-+91-9937148622 |

prerana_bgr@rediffmail.com |

  Sunday 25th January 2026 |

| | | |

R.N.I. Regd No. ODIODI/2010/46693

Breaking News

ବଡ଼ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ବାଳିକା ଦିବସ ପାଳିତ   (24-Jan-2026)       ||      *୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ - ସୁନ୍ଦରଗଡ ଦଳ ସେମି ଫାଇନାଲ ରେ ପ୍ରବେଶ* -   (24-Jan-2026)       ||      ବୋଡ଼େନ୍ ରେ ପାତାଳଗଙ୍ଗା ମହୋତ୍ସବ: ନୂଆପଡ଼ା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା   (24-Jan-2026)       ||      ଗାନ୍ଧୀଜୀ ଓ ନେତାଜୀଙ୍କ ବୈଚାରିକ ବିଭେଦକୁ ବ୍ୟକ୍ତିଗତ ବିବାଦର ରୂପ ଦିଆଯାଉଛି   (24-Jan-2026)       ||      ଲୋଇସିଂହା ଆଦିବାସୀ ଭବନ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   (24-Jan-2026)       ||      ଜାତୀୟ ଶିଶୁ କନ୍ୟା ଦିବସରେ ସରକାରୀ ଶୁଖା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଦ୍ୱାରା ଏକ ଅଭିନବ ନୁକ୍ଲଡ ନାଟକ ପ୍ରଦର୍ଶନ   (24-Jan-2026)       ||      କୁକୁଡାଗାଲି ଉପରେ ଚଢାଉ , ୫ ଗିରଫ   (24-Jan-2026)       ||      *ଆସନ୍ତା କାଲି ଠାରୁ ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୂଙ୍କ ଭବ୍ୟ ଉତ୍ସବ ଆରମ୍ଭ* - *ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ମହନ୍ତ ମହାରାଜ*-   (24-Jan-2026)       ||      ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ, ବଲାଙ୍ଗୀରେ ପ୍ରସ୍ତାବିତ ନୂତନ ସିଭିଲ କୋର୍ଟ କୋଠା ନିର୍ମାଣ ନେଇ ଆଲୋଚନା   (24-Jan-2026)       ||      ବଲାଙ୍ଗୀର ପଲ୍ଲିଶ୍ରୀ ମେଳା ■ ୧କୋଟି ୩୦ଲକ୍ଷ ଟଙ୍କାର ବେପାର ■ ଯୋଗଦେଇଥିଲେ ୧୧ଟି ରାଜ୍ୟର ୩୦୩ ଗ୍ରୁପ   (24-Jan-2026)       ||      ଯୋଗୀସର୍ଡ଼l ପଂଚାୟତ ପରିସରରେ ଜଳ ଅର୍ପଣ ଦିବସ ପାଳିତ   (24-Jan-2026)       ||      ପାତାଳଗଙ୍ଗା ଲୋକ ମହୋତ୍ସବ ତୃତୀୟ ସନ୍ଧ୍ଯାରେ ମନ ମୋହିଛି ଦଳଗତ ନୃତ୍ଯ   (24-Jan-2026)       ||      ବୀର ସୁରେନ୍ଦ୍ର ସାଏ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକୋତ୍ସବ   (24-Jan-2026)       ||      ସ୍ଥାନାନ୍ତରିତ ହେଲା ସୋନପୁର ବସଷ୍ଟାଣ୍ଡ; ସହରରେ ଖୁସିର ମାହୋଲ   (24-Jan-2026)       ||      ରୁଗୁଡ଼ିଖାଲ ମାନସ ବିହାର ଠାରେ ବିଶ୍ଵଶାନ୍ତି ପାଇଁ ୨୯ ତମ ଶ୍ରୀରାମ ଚରିତ ମାନସ ଯଜ୍ଞ ଅନୁଷ୍ଠିତ    (23-Jan-2026)       ||      ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ପାଇଁ ସଚେତନତା   (23-Jan-2026)       ||      ଡାବୁଗାଁ ର ବିଭିନ୍ନ ବିଦ୍ୟାଳୟରେ ମାଁ ସରସ୍ଵତୀ ପୂଜା ପାଳନ   (23-Jan-2026)       ||      ଶିକେରପାଟ୍ ଚ୍ୟାମ୍ପିଆନ ଟ୍ରଫି ୨୦୨୬ ଉଦଘାଟିତ   (23-Jan-2026)       ||      ତୁଷୁରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମା ସରସ୍ବତୀ ଙ୍କ ପୂଜା ଓ ବିଦ୍ୟାରମ୍ଭ ସଂସ୍କାର   (23-Jan-2026)       ||      ଧରଣୀମାଲ ଗ୍ରାମ ବସ୍ତିପଡ଼ା ରେ ଧୂମଧାମ ରେ ପାଳିତ ହେଲା "ମା ସରସ୍ବତୀ" ପୂଜା   (23-Jan-2026)       ||     

