-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

ଗଞ୍ଜାଇ ଚୋରାଚାଲାଣରେ ହୋମଗାର୍ଡ,ବଦନାମରେ ସୋନପୁର ପୋଲିସ, ବଡବଡିଆଙ୍କ ସଂମ୍ପୃକ୍ତି ନେଇ ସନ୍ଦେହ

15-Oct-2023



ବଲାଙ୍ଗୀର(ପ୍ରେରଣା ଖବର)-ରାଜ୍ୟରେ ଗଞ୍ଜାଇ ମାଫିଆଙ୍କ ଉତ୍ପାତ ପଛରେ ପୋଲିସ ବିଭାଗର ପ୍ରଚ୍ଛନ୍ନ ହାତ ରହୁଥିବା ଶେଷରେ ସ୍ପଷ୍ଟ ହେବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାର ପୁଇଁତଳା ପୋଲିସ ଦ୍ୱାରା ସୋନପୁର ଜିଲ୍ଲା ତରଭା ଥାନାର ହୋମଗାର୍ଡ ବିଜୟ ସାହୁ ଗଞ୍ଜାଇ ଚୋରାଚାଲାଣ ମାମଲାରେ ଧରାପଡି ଜେଲ ଯିବାପରେ ସୋନପୁର ପୋଲିସ ବିଭାଗ ଉପରେ ସନ୍ଦେହ ବଢିଛି । ଏପରିକି ବଲାଙ୍ଗୀର ପୋଲିସର ତଦନ୍ତ ବେଳେ ବିଜୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଏକ ବିଶେଷସୂତ୍ରରୁ ସୂଚନା ମିଳିଛି । ବିଜୟ ସାହୁର ମୋବାଇଲ ଟ୍ରାକକରି ପୋଲିସ ଅନେକ ତଥ୍ୟ ଜାଣିପାରିଛି । ସେହିପରି ସୋନପୁର ଏସପିଙ୍କ ଖାସ ଲୋକ ବୋଲଉଥିବା ହୋମଗାର୍ଡ ରାଜକୁମାର ପଧାନଙ୍କୁ ନେଇ ଏବେ ସୋନପୁର ପୋଲିସର ଟେନସନ ବଢିଯାଇଛି । ଗତ ରାଜକୁମାର ସୋନପୁର ପୋଲିସର ଜଣେ ବ୍ଲୁଆଏଡ ବୟ । ତାଙ୍କୁ ନଧରିଲେ ସୋନପୁର ଏସପିଙ୍କ ପାଖରେ କିଛି କାମ ହୁଏନି । ସେ ମଧ୍ୟ ଗଞ୍ଜାଇ ଚାଲାଣର କାର୍ପଟଦାର । ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେଲାପରେ ତାଙ୍କୁ ନିଳମ୍ବନ କରାଯାଇଛି । କେବଳ ସେତିକି ନୁହେଁ ଦିନକୁ ଦିନ ତାଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ରାଜକୁମାର ୨୦୧୬ରେ ରାମପୁର ଥାନା ଅଞ୍ଚଳର ଏକ ମୋବାଇଲ ଚୋରୀମାମଲାରେ ଅଭିଯୁକ୍ତ ରହିଥିଲେ । ତଥାପି ସୋନପୁର ଏସପି ତାଙ୍କୁ ତାଙ୍ଗ ନିଜ ଘରେ ବ୍ୟକ୍ତିଗତ କାମରେ ରଖିଥିଲେ । ଠିକ ସେହିପରି ଗତ ଜୁଲାଇ ମାସରେ ଏକ ସ୍କୁଟିରେ ଗଞ୍ଜାଇ ଜବତ ମାମଲାରେ ସେଥିଲା ଷଡଯନ୍ତ୍ରକାରୀ । ଘଟଣାଟି ଜଣାପଡିଲା ଉଲୁଣ୍ଡାଥାନାର ଜଣେ ମହିଳା ଏଏସଆଇଙ୍କ ଛୁଟିକୁ ନୀୟମିତ କରାଇବାକୁ ଉକ୍ତ

