-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||     

HOME   ଜିଲ୍ଲା

ସମ୍ବଲପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ଭାବେ ନଗେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା I

29-Apr-2024



ସମ୍ବଲପୁର, (ସଂଜିବ ପାଣିଗ୍ରାହୀ )
? _ସମ୍ବିଧାନ, ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା କୁ ରକ୍ଷା କରିବା  ବର୍ତମାନ ସମୟର ଆବଶ୍ୟକତା : ନଗେନ୍ଦ୍ର ପ୍ରଧାନ I_ 
? _୩ ଥର ଆଠମଲ୍ଲିକ ଏବଂ ଥରେ ସମ୍ବଲପୁର ସାଂସଦ ଭାବେ ବିଜୟୀ ହୋଇଥିଲେ ନଗେନ୍ଦ୍ର I_ 
? _୨୦୦୪ ନବୀନ ସରକାର ରେ ଥିଲେ ଗଣଶିକ୍ଷା ମନ୍ତ୍ରୀ I_ 
? _ନଗେନ୍ଦ୍ର ଙ୍କୁ କଂଗ୍ରେସର ସମ୍ବଲପୁର ଲୋକସଭା ପ୍ରାର୍ଥୀତ୍ବ ଉଭୟ ବିଜେଡି ବିଜେପି ପାଇଁ ଆହ୍ୱାନ I_ 
? _ନଗେନ୍ଦ୍ର ଙ୍କ ନାମ ଘୋଷଣା ପରେ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଙ୍କ ଶୁଭେଛା I_ 