HOME   ଜିଲ୍ଲା

ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ସତ୍ଯ ନାରାୟଣ ବେହେରାଙ୍କ ଜନ୍ମ ବାର୍ଷିକ ପାଳିତ: ତଥ୍ୟ ସହ ସତ୍ୟର ଉପସ୍ଥାପନା କରନ୍ତୁ ସାମ୍ବାଦିକ, ସମାଜର ଉନ୍ନତି ଓ ସଂସ୍କାରକୁ ଆୟୁଧ କରନ୍ତୁ ସାମ୍ବାଦିକ

06-Sep-2023



ବଲାଙ୍ଗିର(ପ୍ରେରଣା ଖବର ): ଲୋକପ୍ରିୟ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ନାଟ୍ୟକାର ସ୍ବର୍ଗତ ସତ୍ଯନାରାୟଣ ବେହେରାଙ୍କ ଜନ୍ମ ବାର୍ଷିକ ସମାରୋହ ବୁଧବାର ସ୍ଥାନୀୟ ସାମ୍ବାଦିକ ଭବନରେ  ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ଉଦଘାଟକ ଭାବେ ଯୋଗଦାନ କରି ସ୍ବର୍ଗତ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ଆୟୋଜିତ ଆଲୋଚନାଚକ୍ରର ବିଷୟବସ୍ତୁ  ସାମ୍ପ୍ରତିକ ସମାଜରେ ଗଣମାଧ୍ୟମର ଭୂମିକା ଉପରେ ନିଜ ମତ ରଖି ଜିଳ୍ଳାପାଳ ଶ୍ରୀ ରାଣା କହିଲେ ଯେ ଗଣମାଧ୍ୟମ ଖବର ପ୍ରକାଶନ ପୂର୍ବରୁ ଖବର କେତେ

