-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ବାଇପାସରାସ୍ତାର ଶିଳାନ୍ୟାସ ୪୩୦କୋଟି ବ୍ୟୟଅଟକଳ,୨୦୨୫ ଅକ୍ଟୋବରରେ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ

30-Jun-2023



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ସହରରେ ଟ୍ରାଫିକସମସ୍ୟା ଦୂରକରିବାକୁ ବହୁଦିନ ହେବ ଦାବି ହୋଇଆସୁଥିବା ବାଇପାସ ରାସ୍ତା ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ହୋଇଯାଇଛି । କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ବିଭାଗର ମନ୍ତ୍ରୀ ନୀତିନ ଗଡକରୀ ଆଭାସୀ ମାଧ୍ୟମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହାର ଶୀଳାନ୍ୟାସ କରିଛନ୍ତି । ବଲାଙ୍ଗୀର ଟିଟିଲାଗଡର ବିଜାଖମନଛକଠାରେ ଜାତୀୟରାଜପଥ ବିଭାଗ ପକ୍ଷରୁ ଆୟୋଜିତ ଏହି ଶୀଳାନ୍ୟାସ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ରାଜ୍ୟ ପୂର୍ତ୍ତବିଭାଗର ମନ୍ତ୍ରୀ ପ୍ରଫୁଲ୍ଲମଲ୍ଲିକ,ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତାକୁମାରୀ ସିଂଦେଓ, ରାଜ୍ୟସଭା ସାଂସଦ ନିରଂଜନ ବିଶି, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ । ଗଡକାରୀ ଏହି ପ୍ରକଲ୍ପର ଶୀଳାନ୍ୟାସ କରି ଓଡିଶା ରାଜ୍ୟର ପଶ୍ଚିମାଞ୍ଚଳର ଏହା ଏକ ପ୍ରମୁଖ ରାସ୍ତା ହୋଇଥିବାରୁ ଏଠାରେ ବାଇପାସର ଯଥେଷ୍ଟ ଆବଶ୍ୟକତା ରହିଥିଲା । ସ୍ଥାନୀୟ ସାଂସଦ ସଂଗୀତା ତାଙ୍କୁ ଏନେଇ ବାରମ୍ବାର କହିଆସୁଥିଲେ ।

ଆଜି ତାହା ସଫଳ ହୋଇଛି ବୋଲି କହିଥିଲେ । ଦେଶର ବିଭିନ୍ନ ଅଞ୍ଚଳରେ ରାଜପଥଗୁଡିକର ବିକାଶ କରାଯାଉଛି ସେହିକ୍ରମରେ ଓଡିଶାରେ ମଧ୍ୟ କେନ୍ଦ୍ରସରକାର ବହୁପରିମାଣରେ ଅନୁଦାନ ଦେଉଛନ୍ତି ବୋଲି ଶ୍ରୀ ଗଡକରୀ କହିଥିଲେ । ଜାତୀୟରାଜପଥ ବିଭାଗର ଏଡିଜି ଧର୍ମାନନ୍ଦ ଷଢଙ୍ଗୀ ଅତିଥିମାନଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଶ୍ରୀ ଷଢଙ୍ଗୀ ତାଙ୍କ ବକ୍ତବ୍ୟରେ ଏହି ବାଇପାସ ପାଇଁ ୧୯୦କୋଟି ଟଙ୍କା ଜମିଅଧିଗ୍ରହଣ ସହିତ ମୋଟ ୪୩୦କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା କହିଥିଲେ । ସେହିପରି ଏହି ପ୍ରକଲ୍ପରେ ମୋଟ ୧୧.୬୭କିମି ରାସ୍ତା ନିର୍ମାଣ ହେବ ଯେଉଁଥିରେ ୩ଟି ରେଲୱେ ଓଭର ବ୍ରିଜ,୨ଟି ଫ୍ଲାଇଓଭର ବ୍ରିଜ, ୨୩ଟି କଲଭର୍ଟ, ୪ଟି ଛୋଟବ୍ରିଜ ରହିବ । ରାସ୍ତାଟି ପିଚୁ କରାଯାଇ ୨ଲେନ ବିଶିଷ୍ଟ ହେବ ଓ ରାସ୍ତାରେ ଆଲୋକ ବ୍ୟବସ୍ଥା ମଧ୍ୟ କରାଯିବ । ଏହି ପ୍ରକଲ୍ପ କିଭଳି ସମସ୍ତଙ୍କ ସହଯୋଗରେ ଠିକସମୟରେ ସରିପାରିବ ସେଥିପାଇଁ ସମସ୍ତେ ଧ୍ୟାନ ଦେବାକୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ । ବିଧାୟକ ନରସିଂହ ମିଶ୍ର ତାଙ୍କ ବକ୍ତବ୍ୟରେ ବଲାଙ୍ଗୀର ବାଇପାସର ବିଳମ୍ବ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ କଡା ସମାଲୋଚନା କରିଥିଲେ । ସେ କହିଥିଲେ ଯେ,୨୦୧୩ ମସିହାରେ ଖୋଲାଯାଇଥିବା ବାଇପାସ ଫାଇଲ ୨୦୧୪ପରେ ଆରମ୍ଭ ହୋଇଥିଲା । ଜମିଅଧିଗ୍ରହଣ ଓ ଜଙ୍ଗଲଜମିର ଅନୁମତି ପାଇଁ ବହୁ ବିଳମ୍ବ ହୋଇଛି । ଶେଷରେ ୨୦୨୨ରେ ଏହି ପ୍ରକଳ୍ପର ସଂପୂର୍ଣ୍ଣ ଅନୁମୋଦନ ହୋଇ ଟେଣ୍ଡର ଆରମ୍ଭ ହେବା ସହିତ ଏବେ ୨୦୨୩ରେ ଶୀଳାନ୍ୟାସ ହୋଇଛି ବୋଲି କହିଥିଲେ ।

