-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

ଲକ୍ଷ୍ମୀବସରେ ନିଯୁକ୍ତି କେଳେଙ୍କାରୀ ଘଟଣାର ଟିଟିଲାଗଡ ଲିଙ୍କ କଣ ? ବଲାଙ୍ଗୀର ବଦଳରେ ଟିଟିଲାଗଡ ଥାନାରେ ଏତଲା

05-Feb-2024



ବଲାଙ୍ଗୀର (ପ୍ରେରଣା ଖବର ): ଲକ୍ଷ୍ମୀବସରେ ନିଯୁକ୍ତି କରଇବାକୁ କହି ଠକଗୋଷ୍ଠି ଅର୍ଥ ଆଦାୟ କରୁଥିଲେ । ପରିବହନ ବିଭାଗର ଏଟିଏମଙ୍କ ଅଭିଯୋଗକ୍ରମେ ଟିଟିଲାଗଡ ପୋଲିସ ଦୁଇଜଣ ଦଲାଲକୁ ଧରି କୋର୍ଟଚାଲାଣ କରିଛି । କିନ୍ତୁ ପରିବହନ ବିଭାଗ ବଲାଙ୍ଗୀର ଥାନାରେ ଏତଲା ନଦେଇ ଟିଟିଲାଗଡ ଥାନାରେ ଏତଲା ଦେବାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଉଛି । ପରିବହନ ବିଭାଗ ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ଉଠୁଛି । ଏପରିକି ଉପରମହଲର ନିର୍ଦ୍ଦେଶରେ ବଲାଙ୍ଗୀର ଥାନା ବଦଳରେ ଟିଟିଲାଗଡ ଥାନାରେ ଏତଲା କରାଯାଇଥିବା ଖୋଦ ଏଟିଏମ ଅମିତ ମିଶ୍ର କହୁଛନ୍ତି । ତେଣୁ ଘଟଣା ଆହୁରି ସନ୍ଦେହ ଘେରକୁ ଆସୁଛି ଓ ଏହାର ଏକ ଉଚ୍ଚସ୍ତରୀୟତଦନ୍ତ ଦାବି ହେଉଛି । 
          ସାରାରାଜ୍ୟରେ ଲକ୍ଷ୍ମୀବସଯୋଜନାରେ ବସଚଳାଇ ସରକାର ଲୋକଙ୍କ ପ୍ରିୟଭାଜନ ହେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହି ଲକ୍ଷ୍ମୀବସରେ କଣ୍ଡକ୍ଟର,ସୁପରଭାଇଜର ଓ ଡ୍ରାଇଭର ନିଯୁକ୍ତି କରିବାକୁ ଏକ ର‌୍ୟାକେଟ କାମକରୁଛି । ଗତ ୪ଦିନ ତଳେ ବଲାଙ୍ଗୀର ସହରର ଜଗର୍ସପାର୍କ ଠାରେ ନିଯୁକ୍ତିଡିଲ କରି ଅର୍ଥ ଆଦାୟ କରୁଥିବା ବେଳେ ରାୟଗଡା ଗୁଣପୁରର ସରୋଜ ଲିମା ନାମକ ଜଣେ ଦଲାଲକୁ ସ୍ଥାନୀୟ ଲୋକେ ଧରି ପୋଲିସକୁ ଜିମା ଦେଇଥିଲେ । ସେହି ଦଲାଲଠାରୁ ଜବତ ହୋଇଥିବା ୨ଟି ଖାତାରେ ବିଭିନ୍ନ ଅଞ୍ଚଳର ଆଶାୟୀ ଯୁବକଙ୍କ ତାଲିକା ତଥା ତାଙ୍କ ପାଖରୁ ଆଦାୟ ହୋଇଥିବା ଅର୍ଥର ବିବରଣୀ ରହିଥିଲା । କିନ୍ତୁ ବଲାଙ୍ଗୀର ପୋଲିସ କେହି ଅଭିଯୋଗକାରୀ ନଥିବା କହି ସରୋଜ ଲିମାକୁ ସେହିଦିନ ଛାଡିଦେଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥାହେଲା ଏହି ଘଟଣାରେ ରାଜ୍ୟପରିବହନ ବିଭାଗର ଏଟିଏମ ଅମିତ ମିଶ୍ର ନିଯୁକ୍ତି ନାଁରେ ଅର୍ଥ ଆଦାୟ କରୁଥିବା ଦଲାଲଙ୍କୁ ଧରିବାକୁ ଟିଟିଲାଗଡ ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ନେଇ ପରିବହନ ବିଭାଗ ସନ୍ଦେହ ଘେରକୁ ଆସିଛି । ବଲାଙ୍ଗୀର ଥାନା ଅଞ୍ଚଳରେ ଧରାପଡିଥିବା ଦଲାଲକୁ ଟିଟିଲାଗଡ ପୋଲିସ ପରେ ରାୟଗଡା ଗୁଣପୁରରୁ ଗିରଫ କରିଛି । ପରିବହନ ବିଭାଗ କେଉଁ କାରଣରୁ ଟିଟିଲାଗଡ ଥାନାରେ ଏତଲା କଲେ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଉଛି ଓ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଜନସାଧାରଣରେ ଦାବି ହେଉଛି । ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ହେଉଛନ୍ତି ରାଜ୍ୟ ସରକାରଙ୍କ ପରିବହନ ବିଭାଗର ମନ୍ତ୍ରୀ । ଟିଟିଲାଗଡର ସଂଜୀବ ନାମକ ଜଣେ ବ୍ୟକ୍ତି ଏହି ନିଯୁକ୍ତି ଡିଲରେ ଅର୍ଥ ଆଦାୟ କରୁଥିବା ଚର୍ଚ୍ଚାକୁ ଆସିଥିଲା । ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମରେ ଏହି ଅଭିଯୋଗର ଅଡିଓ ଭାଇରାଲ ହୋଇଥିଲା । ସେହି ସଂଜୀବ କିଏ ଓ କାହାର ଲୋକ ତାହାର ତଦନ୍ତ କରାଯାଉନାହିଁ । ସ୍ଥାନୀୟ ନେତାଙ୍କ ଏଥିରେ ସମ୍ପୃକ୍ତି ନାହିଁ ତ? ଏଭଳି ପ୍ରଶ୍ନକୁ ନେଇ ଯୋରଦାର ଚର୍ଚ୍ଚା ହେଉଛି । ଯାହାକି ଜନସାଧାରଣରେ ଆହୁରି ସନ୍ଦେହ ଘନିଭୁତ ହେଉଛି ।  ଗିରଫ ଅଭିଯୁକ୍ତ ସରୋଜ ହିଁ ଆଶାୟୀ ଯୁବକମାନଙ୍କୁ ସଂଜୀବ ନାମରେ ଫୋନ କରୁଥିବା ଟିଟିଲାଗଡ ଥାନା ଅଧିକାରୀ ଅବନୀ ସାହୁ କହିଛନ୍ତି । କିନ୍ତୁ ଏହାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ସରୋଜର କଲରେକର୍ଡ ଯାଞ୍ଚ କରିବା ସହିତ ଆଶାୟୀଙ୍କ ଫୋନକୁ ଆସିଥିବା କଲଗୁଡିକୁ ଯାଞ୍ଚ କଲେ ଅନେକ ରହସ୍ୟ ଫିଟିବ ବୋଲି ଦାବି ହେଉଛି । ବଲାଙ୍ଗୀର ଜିଲ୍ଲାରେ ନିଯୁକ୍ତି କେଳେଙ୍କାରୀ ନୂଆ ନୁହେଁ । ପୂର୍ବରୁ ନକଲି ସାଟିଫିକେଟ ଦେଇ ଚାକିରି କରିବା ଓ ପରେ ଧରାପଡି ଜେଲ ଯିବା ଭଳି ଅନେକ ଘଟଣା ଘଟିସାରିଛି । ସେହିପରି ଜାଲ ସାର୍ଟିଫିକେଟ କାରବାରରେ ଏବେ ଅନେକଲୋକ ଜେଲରେ ରହିଛନ୍ତି । କେବଳ ଏତକି ନୁହେଁ ବିଦ୍ୟୁତ ବିଭାଗର ଗ୍ରୀଡରେ,ବଲାଙ୍ଗୀର ବୋଟଲିଂପ୍ଲାଣ୍ଟରେ ନିଯୁକ୍ତି କରାଇବାକୁ ମଧ୍ୟ ଗତ ଦୁଇବର୍ଷ ତଳେ ଆଶାୟୀ ଯୁବକମାନଙ୍କଠାରୁ ଅର୍ଥ ଆଦାୟ ହେଉଥିଲା । ସେହି ଘଟଣାରେ ମଧ୍ୟ ଜଣେ ଦଲାଲ ଗିରଫ ହୋଇ ଜେଲ ଯାଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like