-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||     

HOME   ଖେଳ

ବଲାଙ୍ଗିରର ଗର୍ବ ଓ ଗୌରବ - କ୍ରୀଡାବିତ ଶାନ୍ତନୁ କୁମାର ସାହୁ

11-Dec-2020



ବଲାଙ୍ଗିର ଜିଲ୍ଲା କ୍ରୀଡା ଜଗତରେ ଯେଉଁ କେତେଜଣ କ୍ରୀଡାବିତ ସେମାନଙ୍କର କ୍ରୀଡା ନିପୂଣତାର ଅଲିଭାଛାପ ଛାଡିଛନ୍ତି, ସେମାନଙ୍କ ମଧ୍ୟରେ ଶାନ୍ତନୁ କୁମାର ସାହୁ ଏକ ଅଭୁଲା ବ୍ୟକ୍ତିତ୍ୱ । ୧୮ ନଭେମ୍ବର ୧୯୩୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୨ ମସିହାରେ ଜୀବନ ବୀମା ନିଗମ ସଂସ୍ଥାରେ କାର୍ଯ୍ୟରତ ହୋଇ ୧୯୯୬ ମସିହାରେ ସେହି ସଂସ୍ଥାରେ ଶାଖା ପ୍ରବନ୍ଧକ ଭାବରେ  ଅବସର ଗ୍ରହଣ କରିଥିଲେ । ସ୍କୁଲରେ ପାଠ ପଢ଼ୁଥିବା ସମୟରେ ଫୁଟବ ପ୍ରତି ତାଙ୍କର ଆଗ୍ରହଥିଲା ଏବଂ ତାଙ୍କର ଅଗାଧ ପରିଶ୍ରମ ଓ ଚେଷ୍ଟା ପାଇଁ ସେ ଏକ ସଫଳ ଫୁଟବଲ ଖେଳାଳୀ ଭାବରେ ସୁନାମ ଅର୍ଜନ କରିପାରିଥିଲେ । ସେ ସମୟରେ ଶୈଳଶ୍ରୀ ପେଲେସ, ବଲାଙ୍ଗିର ପାଖରେ ଥିବା ଫୁଟବଲ ପଡିଆ ଏକ ନାମକରା ଫୁଟବଲ ପଡିଆ ଥିଲା ଓ ପାଟଣା ମହାରାଜଙ୍କ ପ୍ରତ୍ସୋହନରେ ବିଭିନ୍ନ ସମୟରେ ଫୁଟବଲ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେଉଥିଲା । ସ୍କୁଲରେ ପାଠ ପଢୁଥିବା ସମୟରେ ୧୯୫୦-୫୧ ମସିହାରୁ  ସେ ଫୁଟବଲ ଖେଲିବା ଆରମ୍ଭ କରିଥିଲେ । 
    ୧୯୫୩ ମସିହାରେ ବାଲେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ନିଖିଳ ଓଡିଶା ଅନ୍ତଃ ସ୍କୁଲ ଫୁଟବଲ ପ୍ରତିଯୋଗିତାରେ ପ୍ରଥମ ଥର ଭାଗନେଇ କଟକ ଟିମ୍ ଠାରୁ ପରାସ୍ତ ହୋଇଥିଲେ । ୧୯୫୪ ମସିହାରେ ଅନୁଷ୍ଠିତ ଅନ୍ତଃସ୍କୁଲ ପ୍ରତିଯୋଗିତରେ ପୃଥ୍ୱରାଜ ହାଇସ୍କୁଲ ଫୁଟବଲ ଟିମକୁ  ଚମ୍ପିଏନ୍ କରିବାରେ ତାଙ୍କର ମୁଖ୍ୟ ଭୁମିକା ରହିଥିଲା । କଲେଜରେ ପଢୁଥିବା ସମୟରେ ମଧ୍ୟ ବିଭିନ୍ନ ସ୍ତରରେ ଅନୁଷ୍ଠିତ ଫୁଟବଲ ପ୍ରତିଯୋଗିତାରେ ଭାଗନେଉଥିଲେ ଓ ୧୯୫୪-୫୫ ମସିହାରେ ଅନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ । ଶାନ୍ତନୁ ବାବୁଙ୍କ ଫୁଟବଲ ଖେଳ କେବଳ ବଲାଙ୍ଗିର ଜିଲ୍ଲା ପାଇଁ ସିମିତ ନଥିଲା, ସେ ମଧ୍ୟ ସମ୍ବଲପୁର, ସୁନ୍ଦରଗଡ ଓ କଲାହାଣ୍ଡି ଜିଲ୍ଲା ଫୁଟବଲ ଟିମ ତରଫରୁ ପ୍ରତିନିଧିତ୍ୱ କରିବା ସୁଯୋଗ ପାଇଥିଲେ । 
    ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟରତ ଥାଇ ମଧ୍ୟ ଫୁଲବଲ ଖେଳକୁ ଅତି ଗଭୀରତା ସହିତ ଭଲପାଉଥିଲେ ଓ ବିଭିନ୍ନ ସମୟରେ ବିଭିନ୍ନ ଜିଲ୍ଲା ତଥା ବିଭିନ୍ନ ଫୁଟବଲ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରୁଥିଲେ । ୧୯୫୮ ମସିହାରେ ସମ୍ବଲପୁର ଜିଲ୍ଲା ତରଫରୁ ରାୟପୁର (ଛତିସଗଡ)ରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରି ସମ୍ବଲପୁର ଟିମକୁ ଚମ୍ପିଏନ୍ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କଲେଜରେ ପଢ଼ୁଥିବା ସମୟରେ ୧୯୫୮ ରୁ ୧୯୬୨ ମସିହା ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟର ଫୁଟବଲ ଟିମ୍‌ରେ ଜଣେ ସଦସ୍ୟ ଭାବେ ପ୍ରତିନିଧିତ୍ୱ କରିବାରେ ଗୌରବ ଅର୍ଜନ କରିଥିଲେ । ଏହି ସମୟରେ ବଲାଙ୍ଗିର ମାଟିର ଆଉ ଜଣେ ଦକ୍ଷ କ୍ରୀଡାବିତ ମଧୁସୁଦନ ବାବୁ ମଧ୍ୟ ସେହ ଫୁଟବଲ ଟିମରେ ଜଣେ ସଦସ୍ୟ ଭାବରେ ପ୍ରତିନିଧିତ୍ୱ କରିବାରେ ସୁଯୋଗ୍ୟ ପାଇଥିଲେ । ୧୯୬୧-୧୯୬୨ ମସିହାରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଅନୁଷ୍ଠିତ କଟକ କମ୍ବାଇନ୍ ଏବଂ ପଶ୍ଚିମ ବଙ୍ଗାଳ ଏକାଦଶ ସହିତ ଫୁଟବଲ ପ୍ରିଯୋଗିତାରେ କଟକ ତରଫରୁ ଗୋଲ ଟିଏ ଦେଇ ତାଙ୍କର କ୍ରୀଡା ନିପୂଣତାର ପ୍ରଦର୍ଶର୍ନ କରିଥିଲେ । ଏହି ପ୍ରତିଯୋଗିତାରେ କଟକ ଟିମ୍ ତରଫରୁ ଆର୍ନ୍ତଃଜାତୀୟ ଫୁଟବଲ ଖେଳାଳୀ ଗୋଳକ ସାମଲଙ୍କ ସହିତ ଗୋଟିଏ ଟିମରେ ଖେଳିବାର ଗୌରବ ଅର୍ଜନ କରିଥିଲେ । ଏହି ପ୍ରତିଯୋଗିତାଟି ତାଙ୍କ ପାଇଁ ପାଲଟି ଯାଇଛି ଏକ ଅଭୁଳା ସ୍ମୃତି ଏବଂ ଆଜି ଯାଏଁ ସେ ତାହାକୁ ପାଶୋରି ପାରି ନାହାନ୍ତି । ବଲାଙ୍ଗିରଠାରେ ତାଙ୍କର ରହଣି ସମୟରେ କଣ୍ଟାବାଞ୍ଜିରେ ଅନୁଷ୍ଠିତ ସର୍ବଭାରତୀୟ ଫୁଟବଳ ପ୍ରତିଯୋଗିତାରେ ବଲାଙ୍ଗିର ଟିମ୍ ତରଫରୁ ପ୍ରତିନିଧିତ୍ୱ କରି ଭାରତୀୟ ଫୁଟବଲ ତାରକା ଆପଲ୍‌ାରାଜୁ ଓ ଭେଲାରଙ୍କ ସହିତ ଖେଳିବାର ସୁଯୋଗ  ପାଇଥିଲେ ।  
    ଶାନ୍ତନୁ ବାବୁଙ୍କ ଫୁଟବଲ ଖେଳର ନୂତନତ୍ୱ ସେ ସମୟରେ ସମସ୍ତ କ୍ରୀଡାବିତ ତଥା ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା ଓ ସାଥି ଫୁଟବଲ ଖେଳାଳୀ ମାନଙ୍କୁ ଏହି ନୂତନ ଶୈଳୀରେ ଖେଳିବା ପାଇଁ ସେ ସବୁବେଳେ ପ୍ରେରଣା ଦେଉଥିଲେ । ୧୯୭୧ ମସିହା ଥିଲା ଶାନ୍ତନୁ ବାବୁଙ୍କ ପାଇଁ ଏକ ସ୍ମରଣୀୟ ବର୍ଷ । ସେହି ବର୍ଷ ଗାନ୍ଧୀଷ୍ଟାଡିୟମ, ବଲାଙ୍ଗିର ଠାରେ ଅନୁଷ୍ଠିତ ଅନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରି କଟକ ଜିଲ୍ଲା ଫୁଟବଲ ଟିମ୍‌କୁ ପରାସ୍ତ କରିଥିଲେ ଓ ବିଜୟ ଗୋଳମଧ୍ୟ ନିଜେ ସ୍କୋର କରିଥିଲେ । ଏହି ପ୍ରତିଯୋଗିତା ପରେ ପରେ ସେ ସେହି ଦିନ ତାଙ୍କର ଫୁଟବଲ ଖେଳର ଅବସର