-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||     

HOME   ଜିଲ୍ଲା

ପର୍ଯ୍ୟଟନସ୍ଥଳୀ ପାପକ୍ଷୟର ବିକାଶ କାର୍ଯ୍ୟକୁ ନିଜେ ଦେଖିବା ପାଇଁ ପ୍ରତିଶ୍ରୁତି ଦେଲେ ୫ଟି ସଚିବ ଭି.କେ.ପାଣ୍ଡିଆନ

04-Jul-2023



ବିନିକା(ହିମାଂଶୁ ଶେଖର ପୁଟେଲ): ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କ ବହୁ ଚର୍ଚ୍ଚିତ ବିନିକା ଗସ୍ତ ଆଜି ବିନିକାବାସୀଙ୍କ ମନରେ ଗଭୀର ଆଶା ଓ ଆସ୍ଥା ସଂଚାର କରିଛି ।

ଶ୍ରୀ ପାଣ୍ଡିଆନ ଦୀର୍ଘ ୨୧ବର୍ଷ ପରେ ତାଙ୍କ ପ୍ରଶାସନିକ ବିକାଶର ଏଣ୍ଟୁଡିଶାଳ ବିନିକା ମାଟିରେ ପାଦ ଦେଇ ଭାବବିହ୍ୱଳ ହୋଇ ପଡ଼ିଥିଲେ ।ଅତୀତର ସ୍ମୃତି ଚାରଣ କରି ଶ୍ରୀ ପାଣ୍ଡିଆନ ପର୍ଯ୍ୟଟନ ସ୍ଥଳୀ ପାପକ୍ଷୟ ଘାଟର ପରିବେଶ ସହ ତାଙ୍କର ବ୍ୟକ୍ତିଗତ ଆବେଗ ବିଷୟରେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏକଦା ନିଜ ମା ଙ୍କ ସହ ଏହି ପୁଣ୍ୟପୀଠ କୁ ପରିଦର୍ଶନରେ ଆସିଥିବା ବେଳେ ବିଲ ମଧ୍ଯ ଦେଇ 

 ଆସିଥିଲେ ବୋଲି କହିଥିଲେ ।ସମ୍ପ୍ରତି ଏହାର ବିଭିନ୍ନ ଅବସ୍ଥାର ବିକାଶ ଘଟିଥିଲେ ହେଁ ଆଗାମୀ ଦିନରେ ସାମଗ୍ରିକ ବିକାଶ ପାଇଁ ସେ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବେ ବୋଲି ନିଜ ଅଭିଭାଷଣରେ ଦୃଢ ପ୍ରତିଶ୍ରୁତି ଦେଇଥିଲେ ।ବିନିକା ମାଟିରେ ବିନିକାର ଏହି କରିତକର୍ମା ପ୍ରଶାସକଙ୍କ ଉପସ୍ଥିତିରେ ସମବେତ ହଜାର ହଜାର ଜନତାଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା ସ୍ଵୟଂ ସହାୟକ ଗୋଷ୍ଟି ସଦସ୍ୟାଙ୍କ ସମେତ ମହିଳା ମାନେ ବିଶେଷ ସଂଖ୍ୟାରେ ଯୋଗଦେଇ ହୁଳହୁଳୀରେ ସ୍ଵାଗତ କରିବା ସହ ସାଧୁବାଦ କୃତଜ୍ଞତା ଜ୍ଞାପନ କରିଥିଲେ । ଆଇଏଏସ ପାଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ସେ ପ୍ରଥମ କରି ଏଠାରେ ପ୍ରଶିକ୍ଷଣ ନେଇଥିଲେ।ସ୍ୱଳ୍ପ ୪ମାସ ରହଣୀ କାଳରେ ବିନିକାର ବିକାଶ ପାଇଁ କରିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବନ୍ଧୁ ମାନଙ୍କୁ ସ୍ୱରଣ କରି ପୁନର୍ବାର ସେମାନଙ୍କୁ ଦେଖି ନିଜ ଘରକୁ ଆସିଥିଲାପରି ମନେ ହେଉଛି ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବଖାଣିଥିଲେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣ ମାନଙ୍କ ସୁଖ ଦୁଃଖ ଓ ସମସ୍ୟା ବୁଝିବା ପାଇଁ ମତେ ପଠାଇଛନ୍ତି ବୋଲି କହି ଉପସ୍ଥିତ ମହିଳା ମାନଙ୍କୁ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପଚାରି ବୁଝିଥିଲେ ।ସେ ମିଶନ ଶକ୍ତି ମା ମାନଙ୍କ ସ୍ବାବଲମ୍ବୀ ପାଇଁ ସରକାର ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛନ୍ତି,ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଜୁ ସ୍ବାସ୍ଥ୍ୟ କାର୍ଡରେ ସହାୟତା ମିଳୁଛି ଏବଂ ଯେଉଁମାନେ ପାଇନାହାନ୍ତି ଦ୍ଵିତୀୟ ପର୍ଯ୍ୟାୟର ଖୁବ ଶୀଘ୍ର ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇବେ ବୋଲି କହିଥିଲେ।ବିନିକାର ଏହି ମୁକ୍ତିତୀର୍ଥ ପାପକ୍ଷୟ ଘାଟ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ କରାଯିବ ଏବଂ ଆଗାମୀ ଦିନରେ ଏହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି କହିବା ପରେ ସମବେତ ଜନତାଙ୍କ ଉଛସିତ କରତାଳି ଓ ମହିଳାଙ୍କ ହୁଳହୁଳି ଧ୍ଵନୀ ସମଗ୍ର ପରିବେଶ କମ୍ପି ଉଠିଥିଲା l

