୍ରାହୀ, ଟିଟିଲାଗଡ ବିଧାୟକ ପ୍ରାର୍ଥି ନବୀନ ଜୈନ,କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥି ଲକ୍ଷ୍ମଣ ବାଗ,ସୋନପୁର ବିଧାୟକ ପ୍ରାର୍ଥି ପ୍ରମୋଦ ମହାପାତ୍ର ଓ ବୀରମହାରାଜପୁର ବିଧାୟକ ପ୍ରାର୍ଥି ରଘୁନାଥ ଜଗଦଲା ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ବଲାଙ୍ଗୀର ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଜୟସଂକଲ୍ପ ସମାବେଶରେ ପୂର୍ବତନ ଜିଲ୍ଲାପରିଷଦ ସଭାପତି ଭାରତୀ ମହାନନ୍ଦ ସ୍ୱାଗ୍‌ତ ଅଭିଭାଷଣ ସହ ସଂଯୋଜନା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଭୃତି ସିଂଦେଓ ବଲାଙ୍ଗୀରର ଇଷ୍ଟଦେବୀ ପାଟଣେସ୍ୱରୀଙ୍କ ଏପ ଫଟୋଚିତ୍ର, ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ସ୍ୱାଧିନତା ସଂଗ୍ରାମୀ ଆଠଗାଁର ଜମିଦାର ସ୍ୱର୍ଗତ ଧରମସିଂମାଝୀ ମାନଧାତାଙ୍କ ଏକ ଫଟୋଚିତ୍ର ଉପହାର ଦେଇଥିଲେ । ଶେଷରେ ରଂଜିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026

You Might Also Like