-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||     

HOME   ରାଜ୍ୟ

୪.୨ଲକ୍ଷ ଯକ୍ଷ୍ମା ଆକ୍ରାନ୍ତ ଙ୍କ ମୃତ୍ୟୁ, ଦେଶରେ ୨୮ ଲକ୍ଷ ଭୁତାଣୁ ରେ ଆକ୍ରାନ୍ତ

20-Dec-2020



ନୂଆଦିଲ୍ଲୀ,(ପ୍ରେରଣା ଖବର ବ୍ୟୁରୋ) : ଯକ୍ଷ୍ମା ରୋଗ ଏକ ଗୁରୁତର ରୋଗ ।  ଦେଶରେ ପାଖାପାଖି ୨୮ ଲକ୍ଷ ଲୋକ ଟିବି ବା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୪.୨ ଲକ୍ଷ ରୋଗୀଙ୍କର ଏଥିରେ ମୃତ୍ୟୁ ହୋଇଛି । ଯଦି ଆଦିବାସୀଙ୍କୁ ନଜରକୁ ନେବା ତେବେ ଏମାନଙ୍କ ମଧ୍ୟରେ ଅଣ- ଆଦିବାସୀଙ୍କ ଅପେକ୍ଷା ଯକ୍ଷ୍ମା ରୋଗୀ ତିନି ଗୁଣା ଅଧିକ ।ଏହି ସଂଖ୍ୟା ଯଥେଷ୍ଟ ଅଧିକ ହୋଇଥିବାରୁ ସରକାର ଏହି ରୋଗରେ ବିପଦରେ ଥିବା ଆଦିବାସୀଙ୍କୁ ଏଥିରୁ ମୁକ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି।  ଏଥିପାଇଁ ଜନଜାତି ମନ୍ତ୍ରଣାଳୟ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟରେ ଏକ ଚୁକ୍ତି ନାମା ସ୍ୱାକ୍ଷରିତ ହୋଇଛି । ଏଥିସହ ଆଦିବାସୀଙ୍କ ଠାରୁ ଟିବି ରୋଗକୁ ସଂପୂର୍ଣ୍ଣ ଶେଷ କରିବା ପାଇଁ ଯୋଜନା କରାଯାଉଛି । ଏଥିରେ ରୋଗୀକୁ ପୁଷ୍ଟିକର ଖାଦ୍ୟ ପାଇଁ ମାସକୁ ୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବା ସହ  ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିବ ।  ୧୭୭ ଉଚ୍ଚ ପ୍ରାଧାନ୍ୟ ଜିଲ୍ଲା ଗୁଡିକୁ ବିଶେଷ ଧ୍ୟାନ ଦିଆଯିବ । ଏହି ଜିଲ୍ଲା ଗୁଡ଼ିକରେ ଆଦିବାସୀଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ । 

ଆଦିବାସୀ ମାନଙ୍କୁ ଯକ୍ଷ୍ମା ରୋଗରୁ ମୁକ୍ତ କରିବାର କାର୍ଯ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ ଅଧୀନରେ କରାଯିବ । ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ, ଅଧିକାଂଶ ମନ୍ତ୍ରଣାଳୟ ଆଦିବାସୀଙ୍କ କଲ୍ୟାଣ ପାଇଁ ବଜେଟର କିଛି ଅଂଶ ରହିଛି । ବର୍ତ୍ତମାନ ଆମେ ମନ୍ତ୍ରଣାଳୟ ସହିତ ଆଦିବାସୀଙ୍କ ସ୍ୱାର୍ଥରେ ଏହି ଅଂଶକୁ ଠିକ୍ ଭବେ ବ୍ୟବହାର କରିବା ପାଇଁ କାର୍ଯ୍ୟ କରୁଛୁ ।  ଏଥିପାଇଁ କେତେକ ମନ୍ତ୍ରଣାଳୟ ସହିତ ଚୁକ୍ତି ମଧ୍ୟ ହୋଇଛି । 

