-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||     

HOME   ଜିଲ୍ଲା

ସମ୍ବଲପୁର ସହରରେ ପୁଣି ହତ୍ୟା, ଭୁଜାଲି ମାଡ଼ରେ ଜଣେ ମୃତ

13-Dec-2020



(ପ୍ରେରଣା ଖବର) ସମ୍ବଲପୁର: ରବିବାର ସଂଧ୍ୟାରେ ସମ୍ବଲପୁର ସହରରେ ପୁଣି ଏକ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସନ୍ଧ୍ୟା ୮ଟା ୧୦ରେ ଟାଉନ୍ ଥାନା ଅନ୍ତର୍ଗତ ସଞ୍ଜିବନୀ ନର୍ସିଂହୋମ୍ ନିକଟରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୁଦିପଡ଼ାର ମିଟୁ ଓରଫ ଭୀମସେନ ଗୁରୁ (୪୫)ଙ୍କୁ ଭୁଜାଲି ମାଡ଼ କରି ହତ୍ୟା କରାଯାଇଛି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ମିଟୁଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମିଟୁଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଟାଉନ୍ ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳକୁ ଯାଇ ପୁଲିସ୍ ଛାନ୍‌ଭିନ୍‌ ଆରମ୍ଭ କରିଛି। ତେବେ ଖବର ଲେଖାହେବା ଯାଏ ମିଟୁଙ୍କୁ ହତ୍ୟା କରିଥିବା ଦୁର୍ବୃତ୍ତଙ୍କ ପରିଚୟ ମିଳିପାରିନି। ସଦର ଏସ୍ଡିପିଓ ତପନ ମହାନ୍ତି, ଟାଉନ୍ ଥାନା ଅଧିକାରୀ ରମେଶ ଦୋରା ଓ କ୍ଷେତରାଜପୁର ଥାନା ଅଧିକାରୀ ମମତା ନାଏକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯେଉଁ ସ୍ଥାନରେ ମିଟୁକୁ ଭୁଜାଲି ଭୁସି ହତ୍ୟା କରାଯାଇଛି ସେହି ଦୋକାନ ପରିସର ରକ୍ତ ରଞ୍ଜିତ ହୋଇଯାଇଛି। ସୋମବାର ସକାଳୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବ। ଏହାପରେ ମିଟୁର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି।ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ସମୟରେ ମିଟୁ ନିଜର ଏକ ସହଯୋଗୀ ସହ ମିଶି ସଞ୍ଜିବନୀ ନର୍ସିଂହୋମ୍ ନିକଟସ୍ଥ ଗୁଡ୍ଡୁ ଚା’ ଦୋକାନକୁ ଯାଇଥିଲେ। ସେଠାରେ ଉଭୟେ ବସି ଚା’ ପିଉଥିବା ସମୟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଏକ ଲୁହା ପାଇପ୍ରେ ମିଟୁ ମୁଣ୍ଡକୁ ପଛପଟୁ ଆକ୍ରମଣ କରିଥିଲେ। ମିଟୁ ତଳେ ପଡ଼ିଯିବା ପରେ ତାଙ୍କ ଛାତି, ପେଟ ଓ ବେକମୁଣ୍ଡାରେ ଭୁଜାଲି ମାଡ଼ କରି ଦୁର୍ବୃତ୍ତମାନେ କ୍ଷେତରାଜପୁର ରେଳ ଷ୍ଟେସନ୍ ପଟକୁ ଫେରାର୍ ମାରିଥିଲେ। ଦୂରରେ ଥାଇ ଲୋକେ ଏହି ଘଟଣା ଦେଖୁଥିଲେ ସୁଦ୍ଧା ଆକ୍ରମଣକାରୀ ମାରଣାସ୍ତ୍ର ଧରି ଉପସ୍ଥିତ ଥିବାରୁ କେହି ପାଖକୁ ଯିବାକୁ ସାହସ କରି ନଥିଲେ। ଶେଷରେ ସେମାନେ ଯିବା ପରେ କିଛି ଯୁବକ ରକ୍ତାକ୍ତ ଅବସ୍ଥାରେ ମିଟୁକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026

You Might Also Like