-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||     

HOME   ରାଜନୀତି

ଜୁନାଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ ୨୦୨୪ ନିର୍ବାଚନ: ଆସନ ଫେରାଇ ଆଣି ପାରିବ କି ବିଜେପି ?

30-Apr-2024



କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା ) କଳାହାଣ୍ଡି ର ପୁରାତନ ରାଜଧାନୀ ଭାବେ ପରିଚିତ ଜୁନାଗଡ ସହର ସମେତ ସମଗ୍ର ଅଞ୍ଚଳ ରେ ରାଜ ନୈତିକ ସ୍ଥିତିରେ କଳାହାଣ୍ଡି ରାଜ ପରିବାର ଦବଦବା ରହି ଆସିଛି । ପ୍ରଥମ ସାଧାରଣ ନିର୍ବାଚନ ୧୯୫୧ ରେ ଏଠାରୁ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦ ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୧୯୬୧ ରେ ଗଣତନ୍ତ୍ର ପରିଷଦ ରୁ ଓ ୧୯୬୭ ରେ ସ୍ବତନ୍ତ୍ରପାର୍ଟି ରୁ ମହେଶ୍ବର ନାୟକ, ସ୍ବତନ୍ତ୍ରପାର୍ଟି ରୁ ୧୯୭୧ ରେ ତ୍ରିନାଥ ସରାଫ ଓ ୧୯୭୪ ରେ ଉଦିତ ପ୍ରତାପ ଦେଓ ନିବାଚିତ ହୋଇଥିଲେ । ଊଭୟ ଗଣତନ୍ତ୍ର ପରିଷଦ ଓ ସ୍ବତନ୍ତ୍ରପାର୍ଟି ରେ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ଙ୍କ ଆଧିପତ୍ୟ ରହିଥିବା ବେଳେ କଂଗେସ ପାର୍ଟୀ ରୁ ପ୍ରଥମ କରି ୧୯୭୭ ରେ ଓ ୧୯୮୦ ରେ ମହେଶ୍ବର ବରାଡ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ କେଶରୀ ଦେଓ ଙ୍କ କନିଷ୍ଠ ପୁତ୍ର ବିକ୍ରମ କେଶରୀ ଦେଓ ୧୯୮୫ ରେ ଜନତାଦଳ ରୁ ୧୯୯୦ ଓ ୧୯୯୫ ରେ ଭାରତୀୟ ଜନତା ପାର୍ଟି (ଭାଜପା) ରୁ ନିର୍ବାଚିତ ହୋଇ ଜୁନାଗଡ ଆସନକୁ ପୁନର୍ବାର ରାଜ ପରିବାର କୁ ଫେରାଇ ଆଣିଥିଲେ । ୧୯୯୭ ମସିହାରେ ବିକ୍ରମ କେଶରୀ ଦେଓ ସାଂସଦ ଭାବେ ନିର୍ବାଚିତ ହେବା ପରେ ଉପ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି (ଭାଜପା) ରୁ ହିମାଂଶୁ ଶେଖର ମେହେର ନିର୍ବାଚିତ ହେବା ସହିତ ୨୦୦୦ ଓ ୨୦୦୪ ରେ ଭାରତୀୟ ଜନତା ପାର୍ଟି (ଭାଜପା) ରୁ ହିମାଂଶୁ ଶେଖର ମେହେର ନିର୍ବାଚିତ ହୋଇଥିଲେ । ଗତ ୨୦୦୯ ରେ ସୀମା ପୁନଃ ନିର୍ଦ୍ଧାରଣ ହେବା ପରେ ଜୁନାଗଡ ଆସନ କଂଗ୍ରେସ ହାତକୁ ଚାଲି ଯାଇ ଗୋବର୍ଦ୍ଧନ ଦାସ ନିର୍ବାଚିତ ହୋଇଥିଲେ । ୨୦୧୪ ଓ ୨୦୧୯ ରେ ଶାସକ ବିଜୁ ଜନତା ଦଳ (ବିଜେଡ଼ି) ର ଦିବ୍ୟ ଶଙ୍କର ମିଶ୍ର ନିର୍ବାଚିତ ହୋଇଥିବା ବେଳେ ଚଳିତ ୨୦୨୪ ରେ ପୁନର୍ବାର ଭାଜପା ପୁନଃ ଛଡାଇ ନେବାକୁ ପ୍ରୟାସ କରୁଥିବା ଜଣାପଡିଛି । ପ୍ରମୂଖ ରାଜ ନୈତିକ ଦଳ ମଧ୍ୟରୁ ଭୋଟ ଶତକଡା କୁ ହିସାବ କୁ ନେଲେ ୨୦୦୯ ରେ ୩୪,୩୩୪ (୨୩.