-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
21-Feb-2024
ସିନ୍ଧେକେଲା,- ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗ୍ରାମ ରେ ଥିବା ପ୍ରସନ୍ନ ପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟ ଠାରେ ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିର ଦୀର୍ଘ ୮ ଦିନ ଧରି ଚାଲି ରହିଥିଲା । ଏଥିରେ ବିଦ୍ୟାଳୟ ର ଛାତ୍ରୀ ମାନେ ଅତି ସୁନ୍ଦର ଭାବରେ ଆତ୍ମରକ୍ଷା ତାଲିମ କୌଶଳ ପ୍ରଦର୍ଶନ କରିଥିଲେ । ମାଷ୍ଟର ଟ୍ରେନର ଭାବରେ ନିଲିମା ବାରିକ ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ଅମୀୟ ରଞ୍ଜନ ଦାସ ଆତ୍ମରକ୍ଷା ତାଲିମ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ରାଜନୀତି ଅଧ୍ୟାପକ ସୁରେନ୍ଦ୍ର ପ୍ରଧାନୀ,ସଂସ୍କୃତ ଅଧ୍ୟାପକ ରାଜକିଶୋର ମିଶ୍ର,ଓଡିଆ ଅଧ୍ୟାପକ ଗରୁଡଧ୍ୱଜ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଏହି ଆତ୍ମରକ୍ଷା ତାଲିମ ବିଷୟ ରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ । ଶେଷରେ ଆତ୍ମରକ୍ଷା ତାଲିିମ ଶିବିର ର ପ୍ରୋଗ୍ରାମ କୋର୍ଡିନେଟର ତଥା ଖେଳ ଶିକ୍ଷକ ବଳଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।