ବଲାଙ୍ଗୀର ବାଇପାସ ବିଳମ୍ବ ହେବା କାରଣରୁ ସହରରେ ଅନେକଗୁଡିଏ ଦୂର୍ଘଟଣା ଘଟିସାରିଛି ଓ ଧନଜୀବନ ନଷ୍ଟ ହୋଇଛି । ସେଥିପାଇଁ ବଲାଙ୍ଗୀରରେ ଅନେକଥର ଆନ୍ଦୋଳନ ହୋଇଛି ବୋଲି କହି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାର ଜବାବରେ ସଂଗୀତାକୁମାରୀ ସିଂଦେଓ ତାଙ୍କ ବକ୍ତବ୍ୟରେ ମୋଦୀସରକାର ଅମଳରେ ହିଁ ବଲାଙ୍ଗୀର ଜିଲ୍ଲାର ପ୍ରକଲ୍ପଗୁଡିକ ପାଇଁ ୧୧୫୧ କୋଟି ଟଙ୍କାର ଅନୁଦାନ ଆସିଥିବା ହିସାବ ଦେଇଥିଲେ । ୨୦୧୯ ପରେ ହିଁ କେନ୍ଦ୍ରସରକାରଙ୍କ ପାଖରେ ଦୃଢଦାବୀ ରଖାଯାଇ ଅନୁଦାନ ଅଣାଯାଉଛି । ଏବେ ବଲାଙ୍ଗୀରବାସୀ ଯେଉଁ ବାଇପାସ ଦାବି କରିଆସୁଥିଲେ ତାହା ପୂରଣ ହୋଇଛି ବୋଲି କହିଥିଲେ । ସେହିପରି ରାଜ୍ୟସଭା ସାଂସଦ ନିରଂଜନ ବିଶି ଓ ଲୋଇସିଂହା ବିଧାୟକ ମଧ୍ୟ ଏହି ବାଇପାସ ବଲାଙ୍ଗୀରର ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡିହୋଇଛି ବୋଲି କହିଥିଲେ । ଶେଷରେ ଜାତୀୟରାଜପଥ ବିଭାଗର ଚିଫଇଞ୍ଜିନିୟର ତୁଷାରକାନ୍ତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶୀଳାନ୍ୟାସ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ,ଅତିରିକ୍ତ ଏସପି ସୁରେଶ ନାଏକ,ଜାତୀୟରାଜପଥ ବିଭାଗର ବଲାଙ୍ଗୀର ଡିଭିଜନର ନିର୍ବାହୀଯନ୍ତ୍ରୀ ମହମ୍ମଦ ସାହାବାଜ,ଏସଡିଓ ବିରେନ୍ଦ୍ର ମହାପାତ୍ର,ନିର୍ମାଣକାରୀ ସଂସ୍ଥା ଏମ/ଏସ ଦୁର୍ଗା କଣ୍ଡେଭ ପ୍ରାଇଭେଟଲିମିଟେଡର କର୍ମଚାରୀମାନେ,ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତି,ମୁକେଶକୁମାର ଜୈନ ପ୍ରମୁଖଙ୍କ ସହିତ ବହୁସଂଖ୍ୟାରେ ବିଜେପି ଓ କଂଗ୍ରେସକର୍ମିର୍ ଉପସ୍ଥିତ ଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026

You Might Also Like