-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||     

HOME   ଜିଲ୍ଲା

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୁବ ସମାଜସେବୀ ରାମଦାସ ପଣ୍ଡାଙ୍କ ସମେତ ଅନେକ ଗଣମାନ୍ୟ ବ୍ୟକ୍ତି ବିଜେପି ରେ ସାମିଲ

01-May-2024




ସମ୍ବଲପୁର-(ସଂଜୀବପାଣିଗ୍ରାହୀ) : ମୁଖ୍ୟମନ୍ତ୍ରୀ ଭଡାରେ ଯେଉଁ ନେତା ଆଣିଛନ୍ତି, ସେ ରଜ୍ୟରେ ବିଜେପି କ୍ଷମତାକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ ଯୋଜନା ବନ୍ଦ ହୋଇଯିବ ବୋଲି ମିଛ ପ୍ରଚାର କରୁଛନ୍ତି  । ସେମାନେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ ଯୋଜନା ସହ ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି କାହିଁକି ?  ମୂଳ ବିଷୟ ଓଡ଼ିଆ ଲୋକମାନେ ଚିକିତ୍ସା ସେବା ପାଇବା ଦରକାର ।  ବିଜେପି ସରକାର ଆସିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବନ୍ଦ କରିବ ନାହିଁ । ଲୋକଙ୍କ ହିତ ପାଇଁ ଚାଲୁଥିବା ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନାକୁ ଯୋଡ଼ିବ । ଓଡ଼ିଆ ଲୋକ ଦୁଇ ଗୁଣା ଲାଭ ପାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ମଙ୍ଗଳବାର ସମ୍ବଲପୁରର ଚେରୁଆପଡ଼ା ହାଉସିଂ କଲୋନୀରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନ କହିଛନ୍ତି, ମା’ ସମଲେଇଙ୍କ ଭୂମି ସମ୍ବଲପୁର ଓଡ଼ିଶାର ପ୍ରମୁଖ ଆଧ୍ୟାତ୍ମିକ ସହର । ଅନେକ ମଠ ମନ୍ଦିରର ସହର ସମ୍ବଲପୁର କିନ୍ତୁ ଆଜି ଯେଉଁ ଅବସ୍ଥାରେ ଥିବା କଥା, ସେହି ଅବସ୍ଥାରେ ନାହିଁ । ଦୁର୍ଭାଗ୍ୟବଶତଃ ଦୀର୍ଘ ୨୪ ବର୍ଷ ଶାସନରେ ବହୁତ ଖରାପ ଅବସ୍ଥାରେ ଅଛି ।  ରାସ୍ତା, ଡ୍ରେନଜ୍ ସମସ୍ୟା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ । ହୀରାକୁଦ ଅଂଚଳରେ ହଇଜା ବ୍ୟାପିବା ହିଁ ୨୪ ବର୍ଷ ଲମ୍ବା ଶାସନର ଚରମ ବିଫଳତା । ଆଧୁନିକ ଜୀବନଶୈଳୀର ଭିତ୍ତିଭୂମି ତିଆରି କରିବାରେ ସରକାର ବିଫଳ । ସମ୍ବଲପୁର ସହରକୁ ମହାନଗର ନିଗମ କରାଗଲା । ସମ୍ବଲପୁରର ଉନ୍ନତି ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ । ରାଜ୍ୟ ସରକାର ସମ୍ବଲପୁରକୁ ମହାନଗର ନିଗମ କଲେ । ଏହା ସତ୍ତ୍ୱେ ୧୦ ବର୍ଷ ହେବ ସ୍ଥାନୀୟ ଲୋକମାନଙ୍କୁ ମହାନଗର ନିଗମ ନିର୍ବାଚନ ପାଇଁ ସୁଯୋଗ ଦିଆଯାଇନାହିଁ । ରାଜ୍ୟ ସରକାର କୋର୍ଟର ବାହାନାରେ ଏହି ପ୍ରସଙ୍ଗରୁ ମୁହଁ ଲୁଚାଉଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।   

 ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ ଅଫିସର ରାଜ୍ ଚାଲିଛି । ଗରିବ ଲୋକଙ୍କ କଥା କିଏ ବୁଝୁଛି ? ଏ ସରକାର ଗଣତନ୍ତ୍ର ବିରୋଧୀ ସରକାର । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ଆଧ୍ୟାତ୍ମିକ ସହର ସମ୍ବଲପୁରକୁ କାଶୀ ଭଳି ସମ୍ବଲପୁରର ଶତାବ୍ଦୀ ଶତାବ୍ଦୀର ମର୍ଯ୍ୟାଦାକୁ ପୁନପ୍ରତିଷ୍ଠା କରାଯିବ । ସମ୍ବଲପୁରକୁ କାଶୀ ଭଳି ଭବ୍ୟ ଓ ପବିତ୍ରସ୍ଥଳୀ କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୁବ ସମାଜସେବୀ ରାମଦାସ ପଣ୍ଡାଙ୍କ ସମେତ ଅନେକ ଗଣମାନ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ସେ କହିଥିଲେ ସମ୍ବଲପୁର ଜିଲ୍ଲାରେ ବିଜେପିର ସଂଗଠନାତ୍ମକ ଶକ୍ତି ମଜଭୂତ ସହ ଜନାଧାର ବୃଦ୍ଧି ହେବ । ମିଶ୍ରଣ ପର୍ବରେ ଗୁରୁଜନଙ୍କ ଆଶୀର୍ବାଦ, ମା’ ମାନଙ୍କ ଉତ୍ସାହ, ଯୁବ ବନ୍ଧୁ ମାନଙ୍କ ଉନ୍ମାଦନା ଓଡ଼ିଶାରେ ରାଜନୀତିର ଦିଶା ଓ ଭବିଷ୍ୟତର ପ୍ରମାଣ ଦେଉଛି । ଓଡ଼ିଶାରେ ପରିବର୍ତ୍ତନ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

କାର୍ଯ୍ୟକ୍ରମ ରେ ବିରୋଧୀ ଦକ ର ନେତା ଜୟ ନାରାୟଣ ମିଶ୍ର ରାଜ୍ୟ ସରକାର ଙ୍କ ବିରୋଧ ରେ ଗର୍ଜିଥିଲେ । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟ ରେ ନିରଙ୍କୁଶ ଭାବେ ଶାସନ କଲାପରେ ମଧ୍ୟ ରାଜ୍ୟବାସୀ ଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇ ଦେବାରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ ରହିଛି । ତାମିଲ ଗୁମାସ୍ତା ଦ୍ୱାରା ପରିଚାଳିତ ଏହି ସରକାର କୁ ବଦଳେଇବା ନିହାତି ଦରକାର ବୋଲି ସେ କହିଥିଲେ।

    ବରିଷ୍ଠ ବିଜେପି ନେତା ଡ଼. ପ୍ରମୋଦ ରଥ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ରାଜ୍ୟ ପେନା୍ଲଷ୍ଟ ମାନସ ରଞ୍ଜନ ବକ୍ସି ସ୍ୱାଗତ ଭାଷଣ ଦେଇଥିଲେ ଓ ଜିଲ୍ଲା ସଭାପତି ଗିରଷ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମଗିରି ବିଧାୟକ
ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ କାଉନସିଲର ଅଶ୍ୱିନୀ ସ୍ୱାଇଁ, ବସନ୍ତ ବିହାର ବିକାଶ ପରିଷଦର ସଭାପତି ଦେବ ନାରାୟଣ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଜୟନ୍ତ କୁମାର ସ୍ୱାଇଁ
ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026

You Might Also Like