-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||     

HOME   ଜିଲ୍ଲା

ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ସତ୍ଯ ନାରାୟଣ ବେହେରାଙ୍କ ଜନ୍ମ ବାର୍ଷିକ ପାଳିତ: ତଥ୍ୟ ସହ ସତ୍ୟର ଉପସ୍ଥାପନା କରନ୍ତୁ ସାମ୍ବାଦିକ, ସମାଜର ଉନ୍ନତି ଓ ସଂସ୍କାରକୁ ଆୟୁଧ କରନ୍ତୁ ସାମ୍ବାଦିକ

06-Sep-2023



ବଲାଙ୍ଗିର(ପ୍ରେରଣା ଖବର ): ଲୋକପ୍ରିୟ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ନାଟ୍ୟକାର ସ୍ବର୍ଗତ ସତ୍ଯନାରାୟଣ ବେହେରାଙ୍କ ଜନ୍ମ ବାର୍ଷିକ ସମାରୋହ ବୁଧବାର ସ୍ଥାନୀୟ ସାମ୍ବାଦିକ ଭବନରେ  ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ଉଦଘାଟକ ଭାବେ ଯୋଗଦାନ କରି ସ୍ବର୍ଗତ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ଆୟୋଜିତ ଆଲୋଚନାଚକ୍ରର ବିଷୟବସ୍ତୁ  ସାମ୍ପ୍ରତିକ ସମାଜରେ ଗଣମାଧ୍ୟମର ଭୂମିକା ଉପରେ ନିଜ ମତ ରଖି ଜିଳ୍ଳାପାଳ ଶ୍ରୀ ରାଣା କହିଲେ ଯେ ଗଣମାଧ୍ୟମ ଖବର ପ୍ରକାଶନ ପୂର୍ବରୁ ଖବର କେତେ