ଜାତୀୟ ଯକ୍ଷ୍ମା ବିଲୋପ ଯୋଜନା ଅଧୀନରେ ଏକ ଆଦିବାସୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି, ଏଥିରେ ଆଦିବାସୀ ଅଞ୍ଚଳରେ ସ୍ବାସ୍ଥ୍ୟ ସୁବିଧା ଜିଲ୍ଲା ସ୍ତରକୁ ବୃଦ୍ଧି କରାଯିବ । ତହସିଲ ସ୍ତରରେ ବହୁ ସଂଖ୍ୟକ ମାଇକ୍ରୋ ସ୍କୋପି କେନ୍ଦ୍ର ଏବଂ ଟିବି ୟୁନିଟ ସ୍ଥାପନ କରାଯିବ । ଏହା ସହ ଆଦିବାସୀ ଅଞ୍ଚଳରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଅତିରିକ୍ତ ଭତ୍ତା ଦିଆଯିବ।  ଯକ୍ଷ୍ମା ରୋଗୀଙ୍କୁ ଆର୍ଥିକ ସହାୟତା ଦିଆଯିବ ଯେଉଁଥିରେ ତାଙ୍କୁ ପୁଷ୍ଟିକର ଖାଦ୍ୟ ପାଇଁ ମାସକୁ ୫୦୦ ଟଙ୍କା ଏବଂ ପରିବହନ ପାଇଁ ଥରେ ୭୫୦ ଟଙ୍କା ଦିଆଯିବ । 

ଏହି ଯୋଜନା ଅନୁସାରେ କେନ୍ଦ୍ରୀୟ ଟିବି ଡିଭିଜନ ଆଦିବାସୀ ମନ୍ତ୍ରଣାଳୟକୁ ବୈଷୟିକ ସହାୟତା ପ୍ରଦାନ କରିବ । ସେହିପରି ରାଜ୍ୟ ଟିବି ସେଲ ଏହାର ରାଜ୍ୟ ସହଭୋଗୀ ମାନଙ୍କୁ ଜିଲ୍ଲା ସ୍ତରରେ ଏକ ସ୍ଵତନ୍ତ୍ର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ । ଆଦିବାସୀ ମନ୍ତ୍ରଣାଳୟକୁ ଆଦିବାସୀ ପ୍ରାଧାନ୍ୟ ପ୍ରାପ୍ତ ଜିଲ୍ଲାମାନଙ୍କରେ ଜନସ୍ବାସ୍ଥ୍ୟ ସୁବିଧା ନିକଟରେ ଟିବି ସ୍କ୍ରିନିଂ ଓ ଚିକିତ୍ସା କେନ୍ଦ୍ର ସ୍ଥାପନ କରିବାରେ ସହାୟତା କରିବ । ଏହା ବ୍ୟତୀତ ଯକ୍ଷ୍ମା ସଚେତନତା,ସୁବିଧା ଓ ଚିକିତ୍ସା ପାଇଁ ମଧ୍ୟ ତାଲିମ ଦିଆଯିବ । ୧୭୭ ଆଦିବାସୀ ପ୍ରାଧାନ୍ୟ ଜିଲ୍ଲାରେ ଯକ୍ଷ୍ମା ସହିତ ମୁକାବିଲା କରିବା ପାଇଁ ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତ କରିବେ । ଜନସାଧାରଣଙ୍କ ପ୍ରତିନିଧି,ସମ୍ପ୍ରଦାୟର ନେତା,ସ୍ୱେଚ୍ଛା ସେବୀ ଗୋଷ୍ଠୀ ଓ ଆଦିବାସୀ ନେତାମାନେ ଯକ୍ଷ୍ମା ଶୀଘ୍ର ଚିହ୍ନଟ ପାଇଁ ରାଜ୍ୟ ତଥା ଜିଲ୍ଲା ସ୍ତରରେ କାର୍ଯ୍ୟକଳାପରେ ଅନ୍ତର୍ଭୁକ୍ତ ହେବେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026

You Might Also Like