ପରିମାଣରେ ସମାଜର ହିତରେ ସକାରାତ୍ମକ ପ୍ରଭାବ ପକାଇବ ସେ ଦିଗରେ ବିଶେଷ ଦୃଷ୍ଟି ଦେଵା ଉଚିତ୍ ବୋଲି କହିଥିଲେ । ସତ୍ୟ ନାରାୟଣ ବେହେରା ସ୍କୃତି କମିଟୀ ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବଲାଙ୍ଗିର ପୈରାଧ୍ୟକ୍ଷ। ଲିକା ସାହୁ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗଣମାଧ୍ୟମ ସମାଜର ପଥ ପ୍ରଦର୍ଶକ ବୋଲି କହିଥିଲେ । ମୁଖ୍ୟବକ୍ତା ଶିକ୍ଷାଵିତ ତଥା ସ୍ତମ୍ଭକାର ଛାୟାକାନ୍ତ ଷଡ଼ଙ୍ଗୀ ସାମ୍ବାଦିକ ଓ ସାମ୍ବାଦିକତା ସମ୍ପର୍କିତ ବିଭିନ୍ନ ଉଦାହରଣ ଉପସ୍ଥାପନ କରିଥିଲେ । ବାସ୍ତବରେ ଗଣମାଧ୍ୟମ ସାମ୍ବାଦିକତା ସାମାନ୍ୟ ଲାଇନଚ୍ୟୂତ ହୋଇଥିଵା ବେଳେ  ଆଗକୁ ପୁଣି ଟ୍ରାକକୁ ଫେରିବ ବୋଲି ଆଶା ପ୍ରକାଶ କରିଥିଲେ । ସତ୍ୟ ଓ ତଥ୍ୟ ଉପରେ ଗଣମାଧ୍ୟମ ଖବର ପ୍ରକାଶ କରୁ ବୋଲି ପରାମର୍ଶ ଦେଇଥିଲେ । ଡା. ମଞ୍ଜୁବାଳା ପଣ୍ଡା ଗଣମାଧ୍ୟମ ଓ ସାମାଜିକ ଦୃଷ୍ଟି କୋଣ ଉପରେ ମତ ରଖିଥିଲେ ।ପୂର୍ବତନ ସାସଂଦ ତଥା ବର୍ତ୍ତମାନର ରାଜ୍ଯ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ସ୍ବର୍ଗତ ବେହେରାଙ୍କ ବାଲୁକା ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ଯ ଓ ଅର୍ଘ୍ଯ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍କୃତି ଚାରଣ କରି ସ୍ବର୍ଗତ ସତ୍ଯନାରାୟଣ ବେହେରାଙ୍କ ସହିତ ନିବିଡ ପାରିବାରିକ ସମ୍ପର୍କ ସହିତ ତାଙ୍କର ଆତ୍ମିୟତା ଓ ସାମ୍ବାଦିକ ଜୀବନର କିଛି ଅଭୁଲା ସ୍କୃତି ଉପସ୍ଥାପନ କରିଥିଲେ । ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ ସାମ୍ପ୍ରତିକ ସମାଜରେ ଗଣମାଧ୍ୟମ କେଉଁ ସବୁ ଆହ୍ଵାନର ସମ୍ମୁଖୀନ ହେଉଛି ସେ ଦିଗରେ ତର୍ଜମା କରିଥିଲେ । ଏହା ସହିତ ସାମାଜିକ ସ୍ଥିତି ଓ ଦୃଷ୍ଟିକୋଣ ଉପରେ ମତ ରଖିଥିଲେ । ଅନ୍ୟତମ ବକ୍ତା ବରିଷ୍ଠ ସାମ୍ବାଦିକ ଅଖିଳ ଚନ୍ଦ୍ର ହୋତା ଖବରକୁ ଗୁଗୁଲ୍ କିପରି ଗ୍ରାସୁଛି ସେ ସମ୍ପର୍କରେ ମତ ରଖିଥିଲେ । ଖାଇଲେ ଋଣ ସୁଝିବାକୁ ପଡିବ। ତେଣୁ ସାମ୍ବାଦିକକୁ ବିଭିନ୍ନ ସୁବିଧା ସୁଯୋଗଦେଇ ଋଣୀ କରିଦିଆଯାଉଛି। ସାମ୍ବାଦିକତା ଏବେ ବାଟବଣା ହୋଇ ସାଧାରଣ ଲୋକଙ୍କଠାରୁ ଦୂରରେ। ସାମ୍ବାଦିକ ଏବେ ଆଉ ଜନପ୍ରତିନିଧି ନୁହଁ, ସେ ଏବେ ଯୋଜନାର ହିତାଧିକାରୀ। ଏଭଳି ସ୍ଥିତିରେ ଟେକ୍ନୋଲୋଜିର ବିକାଶ ଘଟି ଗୁଗୁଲ ଏବେ ବଡ ଆହ୍ବାନ ହୋଇ ଛିଡା ହୋଇଛି। ଡିଜିଟାଲ ବନ୍ଧନରେ ଆମେ ଆବଦ୍ଧ ହେବାକୁ ଯାଉଛୁ ବୋଲି ଶ୍ରୀ ହୋତା କହିଥିଲେ l

