-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

୫ବର୍ଷର ବିକାଶର ହିସାବ ସହ ସଂକଲ୍ପପତ୍ର ଦେଲେ ଡ.ମୁକେଶ ମହାଲିଙ୍ଗ

03-May-2024



ବଲାଙ୍ଗିର(ପ୍ରେରଣା ଖବର ): ବଲାଙ୍ଗୀର ଜିଲ୍ଲାର ଏକମାତ୍ର ଭାଜପା ବିଧାୟକ ଲୋଇସିଂହା ନିର୍ବାଚନମଣ୍ଡଳିର ଡ.ମୁକେଶ ମହାଲିଙ୍ଗ ଗୁରୁବାର ସଂଧ୍ୟାରେ ଗଣମାଧ୍ୟମ ସମ୍ମୁଖରେ ଗତ ୫ବର୍ଷରେ କରିଥିବା ବିକାଶମୂଳକକାମର ହିସାବ ଓ ଆଗାମୀଦିନର ସଂକଲ୍ପପତ୍ର ଦେଇଛନ୍ତି । ଏହା ସହିତ ବିଧାୟକ ଡ.ମହାଲିଙ୍ଗ ବିରୋଧିଙ୍କୁ କଟାକ୍ଷକରି ଲୋଇସିଂହା ନିର୍ବାଚନମଣ୍ଡଳିରେ ୨୦୦୯ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଜେଡି ବିଧାୟକ ତଥା ମନ୍ତ୍ରୀଥାଇ କଣ ସବୁ ବିକାଶ କରାଇଛନ୍ତି ତାହାର ହିସାବ ଦେବାକୁ ଆହ୍ୱାନ କରିଛନ୍ତି । ଲୋଇସିଂହା ମାରୱାଡି ଧର୍ମଶାଳାଠାରେ ଭାଜପା ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ବିଳନୀରେ ବିଧାୟକଡ.ମୁକେଶ ମହାଲିଙ୍ଗ କହିଛନ୍ତି ଯେ,ଗତ ୨୦୧୯ ନିର୍ବାଚନରେ ସେ ଜିଣିବା ପରେ ପରେ ମହାମାରୀ କରୋନା ହୋଇଥିଲା । କରୋନାରେ ଦୁଇବର୍ଷ ଲୋକଙ୍କ ଜୀବନଯାତ୍ରା ବ୍ୟାହତ ହୋଇଥିଲା କିନ୍ତୁ ତଥାପି ଆମେ ବିକାଶକାମକୁ ଆଗେଇ ନେଉଛୁ । ଲୋଇସିଂହା ନିର୍ବାଚନମଣ୍ଡଳିରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନରେ ଉନ୍ନତି ଆସିଛି । ଶିକ୍ଷାର ଉନ୍ନତିପାଇଁ ଆଗଲପୁର ବ୍ଲକର କୁଟାସିଂହା ଓ ସାଲେଭଟା,ପୁଇଁତଳା ବ୍ଲକର ବୁବେଲ ଓ ଲୋଇସିଂହା ବ୍ଲକର ଉପରବାହାଲ ଉଚ୍ଚବିଦ୍ୟାଳୟକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଉନ୍ନିତ କରାଯାଇଛି । ପ୍ରାୟ ହାଇସ୍କୁଲ ଓ କଲେଜର ଭିତ୍ତିଭୂମୀକୁ ବିକାଶ କରାଯାଇପାରିିଛି । ଜଳସେଚନ ହାର ବଢାଇବାକୁ ଲୋୟରସୁକତେଲ ପ୍ରକଲ୍ପକାମକୁ ତ୍ୱରାନ୍ୱିତ କରାଯାଇଛି । ଏହି ପ୍ରକଲ୍ପରୁ କେବଳ ଲୋଇସିଂହା ନିର୍ବାଚନମଣ୍ଡଳିର ୧୬୯୬ ହେକ୍ଟର ଜମିକୁ ଜଳସେଚିତ କରାଯାଇ ପାରିବ । ଲୋଇସିଂହା ନିର୍ବାଚନମଣ୍ଡଳିର କୁଟାସିଂହା ଓ ଛତାମଖନାଠାରେ ଦୁଇଟି ଇନଷ୍ଟ୍ରିମବଡି ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ଏହା ସହିତ ବ୍ୟାପ ପରିମାଣରେ ଉଠାଜଳସେଚନ ପାଇଁ ବ୍ୟବସ୍ଥା କରାଯାଇଛି । ଗାଇଖାଈ ଜଳସେଚନ ପ୍ରକଲ୍ପକୁ ଇକୋଟୁରିଜମରେ ସାମିଲ କରି ବୋଟିଂର ସୁବିଧା କରାଯାଇଛି । କେନ୍ଦ୍ରସରକାରଙ୍କ ଜଳଜୀବନ ମିଶନ ଜରିଆରେ ଗାଁମାନଙ୍କରେ ପାନୀୟଜଳର ବ୍ୟବସ୍ଥା କରାଯାଇଛି । ବିଧାନସଭାରେ ଲୋଇସିଂହା ନିର୍ବାଚନମଣ୍ଡଳି ଓ ରାଜ୍ୟର ସ୍ୱାର୍ଥସମ୍ବଳିତ ୧୨୩ଟି ତାରକାପ୍ରଶ୍ନ ଓ ୯୬୦ଟି ଅଣତାରକା ପ୍ରଶ୍ନ କରାଯାଇଛି । ସମ୍ବଲପୁରୀ/କୋସଲି ଭାଷାକୁ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ଦେବାକୁ ବାରମ୍ବାର ଦାବି ଜଣାଇଛି । ସେହିପରି ନିର୍ବାଚନମଣ୍ଡଳିର କୁଟାସିଂହାରୁ ସାଲେଭଟାରୁ ମହଖଣ୍ଟଭାୟା ଆଗଲପୁର ରାସ୍ତାକୁ ଉନ୍ନତିକରଣ କରାଯାଇଛି । ଲୋଇସିଂହାରୁ ଆଗଲପୁର ଭାୟା ଭରସୁଜା ରାସ୍ତା,ବଲାଙ୍ଗୀରତୁ ତଳିଉଡାର/ଉପରବାହାଲ ଓ କରକଚିଆଛକ ପର୍ଯ୍ୟନ୍ତ ଉନ୍ନତିକରଣ କରାଯାଇଛି । ଲୋଇସିଂହାକୁ ଏନଏସି ମାନ୍ୟତା ଦିଆଯାଇଛି ଓ ଏଠାରେ ନୂତନବସଷ୍ଟାଣ୍ଡ,ସିଏଚସି ରୂପାନ୍ତରିକରଣ କରାଯାଇଛି । କୁଟେନପାଲି-ଛେଲବାହାଲ,ଫଟାମୁଣ୍ଡା-କନ୍ଦାଜୁରୀ,ଡୁଡୁକା-ସୁଖା ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଗତ ୫ବର୍ଷରେ ୭ଟି ବ୍ରୀଜ ନିର୍ମାଣ ହୋଇଥିବା ବେଳେ ୯ଟିର କାମ ଚାଲୁରହିଛି । ପ୍ଲାନସ୍କିମରେ ପ୍ରାୟ ୨୫ଟି ରାସ୍ତା ଓ ବ୍ରିଜ ନିର୍ମାଣ କରାଯାଇଛି । ଲୋ-ଭୋଲଟେଜ ସମସ୍ୟାର ସମାଧାନ ପାଇଁ ରାମପୁରରେ ସେଣ୍ଟ୍ରାଲଗ୍ରୀଡ ସ୍ଥାପନ କରାଯାଇଛି ଓ ବିଲେଇସର୍ଡା ଓ କୁଟାସିଂହାରେ ସବଗ୍ରୀଡ ସ୍ଥାପନ କରାଯାଇଛି । ଆଗଲପୁରରେ ଜେଏମଏଫସି କୋର୍ଟ ଓ ସବରେଜିଷ୍ଟ୍ରୀ ଅଫିସ ଖୋଲାଯାଇଛି । ଏହା ସହିତ ଆଦର୍ଶବିଦ୍ୟାଳୟ ଓ କୁସମେଲରେ ଆରଆଇ ଅଫିସ ଖୋଲାଯାଇ ପାରିଛି । କେନ୍ଦ୍ରସରକାର ଓ ରାଜ୍ୟସରକାରଙ୍କ ସମନ୍ୱୟରେ ଲୋଇସିଂହା ନିର୍ବାଚନମଣ୍ଡଳିରେ ୬୪କୋଟି ଟଙ୍କା ବ୍ୟୟରେ ୧୮୮୧ଟି ପ୍ରକଲ୍ପ କାମ ଚାଲୁରହିଥିବା ବିଧାୟକ ଡ.ମହାଲିଙ୍ଗ ହିସାବ ଦେଇଛନ୍ତି । ଏହା ସହିତ ଆଗାମୀ ଦିନରେ ଲୋଇସିଂହା,ଆଗଲପୁର ଓ ପୁଇଁତଳା ବ୍ଲକର ଅନ୍ୟୁନ ୫୦% ଜମିକୁ ପାଣି ଓ ପ୍ରତ୍ୟେକଘରକୁ ଶୁଦ୍ଧପାନୀୟଜଳ ଯୋଗାଇବାକୁ ସଂକଲ୍ପପତ୍ର ଦେଇଛନ୍ତି । ଦାଦନସମସ୍ୟା ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି । ଏହି ସାମ୍ବାଦିକସମ୍ବିଳନୀରେ ବିଧାୟକ ଡ.ମହାଲିଙ୍ଗଙ୍କ ସହ ନିର୍ବାଚନମଣ୍ଡଳିର ସଂଯୋଜକ ଲେକୃ ତ୍ରୀପାଠୀ,ବକଟି ସରପଞ୍ଚ ସୁଲତା ପୁରୋହିତ,ଲୋଇସିଂହା ମଣ୍ଡଳ ସଭାପତି ସରୋଜ ସାହୁ,ଦିତିକୃଷ୍ଣ ସେଲମା ପ୍ରମୁଖ ମଞ୍ଚାସୀନ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like