୮୩ % ) ଭୋଟ ପାଇ ବିଜେପି ତୃତୀୟ ସ୍ଥାନ ରେ ଥିବା ବେଳେ ୨୦୧୪ ରେ ୪୬,୪୯୮ (୨୮.୧୯ %) ଭୋଟ ପାଇ ଦ୍ବିତୀଯ ସ୍ଥାନରେ ଏବଂ ୨୦୧୯ ରେ ୫୫,୯୩୦ ( ୩୦.୫୯ % ) ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା । ସେହିପରି ୨୦୦୯ ରେ ୩୮.୮୧୨ (୨୬.୯୪ % ) ଭୋଟ ପାଇ ବିଜେଡ଼ି ଦ୍ବିତୀୟ ସ୍ଥାନ ରେ ଥିବା ବେଳେ ୨୦୧୪ ରେ ୫୬,୪୪୩ (୩୪.୨୧ %) ଭୋଟ ପାଇ ୯,୯୪୫ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ୨୦୧୯ ରେ ୮୩,୭୮୯ ( ୪୫.୮୩%) ଭୋଟ ପାଇ ୨୭,୮୫୯ ବ୍ୟବଧାନରେ ବିଜେଡ଼ି ଜିତିଥିବା ସରକାରୀ ସୂତ୍ର ରୁ ପ୍ରକାଶ । ସେହିପରି ୨୦୦୯ ରେ ୪୫,୩୪୯(୩୧.୪୮ % ) ଭୋଟ ପାଇ କଂଗ୍ରେସ ଜିତି ଥିବା ବେଳେ ୨୦୧୪ ରେ ୩୮,୭୧୫ (୨୩.୪୭%) ଭୋଟ ପାଇ ତୃତୀଯ ସ୍ଥାନ ରେ ଏବଂ ୨୦୧୯ ରେ ୩୨,୩୪୩ (୧୭.୬୯%) ଭୋଟ ପାଇ ତୃତୀଯ ସ୍ଥାନରେ ରହିଥିବା ସରକାରୀ ସୂତ୍ର ରୁ ପ୍ରକାଶ । ବର୍ତ୍ତମାନ ୨୦୨୪ ସାଧାରଣ ନିର୍ନଚନ ରେ ଅନେକ ସମୀକରଣ ବଦଳିଥିବା ବେଳେ ରାଜ ନୈତିକ ଦୃଶ୍ୟପଟ ମଧ୍ୟ ବଦଳିବାରେ ଲାଗିଛି ଅ ପୂର୍ବାପେକ୍ଷା ଦ୍ବିତୀଯ ପାଳିରେ ୨୦୧୯ ରେ ବିଜେଡ଼ି ଜିତିବା ପରେ କେବଳ ନିର୍ଦ୍ଧିଷ୍ଠ ହାତ ଗଣତି ବ୍ୟକ୍ତି ବିଶେଷ ଙ୍କ ଫାଇଦା ହୋଇଥିବା ବେଳେ ସାଧାରଣ ଲୋକ ବିଭିନ୍ନ ପ୍ରକାରେ ହଇରାଣ ହରକତ ହୋଇଥିବା ଆଲୋଚନା ହେଉଥିଲା । ଜୁନାଗଡ ର ବିକାଶ କେବଳ ଷ୍ଟାଡିୟମ ଭିତରେ ଅଟକି ଯାଇଥିବା ବେଳେ ସର୍ବନିମ୍ନ ରାସ୍ତା ଘାଟ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ର ରେ ବ୍ୟାପକ ଅବହେଳା ହୋଇଥିବା ଚର୍ଚା ହୋଇଆସୁଛି ବାହାର ଅଞ୍ଚଳ ର ଠିକାଦାର ଏବଂ ମଫିଆ ମାନଙ୍କ ଫାଇଦା ହୋଇଥିବା ମଧ୍ୟ ଆଲୋଚନା ହେଉଥିଲା । ଅନ୍ୟ ପକ୍ଷରେ କଂଗ୍ରେସ ପକ୍ଷରୁ ବ୍ୟାପକ ଜଣ ସଚେତନତା କରାଯାଇ ଲୋକଙ୍କ ସର୍ବନିମ୍ନ ଅବଶ୍ୟକତା ପୂରଣ କରିବାକୁ ବ୍ୟବସ୍ଥା କରାଯିବାର ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଅଜଣା କରୁଥିବା ଜଣାପଡିଛି । ସେହିପରି କେନ୍ଦ୍ର ର ମୋଦୀ ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସବୁର ସଫଳ ରୂପାଯନ କୁ ଆଧାର କରି ବିଜେପି ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରୁଥିବା ଜଣାପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026

You Might Also Like