-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||     

HOME   ଜିଲ୍ଲା

ସିନ୍ଧେକେଲା ଅଞ୍ଚଳ ବାସୀଙ୍କ ପାଇଁ ଦୁଃଖ ସାଜିଛି ଉନ୍ଦେର ନଦୀର ବାଳି ଚାଳାଣ, ପ୍ରଶାସନ ନିରବଦ୍ରଷ୍ଟା

11-Jul-2023



ବଙ୍ଗୋମୁଣ୍ଡା /ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଅନ୍ତର୍ଗତ ସିନ୍ଧେକେଲା ଅଞ୍ଚଳ ଦେଇ ବହି ଯାଇଥିବା ଉନ୍ଦେର ନଦୀର ବାଳି ଚାଳାଣ ଏବେ ଅଞ୍ଚଳବାସୀଙ୍କ ପାଇଁ ଦୁଃଖ ସାଜିଛି। ସିନ୍ଧେକେଲା ଅଞ୍ଚଳର ଲାଇଫ ଲାଇନ କୁହା ଯାଉଥିବା ଉନ୍ଦେର ନଦୀର ବିଭିନ୍ନ ବାଲିଘାଟ କୁ ଟେଣ୍ଡର କରି ଠିକା ଦିଆ ଯାଇଛି। ହେଲେ ଚିନ୍ତାର ବିଷୟ ପ୍ରତିଦିନ ଶହଶହ ଟ୍ରିପ କେବଳ ଉନ୍ଦେର ନଦୀର ବାଳି ଟ୍ରକ, ଟ୍ରାକ୍ଟର ଓ ହାଇୱା ରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଓ ତା ସହିତ ରାଜ୍ଯ ବାହାରକୁ ମଧ୍ଯ ଉନ୍ଦେର ନଦୀର ବାଲି ଚାଲାଣ ହେଉଛି । ଏଥିପାଇଁ ପ୍ରତିଦିନ ସିନ୍ଧେକେଲା ମୁଖ୍ଯ ରାସ୍ତାରେ ଘୋର ଟ୍ରାଫିକ ଜାମ ର ଶିକାର ହେଉଛନ୍ତି ରାସ୍ତାରେ ଯାତାୟାତ କରୁଥିବା ଲୋକେ ହସ୍ପିଟାଲକୁ 

ଆସୁଥିବା ରୋଗୀ, ବ୍ଯବସାୟୀ, ପୋଲିସ ଷ୍ଟେସନ, ରାଜସ୍ବ ନିରୀକ୍ଷକ, ପ୍ରାଣୀ ଚିକିତ୍ସାଳୟ , ବ୍ୟାଙ୍କ, ସ୍କୁଲ କଲେଜ ଆସୁଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆବାଳବୃଦ୍ଧ ବନିତା ସମସ୍ତେ ହଇରାଣ ହରକତ ହେଉଛନ୍ତି ଲୋକେ। ସିନ୍ଧେକେଲା ବାସୀଙ୍କ ହଇରାଣ ହରକତ ବଦଳରେ ଜଦି ଉଚିତ ରାଜସ୍ବ ବି ସରକାରୀ ତହବିଲକୁ ଯାଉଥାନ୍ତା ତେବେ କିଛି କଥା ନାହିଁ କିନ୍ତୁ ମିଳିଥିବା ସୁଚନାନୁଯାଇ ବଙ୍ଗୋମୁଣ୍ଡା ତହସିଲ ଅଞ୍ଚଳରେ ମାଟି ଇଟାର ରୟାଳ୍ଟି , ପଥର ଖାଦାନ ଓ ବାଲିଘାଟ ଗୁଡିକର ଠିକା ତଥା ଫାଇନ ଓ ଅନ୍ଯାନ୍ଯ ମାଧ୍ୟମରେ ଆର୍ଥିକ ବର୍ଷ ୨୦୨୨/୨୩ ରେ ସରକାରୀ ତହବିଲ କୁ ମାତ୍ର ୨ କୋଟି ୯୫ ଲକ୍ଷ ପାଖାପାଖି ଟଙ୍କା ରାଜସ୍ବ ଆଦାୟ ହୋଇଥିବା ଜଣାପଡିଛି। ଏଠାରେ ଚିନ୍ତାର ବିଷୟ ପ୍ରତିଦିନ ଶହଶହ ଟ୍ରିପ କେବଳ ଉନ୍ଦେର ନଦୀର ବାଳି ଟ୍ରକ, ଟ୍ରାକ୍ଟର ଓ ହାଇୱା ରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଓ ତା ସହିତ ରାଜ୍ଯ ବାହାରକୁ ମଧ୍ଯ ଉନ୍ଦେର ନଦୀର ବାଲି ଚାଲାଣ ହେଉଥିବା ବେଳେ ମାତ୍ର ୨ କୋଟି ୯୫ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ସମୁଦ୍ର କୁ ଶଙ୍ଖେ ପାଣି ସଦୃଶ ନୁହେଁ କି। ଏ ଉପରେ ବିଭାଗୀୟ ଅଧିକାରୀ ମାନେ ଆନ୍ତରିକତା ଦେଖାଇଲେ ରାଜସ୍ବ ଆଦାୟ ବେଶ ବଢିପାରିବ। ତା ମଧ୍ଯରେ ୨୦୨୨/୨୩ ଆର୍ଥିକ ବର୍ଷରେ  ଫାଇନ ରୁ ପ୍ରାୟ ୧୫ ଲକ୍ଷ ଟଙ୍କା ମାତ୍ର ଆଦାୟ ହୋଇଛି। ତଥାପି ପ୍ରଶାସନ କାହିଁକି କେଜାଣି ନିରବ ଦ୍ରଷ୍ଟା ହୋଇ ନିଜ କାମ ସାରି ଦେଉଛି। କୋଉ ଠିକାଦାର କେତେ ଏରିଆ ଲିଜ ନେଇଛି କେତେ ବାଳି ଉଠାଇ ସାରିଲେଣି ତାହା ବୋଧେ କେବଳ କାଗଜ କଲମ ରେ ହିସାବ ହେଉଛି । କାହିଁକିନା  ଲଘୁଖଣିଜ ଦ୍ରବ୍ଯର ସ୍ବତନ୍ତ୍ର ଆଇନକୁ ଦଳି ଚକଟି ଦିନ ରାତି ମେସିନ ସାହାଯ୍ଯରେ ବାଳିଚାଳାଣ ହେଉଥିବା ରାଜସ୍ବ ନିରୀକ୍ଷକ ଙ୍କ ଠାରୁ ତହସିଲଦାର ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ଥିବାବେଲେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ତାହା ଚିନ୍ତାର ବିଷୟ। ଏ ଉପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାସହ ସିନ୍ଧେକେଲାରେ ହେଉଥିବା ଟ୍ରାଫିକ ଜାମ ପାଇଁ ବାଳିଚାଳାଣ କରୁଥିବା ଗାଡି ଗୁଡିକର ସମୟ ନିର୍ଧାରିତ କରାଯିବା ପାଇଁ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026

You Might Also Like