ଏହାର ଉନ୍ନତିକରଣ  ନିଜେ ଦେଖିବେ ଏବଂ ଛଅ ମାସ ମଧ୍ୟରେ ପୁନର୍ବାର ଏହି ପୁଣ୍ୟପୀଠ କୁ ପରିଦର୍ଶନରେ ଆସିବେ ବୋଲି କହିଥିଲେ।ଏହା ପୂର୍ବରୁ ୫ଟି ସଚିବ ଭି.କେ.ପାଣ୍ଡିଆନ ଯେତେବେଳେ ମୁକ୍ତିରତୀର୍ଥ ପାପକ୍ଷୟ ପରିସର କୁ ପାଦ ଦେଲେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ମହିଳା ଫୁଲ ଚନ୍ଦନ ଦେଇ ସ୍ଵାଗତ କରିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶ୍ରୀ ପାଣ୍ଡିଆନ ପ୍ରଥମେ ହନୁମାନ ମନ୍ଦିର ଦର୍ଶନ କରିଥିଲେ ।ପରେ ଶିବ ମନ୍ଦିର ଓ କିମ୍ବଦନ୍ତୀ ବହନ କରିଥିବା ରାଜାଙ୍କ ରୋଗମୁକ୍ତି ସ୍ଥଳ,ବହୁଚର୍ଚ୍ଚିତ ବଟବୃକ୍ଷ ପରିଦର୍ଶନ କରିଥିଲେ।ତାଙ୍କୁ ଦେଖିବା ପାଇଁ ବ୍ୟାରିକେଟ ପାର୍ଶ୍ବରେ ଛିଡ଼ା ହୋଇଥିବା ସାଧାରଣ ଜନତାଙ୍କ ସହ କରମର୍ଦ୍ଧନ କରିଥିଲେ ଏବଂ ନିରୀହ ଜନତାଙ୍କ ସୁଖଦୁଃଖ ପଚାରିବା ସହ ତାଙ୍କଠାରୁ ବ୍ୟକ୍ତିଗତ ତଥା ସାମୁହିକ ସମସ୍ୟା ଉପରେ ଅଭିଯୋଗ ପତ୍ର ଗୁଡ଼ିକ ଗ୍ରହଣ କରିଥିଲେ।ତାଙ୍କ ଗସ୍ତ ଫଳରେ ବିନିକା ଅଞ୍ଚଳ ବିକାଶରେ ଭାଗ୍ୟ ଉଦୟ ହେଲା ବୋଲି ସାରା ଅଞ୍ଚଳବାସୀଙ୍କ ଠାରେ ଆଶା ଓ ଉଦ୍ଦୀପନା ସୃଷ୍ଟି କରିଛି ।ପରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ବିନିକା ବ୍ଲକ ଅନ୍ତର୍ଗତ ଵାଉଁଶୁଣି ଠାରେ ସରକାରଙ୍କ ଅନୁଦାନରୁ ଚାଲିଥିବା ମେଗା ପାଇପ ଜଳଯୋଗାଣ କେନ୍ଦ୍ର ର କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ହେଉଥିବା ଜଣକଲ୍ୟାଣ କାର୍ଯ୍ୟକ୍ରମ ଉପରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026

You Might Also Like