ଘୋଷଣା କରିଥିଲେ । ଏହି କ୍ରୀଡାବିତ ବଲାଙ୍ଗିର ଫୁଟବଲ କ୍ରୀଡା ଇତିହାସରେ ଫୁଟବଲ ଟିମର ଏକ ଉଜ୍ଜଳମାନ ଅଗ୍ରଣୀ ଫରୱାଡ ଭାବରେ ସବୁଦିନ ପାଇଁ ଆଜି ମଧ୍ୟ ଅପାସୋରା ହୋଇ ରହିଯାଇଛନ୍ତି । ସେହି ପୁରୁଣା ଦିନର ସ୍ୱର୍ଣ୍ଣମ ମୁହୁତ୍ତ କ ମନେ ପକେଇ  ଆଜି ବି ସେ ଆତ୍ମ ବିଭୋର ହୋଇ ଯାଆନ୍ତି । ଏହି ପୁରାତନ ଫୁଟବଲ ତାରକା ମାନଙ୍କ ସ୍ୱପ୍ନ ସାକାର ହୋଇଥିଲା ୨୦୧୭ ମସିହାରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ସାହିଣୀ କପ୍ - ଆନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗିତାରେ ବଲାଙ୍ଗିର ଟିମ ଚାମ୍ପିଆନ ଟ୍ରଫି ହାସଲ କରି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିପାରିଥିଲେ । 
    ଭାରତୀୟ ଜୀବନ ବୀମା ନିଗମ ସଂସ୍ଥାରେ କାର୍ଯ୍ୟରତ ସମୟରେ ନିଗମ ତରଫରୁ ଜୋନ ସ୍ତରରେ ଅନୁଷ୍ଠିତ ବିଭିନ୍ନ ଏଥଲେଟିକ୍ସ, ଟେବୁଲ ଟେନିସ ପ୍ରଯୋଗିତାରେ ପ୍ରତିନିଧିତ୍ୱ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । କ୍ରୀଡାପାଇଁ ସମର୍ପିତ ଏହି କ୍ରୀଡାବିତ ଆଜିମଧ୍ୟ ବଲାଙ୍ଗିର ଜିଲ୍ଲାର କ୍ରୀଡାମାନର ଉନ୍ନତି ତଥା ଯୋଗ୍ୟ କ୍ରୀଡାବିତ ମାନେ କିପରି ସୃଷ୍ଟି ହୋଇପାରିବେ ସେଥିପାଇଁ ସେ ସକ୍ରିୟ ଅଛନ୍ତି ଓ ଯୁବ କ୍ରୀଡାବିତ ମାନଙ୍କ ପାଇଁ ଏକ ପ୍ରେରଣାର ଏକ ସ୍ରୋତ କହିଲେ ଅକ୍ତ୍ୟୁକ୍ତି ହେବ ନାହିଁ । ଜିଲ୍ଲା କ୍ରୀଡାସଂସଦର ଜଣେ ପୁରାତନ ବରିଷ୍ଠ ସଦସ୍ୟ ଭାବରେ ବିଭିନ୍ନ ସମୟରେ ସଂଘର କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ଦିଗ୍‌ଦର୍ଶନ ଦେଇଆସୁଛନ୍ତି । ଆଜି ସେ ୮୧ ବର୍ଷରେ ପଦାର୍ପଣ କରି ମଧ୍ୟ ଚଳଚଂଚଳ,  ସୁସ୍ଥ ଅଛନ୍ତି ଓ ମନରେ ତାଙ୍କର ସେହି ଉତ୍ସାହ ଓ ଅଭିଲାଷ ଭରି ରହିଛି, ସତେ ଯେପରି ଆଜି ବି ସେ ଫୁଟବଲ ପଡିଆରେ ଭରପୁର ଫୁଟବଲ ଖେଳି ତାର ଆନନ୍ଦ ସେ ଉପଭୋଗ କରିପାରିବେ । ଭଗବାନ ଏହି କ୍ରୀଡାବିତଙ୍କୁ ଦିର୍ଘାୟୁ କରନ୍ତୁ । ସେ ଯେପରି ବର୍ତ୍ତମାନର କ୍ରୀଡାବିତ ମାନଙ୍କୁ ମାର୍ଗଦର୍ଶନ କରିପାରିବେ ଏବଂ ଏହି ସମର୍ପିତ କ୍ରୀଡାବିତ ପାଇଁ ଆଜି ବଲାଙ୍ଗିର ବାସୀ ଗର୍ବିତ । 

  ପ୍ରସ୍ତୁତି - କୃଷ୍ଣଚନ୍ଦ୍ର ମିଶ୍ର, ଏଡ୍‌ଭୋକେଟ୍‌. ଉପସଭାପତି, 
ଜିଲ୍ଲା  କ୍ରୀଡାସଂସଦ, ବଲାଙ୍ଗିର ମୋ-୯୬୯୨୪୪୦୪୪୪ 


News Comment




Photo in News

Advertisment
Lastest News
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026

You Might Also Like