ପରିମାଣରେ ସମାଜର ହିତରେ ସକାରାତ୍ମକ ପ୍ରଭାବ ପକାଇବ ସେ ଦିଗରେ ବିଶେଷ ଦୃଷ୍ଟି ଦେଵା ଉଚିତ୍ ବୋଲି କହିଥିଲେ । ସତ୍ୟ ନାରାୟଣ ବେହେରା ସ୍କୃତି କମିଟୀ ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବଲାଙ୍ଗିର ପୈରାଧ୍ୟକ୍ଷ। ଲିକା ସାହୁ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗଣମାଧ୍ୟମ ସମାଜର ପଥ ପ୍ରଦର୍ଶକ ବୋଲି କହିଥିଲେ । ମୁଖ୍ୟବକ୍ତା ଶିକ୍ଷାଵିତ ତଥା ସ୍ତମ୍ଭକାର ଛାୟାକାନ୍ତ ଷଡ଼ଙ୍ଗୀ ସାମ୍ବାଦିକ ଓ ସାମ୍ବାଦିକତା ସମ୍ପର୍କିତ ବିଭିନ୍ନ ଉଦାହରଣ ଉପସ୍ଥାପନ କରିଥିଲେ । ବାସ୍ତବରେ ଗଣମାଧ୍ୟମ ସାମ୍ବାଦିକତା ସାମାନ୍ୟ ଲାଇନଚ୍ୟୂତ ହୋଇଥିଵା ବେଳେ  ଆଗକୁ ପୁଣି ଟ୍ରାକକୁ ଫେରିବ ବୋଲି ଆଶା ପ୍ରକାଶ କରିଥିଲେ । ସତ୍ୟ ଓ ତଥ୍ୟ ଉପରେ ଗଣମାଧ୍ୟମ ଖବର ପ୍ରକାଶ କରୁ ବୋଲି ପରାମର୍ଶ ଦେଇଥିଲେ । ଡା. ମଞ୍ଜୁବାଳା ପଣ୍ଡା ଗଣମାଧ୍ୟମ ଓ ସାମାଜିକ ଦୃଷ୍ଟି କୋଣ ଉପରେ ମତ ରଖିଥିଲେ ।ପୂର୍ବତନ ସାସଂଦ ତଥା ବର୍ତ୍ତମାନର ରାଜ୍ଯ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ସ୍ବର୍ଗତ ବେହେରାଙ୍କ ବାଲୁକା ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ଯ ଓ ଅର୍ଘ୍ଯ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍କୃତି ଚାରଣ କରି ସ୍ବର୍ଗତ ସତ୍ଯନାରାୟଣ ବେହେରାଙ୍କ ସହିତ ନିବିଡ ପାରିବାରିକ ସମ୍ପର୍କ ସହିତ ତାଙ୍କର ଆତ୍ମିୟତା ଓ ସାମ୍ବାଦିକ ଜୀବନର କିଛି ଅଭୁଲା ସ୍କୃତି ଉପସ୍ଥାପନ କରିଥିଲେ । ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ ସାମ୍ପ୍ରତିକ ସମାଜରେ ଗଣମାଧ୍ୟମ କେଉଁ ସବୁ ଆହ୍ଵାନର ସମ୍ମୁଖୀନ ହେଉଛି ସେ ଦିଗରେ ତର୍ଜମା କରିଥିଲେ । ଏହା ସହିତ ସାମାଜିକ ସ୍ଥିତି ଓ ଦୃଷ୍ଟିକୋଣ ଉପରେ ମତ ରଖିଥିଲେ । ଅନ୍ୟତମ ବକ୍ତା ବରିଷ୍ଠ ସାମ୍ବାଦିକ ଅଖିଳ ଚନ୍ଦ୍ର ହୋତା ଖବରକୁ ଗୁଗୁଲ୍ କିପରି ଗ୍ରାସୁଛି ସେ ସମ୍ପର୍କରେ ମତ ରଖିଥିଲେ । ଖାଇଲେ ଋଣ ସୁଝିବାକୁ ପଡିବ। ତେଣୁ ସାମ୍ବାଦିକକୁ ବିଭିନ୍ନ ସୁବିଧା ସୁଯୋଗଦେଇ ଋଣୀ କରିଦିଆଯାଉଛି। ସାମ୍ବାଦିକତା ଏବେ ବାଟବଣା ହୋଇ ସାଧାରଣ ଲୋକଙ୍କଠାରୁ ଦୂରରେ। ସାମ୍ବାଦିକ ଏବେ ଆଉ ଜନପ୍ରତିନିଧି ନୁହଁ, ସେ ଏବେ ଯୋଜନାର ହିତାଧିକାରୀ। ଏଭଳି ସ୍ଥିତିରେ ଟେକ୍ନୋଲୋଜିର ବିକାଶ ଘଟି ଗୁଗୁଲ ଏବେ ବଡ ଆହ୍ବାନ ହୋଇ ଛିଡା ହୋଇଛି। ଡିଜିଟାଲ ବନ୍ଧନରେ ଆମେ ଆବଦ୍ଧ ହେବାକୁ ଯାଉଛୁ ବୋଲି ଶ୍ରୀ ହୋତା କହିଥିଲେ l

 ଆୟୋଜିତ ସଭାକୁ ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ପରିଚାଳନା କରିଥିଲେ । ସ୍କୃତି କମିଟି ପକ୍ଷରୁ ବରିଷ୍ଠ ସାମ୍ବାଦିକ ନବୀନ ପଶାୟତଙ୍କୁ ସତ୍ୟ ନାରାୟଣ ବେହେରା ସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଅତିଥିଙ୍କ ସମେତ ଆୟୋଜକ କମିଟି ସଭାପତି ଶ୍ରୀ ମିଶ୍ର, ସମ୍ପାଦକ ଶରତ କୁମାର ମହାକୁର ପ୍ରମୁଖ ସମ୍ମାନ ପ୍ରଦାନ କରିଥିଲେ । ମାନପତ୍ର ପଠନ କରିଥିଲେ ବରିଷ୍ଠ ସାମ୍ବାଦିକ ବିଶ୍ଵଜିତ୍ ଦାଶ । ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସାମ୍ବାଦିକ ଦୀପକ ପୁରୋହିତ । କାର୍ଯ୍ୟକ୍ରମରେ ଵେଦପାଠ କରିଥିଲେ ଦୁଇ ଭ୍ରାତା ସାଇ ବିନାୟକ ଓ ସାଇ ଶ୍ରୀ ରାମ । ସହରର ବହୁ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   24-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026
  ଜିଲ୍ଲା  
ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ   24-Oct-2026
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026

You Might Also Like