-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||     

HOME   ଜିଲ୍ଲା

ତୁମୁଡିବନ୍ଧ ରେ ବିଜୁ ଜନତା ଦଳର ରଣହୁଙ୍କାର… ବିଜୁ ଜନତା ଦଳର ମିଶ୍ରଣ ପର୍ବ… ବିଜେପି ଓ କଂଗ୍ରେସ ଛାଡି ବିଜେଡି ରେ ସାମିଲ ହେଲେ ୧୦୦୦ ରୁ ଉର୍ଦ୍ଧ କର୍ମୀ

25-Feb-2024



ତୁମୁଡିବନ୍ଧ(ପ୍ରେରଣା ଖବର):  ସାଧାରଣ ନିର୍ବାଚନ ପୂର୍ବରୁ ତୁମୁଡିବନ୍ଧ ବ୍ଲକରେ ଶକ୍ତିଶାଳୀ ଓ ସୁଦୃଢ ହେଉଛି ବିଜୁ ଜନତା ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହେଇ ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ତଥା  ସାଂସଦଙ୍କ ପ୍ରତନିଧି ପ୍ରମୋଦ ସାହୁଙ୍କ ନେତୃତ୍ୱରେ ଦିନକୁ ବିଜେପି ଓ କଂଗ୍ରେସ ଛାଡି ବିଜେଡି ରେ ସାମିଲ ହେଉଛନ୍ତି ହଜାର ହଜାର କର୍ମୀ l ରବିବାର ଦିନ ତୁମୁଡିବନ୍ଧରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି l ଏହି ଅବସରରେ ବିଜେପି ଓ କଂଗ୍ରେସ ଦଳ ଛାଡି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହେବାକୁ ବିଜେଡି ରେ ସାମିଲ ହେଇଛନ୍ତି ୧୦୦୦ ରୁ ଉର୍ଦ୍ଧ କର୍ମୀ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସ ଯୋଗଦେଇଥିଲେ ସନମାନିତ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ବାଲିଗୁଡା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣା, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାଜୀବ ପାତ୍ର, ବାଲିଗୁଡା ନଗର ବିଧାୟକ ପ୍ରତନିଧି ଅବନୀ କାନ୍ତ ନାୟକ, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ, ବ୍ଲକ ସଭାନେତ୍ରୀ ରାଣୁବାଳା ମହାନ୍ତି, କନ୍ଧମାଳ ଜିଲ୍ଲା ମହିଳା ଜନତା ଦଳ ସମ୍ପାଦିକା ନଳିନୀ ପ୍ରଧାନ, ଯୁବ ସଭାପତି ରାମଚନ୍ଦ୍ର ଚାନ୍ଦ, ଛାତ୍ର ସଭାପତି ସୁଜିତ କୁମାର ସାହୁ, କନ୍ଧମାଳ ଜିଲ୍ଲା ଛାତ୍ର ଜନତା ଦଳ ଉପସଭାପତି ବାବୁଛେନ ମଣ୍ଡଳ, କନ୍ଧମାଳ ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ସାମୁଏଲ ନାୟକ, ବ୍ଲକ ଉପସଭାପତି ଅମୀୟ ପରାସେଟ ଓ ତୁମୁଡିବନ୍ଧ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ର ପଞ୍ଚାୟତ ସଭାପତି ନିର୍ବାଚିତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l ତୁମୁଡିବନ୍ଧ ଗ୍ରାମ ପଞ୍ଚାୟତର ଜଣେ ବରିଷ୍ଠ ନେତା ଶ୍ୟାମ ପରିଡା, ଯୁବ ନେତା ସୁଶାନ୍ତ ପ୍ରଧାନ ଓ କନ୍ଧମାଳ ଜିଲ୍ଲା ମହିଳା ଜନତା ଦଳର ସାଧାରଣ ସମ୍ପାଦକ  ନଳିନୀ ପ୍ରଧାନଙ୍କ ନେତୃତ୍ୱ ରେ ବେନାରାବାହାଲ, ନୂଆମୁଣ୍ଡା, ଲାବଣ୍ୟନଗର, ଶ୍ରଦ୍ଧାପୂର ରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ କର୍ମୀ ବିଜେପି ଛାଡି ବିଧିବଦ୍ଧ ଭାବେ ବିଜେଡି ରେ ସାମିଲ ହେଇଛନ୍ତି l ସେପରି ଭାବେ ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳ ବ୍ଲକ ଯୁଗ୍ମ ସମ୍ପାଦକ ପିତାମ୍ବର ସାହୁ ଓ ଝୁନା ପରିଡା ଙ୍କ ନେତୃତ୍ୱ ରେ ବାହାଲପଦା, ଉଦୁଲିପଡା, ଆମ୍ବେଦକର ଛକ, ସୁରୁପଦର, ମହୁଲଭୁରି ଗ୍ରାମରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ କର୍ମୀ କଂଗ୍ରେସ ଓ ବିଜେପି ଛାଡି ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି l ତୁମୁଡିବନ୍ଧ ବ୍ଲକ ଯୁବ ସଭାପତି ରାମଚନ୍ଦ୍ର ଚାନ୍ଦ, ଫିଲୁ ସାହୁଙ୍କ ନେତୃତ୍ୱ ରେ ବଜାର ସାହି, ବଡ଼ସାହି, ମଞ୍ଜିଆପଦା, ଖାରି ସାହି, ବଡ଼ସାହି, ମଞ୍ଜିଆପଦା ଗ୍ରାମରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ ମହିଳା ଓ ଯୁବକ କର୍ମୀ ମାନେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହେଇଛନ୍ତି l ବ୍ଲକ ଛାତ୍ର ଉପସଭାପତି   ବିକାଶ ନାୟକ(ଡୁବା)  ନେତୃତ୍ୱରେ ବୁଡ଼ାପଡା ଗ୍ରାମର ୧୦୦ କର୍ମୀ କଂଗ୍ରେସ ଛାଡି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି l ସେପରି ଭାବେ ଯୁବ ନେତା ମଳୟ ନାୟକ ଓ ଲାଲା ନାୟକଙ୍କ ନେତୃତ୍ୱ ରେ ତୁମୁଡିବନ୍ଧ ଗ୍ରାମ ପଞ୍ଚାୟତ ଶଗଡିଆସାହି ଗ୍ରାମର ପ୍ରାୟ ୩୦ ଯୁବକ ଓ ୨୦ ଜଣ ମହିଳା କର୍ମୀ କଂଗ୍ରେସ ଓ ବିଜେପି ଛାଡି ବିଜେଡି ରେ ସାମିଲ ହେଇଛନ୍ତି l ଯୁବ ନେତା ନନ୍ଦ ନାୟକଙ୍କ ନେତୃତ୍ୱ ରେ ତୁମୁଡିବନ୍ଧ ଗ୍ରାମ ପଞ୍ଚାୟତର ଲୋହରାସାହି ଗ୍ରାମର ପ୍ରାୟ ୫୦ ଜଣ ଯୁବକ କଂଗ୍ରେସ ଛାଡି ବିଜେଡି ରେ ସାମିଲ ହେଇଛନ୍ତି l ତୁମୁଡିବନ୍ଧ ଗ୍ରାମ ପଞ୍ଚାୟତ ସଭାପତି ଜିସାୟ ମଣ୍ଡଳ ଓ କନ୍ଧମାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ଯୁଗ୍ମ ସମ୍ପାଦକ ବେଲାରସେନ ପରାସେଟଙ୍କ ନେତୃତ୍ୱ ରେ ମାଲିପଡ଼ା, ପାଞ୍ଜିଙ୍ଗମାସ୍କା,ପଲମ, ବଲମ, ନିଲିଙ୍ଗପଦର ଭଳିଆପାଣି, ଗୁରୁପଡା, କାଳିସାପଦାର ଗ୍ରାମର ପ୍ରାୟ ୩୦୦ ରୁ ଉର୍ଦ୍ଧ କର୍ମକର୍ତା କଂଗ୍ରେସ ଓ ବିଜେପି ଛାଡି ବିଧିବଦ୍ଧ ଭାବେ ବିଜେଡି ରେ ସାମିଲ ହେଇଛନ୍ତି l ବାଲିଗୁଡା ପ୍ରଭାରୀ ଅଜୟ ମହାରଣା ଓ ବାଲିଗୁଡା ସଂଯୋଜକ ଟୁନା ଦାସ ଦଳୀୟ ଉତ୍ତରୀୟ ପରିଧାନ କରେଇ ନୂତନ ଭାବେ ଦଳରେ ସାମିଲ ହେଇଥିବା କର୍ମୀଙ୍କୁ ସ୍ୱାଗତ କରିଥିଲେ l ଆଜିର ଜନସମୁଦ୍ର ବିରୋଧୀ କଂଗ୍ରେସ ଓ ବିଜେପି ପାଇଁ ଏକ ଝଟକା କହିଲେ ଅତ୍ୟୁକ୍ତି ହେବନି l ଆଜିର କାର୍ଯ୍ୟକ୍ରମ ପରେ ତୁମୁଡିବନ୍ଧରେ ବିରୋଧୀ ଶୂନ୍ୟ ହେବା ସମୟ ସନ୍ନିକାଟ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026
  ଜିଲ୍ଲା  
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   29-Oct-2026
  ଜିଲ୍ଲା  
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ   29-Oct-2026
  ଜିଲ୍ଲା  
ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   29-Oct-2026

You Might Also Like