-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||     

HOME   ଜିଲ୍ଲା

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ *ବିଜେପିର ସାମାଜିକ ନ୍ୟାୟ ଆନ୍ଦୋଳନ ବ୍ୟାପକ ହେବ - ଧର୍ମେନ୍ଦ୍ର ପ୍ରଧାନ*

29-Apr-2024



ସମ୍ବଲପୁର, (ସଂଜିବ ପାଣିଗ୍ରାହୀ )

• କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଲେ ବିଜେଡିର ସମ୍ବଲପୁର ଏସଟି-ଏସସି ସେଲ୍ ସଭାପତି  ମୋତିଲାଲ ତନ୍ତୀ ଏବଂ ବିଜେଡି ନେତ୍ରୀ ରୀନା ତନ୍ତୀ 

• ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ବିଜେପିରେ ସାମିଲ ହେବାରୁ ଧନ୍ୟବାଦ 

• ଓଡ଼ିଶା ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି

• ସମ୍ବଲପୁର, ସୁନ୍ଦରଗଡ଼, ଆଠମଲ୍ଲିକ, ବରଗଡ଼, ଦେବଗଡ଼, ରେଢାଖୋଲ, ନାକଟିଦେଉଳ, ରେଙ୍ଗାଳି ଆଦି ଅଞ୍ଚଳରେ ଯୁବକମାନଙ୍କ ମଧ୍ୟରେ ଥିବା ପ୍ରବୋଧଙ୍କ ଆକର୍ଷଣ ଦଳକୁ ଲାଭ ଦେବ 

• ଏହି ରାଜନୀତି ବ୍ୟକ୍ତିବିଶେଷଙ୍କ ଅନୁଭବ ବିଜେପିର ଜନଜାତି ସଂଗଠନକୁ ଅଧିକ ସୁଦୃଢ କରିବ

• ରେଙ୍ଗାଳି ସମେତ ସମ୍ବଲପୁରରେ ଗରିବ ଲୋକଙ୍କ ଅପେକ୍ଷା ଓ ଆକାଂକ୍ଷାକୁ ପୂରଣ କରାଯିବ

• ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଳି ବିଧାୟକ ନାଉରୀ ନାଏକ ପ୍ରମୁଖ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ 

 

ସମ୍ବଲପୁରରେ ରବିବାର ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ  ବିଜେଡିର ସମ୍ବଲପୁର ଜିଲ୍ଲା ଏସଟି-ଏସସି ସେଲ୍ ସଭାପତି ମୋତିଲାଲ ତନ୍ତୀ ଓ ତାଙ୍କ ଧର୍ମପତ୍ନୀ ତଥା ବିଜେଡି ନେତ୍ରୀ ରୀନା ତନ୍ତୀ ଦଳରେ ଯୋଗଦେଇଛନ୍ତି । 

ଏହି ଅବସରରେ କିଛି ଦିନ ପୂର୍ବରୁ ସୋନପୁର ବିଜୟ ସଂକଳ୍ପ ସଭାରେ ବିଜେପି ଯୋଗଦେଇଥିବା ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ଉପସ୍ଥିତ ଥିଲେ । ଶ୍ରୀ ପ୍ରଧାନ ତାଙ୍କୁ ଦଳରେ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଓଡ଼ିଶା ରାଜନୀତିରେ ଆଜି ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । କଂଗ୍ରେସ କିଛି ଦିନ ପୂର୍ବେ ପ୍ରବୋଧ ତିର୍କୀଙ୍କୁ ତଳସରାରୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ଓ ପରେ ସେ ଜାଗାରେ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କଲା । ତେବେ ଆନ୍ତର୍ଜାତିକ ସ୍ତରରେ ହକିକୁ ପ୍ରତିନିଧିତ୍ୱ କରୁଥିବା ତଥା ଓଡ଼ିଶାକୁ ଗୌରବ ଆଣିଥିବା ତୀର୍କି ନିଜର ସମ୍ମାନ ଓ ସ୍ୱାଭିମାନ ପାଇଁ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ପ୍ରତି ପ୍ରବୋଧ ତିର୍କୀ ଦେଖାଇଥିବା ଆସ୍ଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ସବ୍‌କା ସାଥ ସବକା ବିକାଶ’ ରାଜନୀତିର ବଡ଼ ପ୍ରତିଫଳନ ।  ସମ୍ବଲପୁର, ସୁନ୍ଦରଗଡ଼, ଆଠମଲ୍ଲିକ, ବରଗଡ଼, ଦେବଗଡ଼, ରେଢାଖୋଲ, ନାକଟିଦେଉଳ, ରେଙ୍ଗାଳି ଆଦି ଅଞ୍ଚଳରେ ଯୁବକମାନଙ୍କ ମଧ୍ୟରେ ଥିବା ପ୍ରବୋଧଙ୍କ ଆକର୍ଷଣ ଦଳକୁ ଲାଭ ଦେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । 

ସେହିପରି ଦଳରେ ସାମିଲ ହୋଇଥିବା ତନ୍ତୀ ଦମ୍ପତିଙ୍କୁ ସ୍ୱାଗତ କରି ଶ୍ରୀ ପ୍ରଧାନ କହିଛନ୍ତି, ମୋତିଲାଲ ତନ୍ତୀ ଜଣେ ସାମାଜିକ ନ୍ୟାୟ ଆନ୍ଦୋଳନର ଲଢୁଆ ସାଥୀ । ସେ ଛାତ୍ର ଅବସ୍ଥାରୁ ଦଳିତ, ଆସିବାସୀ, ଗରିବ, ଦୁଃଖୀ ବର୍ଗର ଲୋକଙ୍କ ପାଇଁ ସଂଘର୍ଷ କରି ଆସିଛନ୍ତି । ତାଙ୍କ ଧର୍ମପତ୍ନୀ ରୀନା ତନ୍ତୀ ଗତ ବିଧାନସଭାରେ ରେଙ୍ଗାଲି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିଲେ । ଉଭୟେ ଏବେ ବିଜେଡି ଛାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ସ୍ୱୀକାର କରି ବିଜେପିରେ ସାମିଲ ହୋଇଛନ୍ତି । ଆମ ଦଳ ଏହି ରାଜନୀତି ବ୍ୟକ୍ତିବିଶେଷଙ୍କ ଅନୁଭବକୁ ଉପଯୋଗ କରି ଜନଜାତି ସଂଗଠନକୁ ଅଧିକ ସୁଦୃଢ କରିବ । ସାମାଜିକ ନ୍ୟାୟ ଆନ୍ଦୋଳନକୁ ମଧ୍ୟ ବ୍ୟାପକ କରାଯିବ । ମୋଦୀ ଗ୍ୟାରେଣ୍ଟିରେ ରେଙ୍ଗାଳି ନିର୍ବାଚନମଣ୍ଡଳୀ ସମେତ ସମ୍ବଲପୁରରେ ଗରିବ ଲୋକଙ୍କ ଅପେକ୍ଷା ଓ ଆକାଂକ୍ଷାକୁ ପୂରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଳି ବିଧାୟକ ନାଉରୀ ନାଏକ, ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମ ଚନ୍ଦ୍ର ମେହେର, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା ଓ ଆଶିଷ ହୋତା, ଜିଲ୍ଲା ଉପସଭାପତି ଫଣୀ ଭୂଷଣ ମିଶ୍ର, ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026

You Might Also Like