-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||     

HOME   ଜିଲ୍ଲା

ଟିକ୍ରାପଡା(ପ୍ରହରି ଛକ)ର ୫୦ ବର୍ଷ ଅହୋରାତ୍ର ନାମଯଂଜ୍ଞ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞର ପ୍ରସ୍ତୁତି ବୈଠକ

16-Oct-2023



ବଲାଙ୍ଗିର (ପ୍ରେରଣା ଖବର ): ଟିକ୍ରାପଡା ଅହୋରାତ୍ର ନାମଯଂଜ୍ଞ ଚଳିତ ବର୍ଷ ୫୦ ବର୍ଷ ପୂର୍ତ୍ତି ରେ ସୁବର୍ଣ୍ଣ ଜୟନ୍ତି ସମାରୋହ ନଭେମ୍ବର ୧୯ ରୁ  ନଭେମ୍ବର ୨୭ ତାରିଖ ଏବଂ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ  ନଭେମ୍ବର ୨୨ ରୁ ନଭେମ୍ବର ୨୭ ତାରିଖ ପର୍ଯ୍ଯନ୍ତ ଆୟୋଜନ କରାଯିବାକୁ  ଟିକ୍ରାପଡା ର ପୁରାତନ ଧାର୍ମିକ ଅନୁଷ୍ଠାନ ଶ୍ରୀକ୍ରିଷ୍ଣା ଚୈତନ୍ୟ ସେବା ସଂସ୍ଥାନ (କୀର୍ତ୍ତନ୍ୟ ମଣ୍ଡଳୀ) ଦ୍ୱାରା ଆହୁତ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପତିତପାବନ ବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ବଲାଙ୍ଗିର ସହରର ଧାର୍ମିକ ଅନୁଷ୍ଠାନ, ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ, ବିଭିନ୍ନ ବ୍ୟକ୍ତିବିଶେଷ ତଥା ସମସ୍ତ ପଡାବାସୀ ଏବଂ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ର ସମସ୍ତ ସଭ୍ୟସଭ୍ୟା ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ ନିମନ୍ତେ ମତାମତ ପ୍ରଦାନ କରିଥିଲେ l ଆୟୋଜକ କମିଟିର  ସଭ୍ୟ ପ୍ରଦୀପ ସାହୁ ସ୍ୱାଗତ ଭାଷଣ ଦେବା ସହ ସଭା ସଂଯୋଜନା କରିଥିଲେ l ଶ୍ରୀ କ୍ରିଷ୍ଣା ଚୈତନ୍ୟ ସେବା ସଂସ୍ଥାନର ସଭାପତି  ପ୍ରକାଶ ନେପାକ  ବିବରଣୀ ପ୍ରଦାନ କରିବା ସହ ଆଗାମୀ ସୁବର୍ଣ୍ଣ ଜୟନ୍ତି ରେ ନାମଯଜ୍ଞ ସହ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ, ୭ ଦିନ ଧରି ବିଭିନ୍ନ ଆଧ୍ୟାତ୍ମିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ମରଣିକା ପ୍ରକାଶନ କରାଯିବା ସହ ବିଦ୍ୟାଳୟସ୍ତରୀୟ ଆଧ୍ୟାତ୍ମିକ ସଂଗୀତ, ସୌଖିନ ପୋଷାକ, ବେଦ ଉଚ୍ଚାରଣ, ଚିତ୍ରକଳା, ରଙ୍ଗୋଲି,ବକ୍ତୃତା ପ୍ରତିଯୋଗିତା ମାନ ଆୟୋଜନ କରାଯିବା ର ସୂଚନା ଦେବା ସହ  ସହରର ସମସ୍ତ ଅନୁଷ୍ଠାନ ଓ  ବ୍ୟକ୍ତି ବିଶେଷ ଏହି ଉତ୍ସବ କୁ ମହାସମାରୋହରେ ଆୟୋଜନ କରାଯିବାକୁ ମତା ମତ ଦେବାକୁ ଅନୁରୋଧ କରିଥିଲେ l ସମ୍ପାଦକ ଅଙ୍କୁଶ ହୋତା ଆଗାମୀ ସୁବର୍ଣ୍ଣ ଜୟନ୍ତି ଆୟୋଜନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ପ୍ରତିଷ୍ଠାତା ସଭ୍ୟ ଭଗବାନ ବଗର୍ତି  ଏହି ନାମଯଂଜ୍ଞ ର ଅନବରତ ଭାବେ ଆୟୋଜନ କରାଯାଇ ୫୦ ବର୍ଷରେ ପର୍ଦାର୍ପଣ କରିଥିବାରୁ  ଓଡିଶା ରେ ଏକ ଗୌରବ ମୟ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି ବୋଲି ପ୍ରକାଶ କରିଥିଲେ l ବିଶିଷ୍ଟ ସମାଜ ସେବି ତଥା ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାର ସମସ୍ତ ଅନୁଷ୍ଠାନ ନାମଯଜ୍ଞ ଓ ବିଷ୍ଣୁ ମହାଯଜ୍ଞ ସହଯୋଗ କରିବା ପାଇଁ ନିବେଦନ କରିଥିଲେ l ବରିଷ୍ଠ ସଭ୍ୟ ଅଶୋକ ଚାନ୍ଦ ସ୍ମରଣିକା ପ୍ରକାଶନ ଉପରେ ଆଲୋକପାତ କରିଥିଲେ l 
ବିଭିନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନ ପ୍ରଜାପିତା ବ୍ରାହ୍ମକୁମାରୀ, ସତସଙ୍ଗ ବିହାର, ଭାଗବତ ଭବନ ଏବଂ ଅନ୍ୟ ଅନୁଷ୍ଠାନ ର କର୍ମକର୍ତ୍ତା ମତାମତ ପ୍ରଦାନ କରିଥିଲେ l ବିଶିଷ୍ଟ ସଂଗଠକ ତଥା ସମାଜସେବୀ ଶ୍ରୀକର ମିଶ୍ର ଏକ୍ସନ କମିଟି ର ଗୋପାଳଜୀ ପାଣିଗ୍ରାହୀ, ଭୀମପାହାଡ଼ କମିଟି ରୁ ଲକ୍ଷ୍ମଣ ମେହେର, ସଂକୀର୍ତନ୍ୟ ପ୍ରେମୀ ଗୁଲାବ ବାଗ, ପଙ୍କଜିନୀ ପଣ୍ଡା, ଯୁଧିଷ୍ଠିର ମିଶ୍ର, ପ୍ରଭାଜର ମିଶ୍ର, ଜୟରାମ ମିଶ୍ର, ଗୋପାଳ ହୋତା ପ୍ରମୁଖ ମତାମତ ପ୍ରଦାନ କରିବାସହ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ l କମିଟି ର ସଦସ୍ୟ ସନ୍ତକ ବହିଦାର ଓ ଶିବନାରାୟଣ ରଥ କାର୍ଯ୍ୟକ୍ରମ ଆୟୋଜନ ଉପରେ ସମ୍ୟକ ସୂଚନା ଦେଇଥିଲେ l ମହିଳା କମିଟି ସଦସ୍ୟା କାଉନସିଲର ଇସ୍ମତ ଆରା ଖାନ ଧନ୍ୟବାଦ ଅର୍ପଣ କରିବା ସହ ମହିଳା ମାନଙ୍କର ସହଯୋଗ କାମନା କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026

You Might Also Like