 ଆୟୋଜିତ ସଭାକୁ ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ପରିଚାଳନା କରିଥିଲେ । ସ୍କୃତି କମିଟି ପକ୍ଷରୁ ବରିଷ୍ଠ ସାମ୍ବାଦିକ ନବୀନ ପଶାୟତଙ୍କୁ ସତ୍ୟ ନାରାୟଣ ବେହେରା ସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଅତିଥିଙ୍କ ସମେତ ଆୟୋଜକ କମିଟି ସଭାପତି ଶ୍ରୀ ମିଶ୍ର, ସମ୍ପାଦକ ଶରତ କୁମାର ମହାକୁର ପ୍ରମୁଖ ସମ୍ମାନ ପ୍ରଦାନ କରିଥିଲେ । ମାନପତ୍ର ପଠନ କରିଥିଲେ ବରିଷ୍ଠ ସାମ୍ବାଦିକ ବିଶ୍ଵଜିତ୍ ଦାଶ । ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସାମ୍ବାଦିକ ଦୀପକ ପୁରୋହିତ । କାର୍ଯ୍ୟକ୍ରମରେ ଵେଦପାଠ କରିଥିଲେ ଦୁଇ ଭ୍ରାତା ସାଇ ବିନାୟକ ଓ ସାଇ ଶ୍ରୀ ରାମ । ସହରର ବହୁ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଡ଼ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ବାଳିକା ଦିବସ ପାଳିତ   24-Jan-2026
  ଜିଲ୍ଲା  
*୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ - ସୁନ୍ଦରଗଡ ଦଳ ସେମି ଫାଇନାଲ ରେ ପ୍ରବେଶ* -   24-Jan-2026
  ଜିଲ୍ଲା  
ବୋଡ଼େନ୍ ରେ ପାତାଳଗଙ୍ଗା ମହୋତ୍ସବ: ନୂଆପଡ଼ା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା   24-Jan-2026
  ଜିଲ୍ଲା  
ଗାନ୍ଧୀଜୀ ଓ ନେତାଜୀଙ୍କ ବୈଚାରିକ ବିଭେଦକୁ ବ୍ୟକ୍ତିଗତ ବିବାଦର ରୂପ ଦିଆଯାଉଛି   24-Jan-2026
  ଜିଲ୍ଲା  
ଲୋଇସିଂହା ଆଦିବାସୀ ଭବନ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   24-Jan-2026
  ଜିଲ୍ଲା  
ଜାତୀୟ ଶିଶୁ କନ୍ୟା ଦିବସରେ ସରକାରୀ ଶୁଖା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଦ୍ୱାରା ଏକ ଅଭିନବ ନୁକ୍ଲଡ ନାଟକ ପ୍ରଦର୍ଶନ   24-Jan-2026
  ଜିଲ୍ଲା  
କୁକୁଡାଗାଲି ଉପରେ ଚଢାଉ , ୫ ଗିରଫ   24-Jan-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୂଙ୍କ ଭବ୍ୟ ଉତ୍ସବ ଆରମ୍ଭ* - *ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ମହନ୍ତ ମହାରାଜ*-   24-Jan-2026
  ଜିଲ୍ଲା  
ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ, ବଲାଙ୍ଗୀରେ ପ୍ରସ୍ତାବିତ ନୂତନ ସିଭିଲ କୋର୍ଟ କୋଠା ନିର୍ମାଣ ନେଇ ଆଲୋଚନା   24-Jan-2026
  ଜିଲ୍ଲା  
ବଲାଙ୍ଗୀର ପଲ୍ଲିଶ୍ରୀ ମେଳା ■ ୧କୋଟି ୩୦ଲକ୍ଷ ଟଙ୍କାର ବେପାର ■ ଯୋଗଦେଇଥିଲେ ୧୧ଟି ରାଜ୍ୟର ୩୦୩ ଗ୍ରୁପ   24-Jan-2026
  ଜିଲ୍ଲା  
ଯୋଗୀସର୍ଡ଼l ପଂଚାୟତ ପରିସରରେ ଜଳ ଅର୍ପଣ ଦିବସ ପାଳିତ   24-Jan-2026
  ଜିଲ୍ଲା  
ପାତାଳଗଙ୍ଗା ଲୋକ ମହୋତ୍ସବ ତୃତୀୟ ସନ୍ଧ୍ଯାରେ ମନ ମୋହିଛି ଦଳଗତ ନୃତ୍ଯ   24-Jan-2026

You Might Also Like