 ସମ୍ବଲପୁର ଲୋକସଭା ର କଂଗ୍ରେସ ପ୍ରାର୍ଥୀ ଭାବେ ଆଜି ପୂର୍ବତନ ସାଂସଦ ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ନଗେନ୍ଦ୍ର କୁମାର ପ୍ରଧାନଙ୍କ ନାମ ଘୋଷଣା ହୋଇଛି I ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଯୁବ ନେତା ଦୁଲାଲ ଚନ୍ଦ୍ର ପ୍ରଧାନ ଙ୍କ ନାମ ଘୋଷଣା କରିଥିଲା l କିନ୍ତୁ, କଂଗ୍ରେସର ଘୋଷିତ ପ୍ରାର୍ଥୀ ଦୁଲାଲ ଙ୍କ ସ୍ଥାନରେ ଆଜି ଅଭିଙ୍କ ନଗେନ୍ଦ୍ର ଙ୍କ ନାମ ଘୋଷଣା କରିଛି ଦଳ l ନଗେନ୍ଦ୍ର ଙ୍କ ନାମ ଘୋଷଣା ପରେ ତାଙ୍କୁ ସମ୍ବଲପୁର ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଜୟ ଶଙ୍କର ମିଶ୍ର ତଥା ବହୁ କଂଗ୍ରେସ କର୍ମୀ ଶୁଭେଛା ଜଣାଇବା ସହିତ ଉତ୍ସାହିତ ଥିବା ଜଣାପଡିଛି I ସମ୍ବଲପୁର ଲୋକସଭା ଅନ୍ତର୍ଗତ ଆଠମଲ୍ଲିକ ବିଧାନସଭାରୁ ୩ ଥର ଏବଂ ଥରେ ସମ୍ବଲପୁର ସାଂସଦ ଭାବେ ବିଜୟୀ ହୋଇଥିବା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ନଗେନ୍ଦ୍ର ଙ୍କୁ କଂଗ୍ରେସ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବା ପରେ ଏହା ଉଭୟ ବିଜେଡି ଓ ବିଜେପି ର ହିସାବକୁ ବିଗାଡିବା ଥୟ ହୋଇଛି I ନଗେନ୍ଦ୍ର ପ୍ରଧାନ ପ୍ରଥମେ ୧୯୯୦ ରେ ଆଠମଲ୍ଲିକରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ I ବିଜେଡି ଗଠନ ହେବାପରେ ସେ ଏହି ଦଳରୁ ୨୦୦୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ I ୨୦୦୪ ରେ ତାଙ୍କୁ ପୁଣିଥରେ ବାଛିଥିଲେ ଆଠମଲ୍ଲିକବାସୀ I ୩ ଥର ବିଧାୟକ ରହିବା ସହ ଗୁରୁତ୍ବପୂର୍ଣ୍ଣ ଗଣଶିକ୍ଷା ବିଭାଗର ମନ୍ତ୍ରୀ ହୋଇଥିଲେ ନଗେନ୍ଦ୍ର I ୨୦୧୪ରେ ବିଜେଡି ତାଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା I ଏଥିରେ ନଗେନ୍ଦ୍ର ଜିତି ସମସ୍ତଙ୍କୁ ଚମକାଇ ଦେଇଥିଲେ I ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା I ନଗେନ୍ଦ୍ର ବିଜେଡି ଛାଡି କଂଗ୍ରେସ ରେ ସାମିଲ ହୋଇଥିଲେ I ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ସମ୍ବିଧାନ, ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା କୁ ରକ୍ଷା କରିବା ବୋଲି କଂଗ୍ରେସ ରେ ଯୋଗଦାନ ସମୟରେ ନଗେନ୍ଦ୍ର ପ୍ରକାଶ କରିଥିଲେ I ନଗେନ୍ଦ୍ର ପ୍ରଧାନ ଜଣେ ଦୃଢ ସଙ୍ଗଠକ ଏବଂ ତାଙ୍କର ରୋକଠୋକ୍ କଥା ପାଇଁ ବେଶ ଚର୍ଚ୍ଚିତ I ଚାଷୀ ପରିବାର ରୁ ଆସିଥିବା ନଗେନ୍ଦ୍ର ସବୁବେଳେ ଚାଷ ଏବଂ ଚାଷୀ ର ଉର୍ନତି ପାଇଁ ଲଢେଇ କରିଥାନ୍ତି I ରାଜ୍ୟ ତଥା କେନ୍ଦ୍ର ସରକାର ଚାଷୀ ଙ୍କୁ ସର୍ବ ନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ରେ ବିଫଳ ହେବା, ଚାଷୀ ଆତ୍ମହତ୍ୟା କୁ ସରକାର ସ୍ୱୀକାର ନ କରିବା ନେଇ ସାଂସଦ ଥିବା ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଙ୍କୁ ସିଧା ସଳଖ ତୀର ମାରି ଚର୍ଚ୍ଚା ରେ ରହିଥିଲେ I ରାଜ୍ୟରେ ଚାଲୁଥିବା ଅମଳାତନ୍ତ୍ରିକ ଶାସନ ବ୍ୟବସ୍ଥା କୁ ନେଇ " ନେତା ବଡ଼ ନା ଅଫିସର ବଡ଼ " ବୟାନ ଦେଇ ରାଜ୍ୟରେ ଚାଲୁଥିବା ହୁଗୁଳା ଶାସନ କୁ କଟୁ ସମାଲୋଚନା କରିଥିଲେ I
ସମ୍ବଲପୁର ଲୋକସଭା ସାଂସଦ ଥିବା ସମୟରେ ପଶ୍ଚିମ ଓଡିଶା ହାଇ କୋର୍ଟ ବେଞ୍ଚ ସମ୍ବଲପୁର ରେ ପ୍ରତିଷ୍ଠା ହେବା, ଓଡିଶାର ଦ୍ଵିତୀୟ ରାଜଧାନୀ ସମ୍ବଲପୁର ରେ ଓଡିଶା ବିଧାନସଭାର ଶୀତ କାଳୀନ ଅଧିବେଶନ କରିବା, ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟ ଭୁବନେଶ୍ୱର ରୁ ସମ୍ବଲପୁର କୁ ସ୍ଥାନାସ୍ତରିତ ହେବା, ମହାନଦୀ - ବ୍ରାହ୍ମଣୀ ନଦୀ ସଂଯୋଗୀକରଣ ପ୍ରକଳ୍ପ କରିବା, ଜାତୀୟ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ମାଟି ଖିଣ୍ଡା, ସନ୍ଥ କବି ଭୀମ ଭୋଇ ଙ୍କ ସୃତି ପୀଠ ରେଢ଼ାଖୋଲ ର କନ୍ଧରା, ଦେବଗଡ଼ ର ପ୍ରଧାନପାଟ ଜଳ ପ୍ରପାତ ଆଦି ର ବିକାଶ ପାଇଁ ଦୃଢ ଦାବି କରିଥିଲେ I ସମ୍ବଲପୁର ରେ ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ "ଆଇଆଇଏମ୍ " ପ୍ରତିଷ୍ଠା,ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ ଚଳାଚଳ, କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ର ଚିର ଅବହେଳିତ ଜମନାକିରା ବ୍ଲକ ର ସରଡ଼ା ଏବଂ ବର୍ଷ କୁ ୪ ମାସ ଜଳ ବନ୍ଦୀ ଜୀବନ ଅତିବାହିତ କରୁଥିବା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର କୁଦଗୁଣ୍ଡେରପୁର କୁ ସାଂସଦ ଆଦର୍ଶ ଗ୍ରାମ ରେ ସାମିଲ କରି ଉଭୟ ପଞ୍ଚାୟତ ର ସର୍ବାଙ୍ଗୀନ ବିକାଶ କରିବା ଆଦି ନଗେନ୍ଦ୍ର ଙ୍କ ପ୍ରଚେଷ୍ଟା ର ପ୍ରତିଫଳନ ଅଟେ I ତେବେ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡ଼ି ବିଜେପି ପ୍ରାର୍ଥୀ ନବାଗତ ଥିବା ବେଳେ କଂଗ୍ରେସ ଅଭିଜ୍ଞ ନଗେନ୍ଦ୍ର ଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ଉଭୟ ଦଳ ପାଇଁ ବଡ଼ ଆହ୍ୱାନ ପାଲଟିଛି I ଭାରତୀୟ ଜାତୀୟ କଂଗ୍ରେସ ସମ୍ବଲପୁର ଲୋକସଭା ରୁ ପ୍ରାର୍ଥୀ କରିଥିବାରୁ ଲୋକସଭା ନିର୍ବାଚନ ମଣ୍ଡଳୀବାସୀଙ୍କ ସହଯୋଗ କାମନା କରିବା ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ଜନ ନାୟକ ରାହୁଲ ଗାନ୍ଧୀ, ରାଜ୍ୟ ପ୍ରଭାରୀ ଅଜୟ କୁମାର, ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧକ୍ଷ ଭକ୍ତ ଚରଣ ଦାସ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ନଗେନ୍ଦ୍ର କୁମାର ପ୍ରଧାନ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026

You Might Also Like