ହୋମଗାର୍ଡ ତାଙ୍କୁ ଦେହସୁଖ ମଧ୍ୟ ଦାବିକରିଥିବା ବିଷୟରେ ସମ୍ବଲପୁର ଡିଆଇଜିଙ୍କ ପାଖରେ ଅଭିଯୋଗ ହୋଇଛି । ପ୍ରଥମେ ସୋନପୁର ଏସପିଙ୍କ ପାଖରେ ଅଭିଯୋଗ କରି ନୀରାଶ ହେବାପରେ ମହିଳା ଏସଏସଆଇ ଜଣକ ଶେଷରେ ସମ୍ବଲପୁର ଡିଆଇଜି ଦୀପକ କୁମାରଙ୍କ ପାଖରେ ଅଭିଯୋଗ୍ କରିଥିଲେ । ସେହି ଘଟଣାରେ ଡିଆଇଜି ଅଫିସରେ କାର୍ଯ୍ୟରତ ଜଣେ ଅତିରିକ୍ତ ଏସପି ର‌୍ୟାଙ୍କର ଅଧିକାରୀ ନାରାୟଣ ନାଏକ ତଦନ୍ତ କରୁଥିବା ଜଣାପଡିଛି । କେବଳ ସେତିକି ନୁହେଁ ହୋମଗାର୍ଡ ରାଜକୁମାରଙ୍କ ନାମରେ ଅଭିଯୋଗ ପରେ ସେ ମଦ୍ୟପାନ କରି ଉଲୁଣ୍ଡା ଥାନାକୁ ପହଞ୍ଚି ସମସ୍ତଙ୍କୁ ଗାଳିଗୁଲଜ କରିଥିବା ମଧ୍ୟ ଜଣାପଡିଛି । କିନ୍ତୁ ଏତେ ସବୁପରେ ମଧ୍ୟ ରାଜକୁମାର ସୋନପୁର ଏସପି ତାଙ୍କ ଉପରେ ଏତେ ଅନୁଗ୍ରହ କାହିଁକି ବୋଲି ଜନସାଧାରଣରେ ଆଲୋଚନା ହେଉଛି । କନ୍ଧମାଳ-ବୌଦ୍ଧ ଜିଲ୍ଲାରୁ ସୋନପୁର ଜିଲ୍ଲା ଦେଇ ଯେତେ ଗଞ୍ଜାଇ ଚୋରାଚାଲାଣ ହେଉଛି ସେଥିରେ ସୋନପୁର ଜିଲ୍ଲାପୋଲିସ ମୁଖିଆଙ୍କ ଗେଲହ୍‌ାପୁଅ ସାଜିଥିବା ହୋମଗାର୍ଡମାନେ କାର୍ପଟଦାର ସାଜିଛନ୍ତି । ଚାକିରି ସିନା ହୋମଗାର୍ଡ ମାତ୍ର ତାଙ୍କର ଷ୍ଟାଇଲ କୋଟିପତି ଅଫିସର ଭଳି । ପୋଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ କି ଭିଜିଲାନ୍ସ ତାଙ୍କୁ ହାତ ମାରିପାରନ୍ତି ନାହିଁ । ଫଳରେ ଅନାୟାସରେ ସେମାନେ ଏଭଳି ଖାକିବର୍ଦ୍ଦିରେ କଳାକାରନାମା ଚଳାଇଛନ୍ତି ବୋଲି ଅଭିଯୋଗ ହେଉଛି । ଏବେ ଗଞ୍ଜାଇ ଚାଲାଣରେ ତରଭା ଥାନାର ହୋମଗାର୍ଡ ବିଜୟ ସାହୁ ବଲାଙ୍ଗୀର ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ରହିଛି । ସେପଟେ ରାଜକୁମାର ନାମରେ ଉଲୁଣ୍ଡା ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । କିନ୍ତୁ ଏତେ ସବୁ ପରେ ମଧ୍ୟ ସୋନପୁର ଏସପି ମୁହଁ ଖୋଲୁନାହାଁନ୍ତି ଯାହାକି ତାଙ୍କୁ ମଧ୍ୟ ସନ୍ଦେହ ଘେରକୁ ନେଉଛି । ରାଜ୍ୟ ଗୃହ ବିଭାଗ ଓ ପୋଲିସ ଡିଜି ଏନେଇ ସ୍ୱତନ୍ତ ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like